IND vs NZ: ଭାଙ୍ଗିପାରେ ଫ୍ୟାନ୍ସଙ୍କ ହୃଦୟ, ତୃତୀୟ ଦିନିକିଆରୁ ଖେଳିବେନି ବିରାଟ କୋହଲି! ଜାଣନ୍ତୁ କ'ଣ ରହିଛି କାରଣ?
Advertisement

IND vs NZ: ଭାଙ୍ଗିପାରେ ଫ୍ୟାନ୍ସଙ୍କ ହୃଦୟ, ତୃତୀୟ ଦିନିକିଆରୁ ଖେଳିବେନି ବିରାଟ କୋହଲି! ଜାଣନ୍ତୁ କ'ଣ ରହିଛି କାରଣ?

IND vs NZ ODI Series 2023: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏବେ ପୁଣି ଥରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ମାତ ଦେବାକୁ ପ୍ରସ୍ତୁତ ହେଉଛି । ଏହି କ୍ରମରେ ବିରାଟ ଶେଷ ଥର ପାଇଁ ଦ୍ୱିତୀୟ ଦିନିକିଆରେ ଖେଳୁଥିବା ଦେଖିବାକୁ ମିଳିବ । 

ସୌ: ସୋସିଆଲ ମିଡିଆ

Ravi Shastri On Virat Kohli: ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ଖେଳାଯାଉଥିବା ଥିବା ଦିନିକିଆ ସିରିଜର (IND vs NZ ODI Series 2023) ଦ୍ୱିତୀୟ ମ୍ୟାଚ୍ ଶନିବାର ଦିନ ରାୟପୁରରେ ଖେଳାଯିବ । ଏହାପୂର୍ବରୁ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ (Ravi Shastri) ତୃତୀୟ ଦିନିକିଆକ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜକୁ (IND vs AUS Test Series 2023) ଦୃଷ୍ଟିରେ ରଖି ରବି ଶାସ୍ତ୍ରୀ (Ravi Shastri) ବିରାଟ କୋହଲିଙ୍କୁ (Virat Kohli) ଶେଷ ଦିନିକିଆ ମ୍ୟାଚ୍ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ସେ ଆହୁରି ଅନେକ କଥା କହିଛନ୍ତି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।

ଭାରତୀୟ ଦଳ ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ୧୨ ରନରେ ପରାସ୍ତ କରିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୪୯ ରନ୍ ସ୍କୋର କରିଥିଲା । ୩୫୦ ରନ୍‌ର ଏକ ବିଶାଳ ଟାର୍ଗେଟକୁ ପଛ କରି ନ୍ୟୁଜିଲ୍ୟାଣ୍ଡ ଦଳ ଶୀଘ୍ର ନିଜର ୬ଟି ୱିକେଟ୍ ହରାଇଥିଲା । ଏହା ପରେ ବ୍ରେସୱେଲ ଓ ସାଣ୍ଟନର୍ ଭଲ ବ୍ୟାଟିଂ କରି ମ୍ୟାଚର ଦିଗ ବଦଳାଇ ଦେଇଥିଲେ । ଏବେ ପୁଣି ଥରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ମାତ ଦେବାକୁ ପ୍ରସ୍ତୁତ ହେଉଛି । ଏହି କ୍ରମରେ ବିରାଟ ଶେଷ ଥର ପାଇଁ ଦ୍ୱିତୀୟ ଦିନିକିଆରେ ଖେଳୁଥିବା ଦେଖିବାକୁ ମିଳିବ । ରବି ଶାସ୍ତ୍ରୀ କହିଛନ୍ତି ଯେ କୋହଲି ଶେଷ ଦିନିକିଆ ଛାଡି ଘରୋଇ କ୍ରିକେଟ୍ ଖେଳିବା ଉଚିତ, ଯାହା ତାଙ୍କୁ ଟେଷ୍ଟ ସିରିଜରେ ଏକ ଭଲ ଲାଭ ଦେବ ।

ରବି ଶାସ୍ତ୍ରୀ କହିଛନ୍ତି ଯେ ପୂର୍ବ ଭଳି ସମାନ ଆତ୍ମବିଶ୍ୱାସ ପାଇବା ପାଇଁ କୋହଲି ତୃତୀୟ ଦିନିକିଆ ଖେଳିବା ଉଚିତ୍ ନୁହେଁ । ଆପଣଙ୍କୁ କହିରଖୁଛୁ ଯେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଦିନିକିଆ ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ ଜାନୁଆରୀ ୨୪ ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ।

ଶନିବାର ଦିନ ଦ୍ୱିତୀୟ ଦିନିକିଆ ପାଇଁ ଏହା ହୋଇପାରେ ଭାରତର ସମ୍ବାବ୍ୟ ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶର୍ଦ୍ଦଲ ଠାକୁର ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।