India vs Sri Lanka 1st ODI: ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ (IND vs SL 1st ODI) ରେ ଭାରତୀୟ ଦଳ (Indian Team) ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି । ଏହା ସହ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Sri Lanka ODI Series) ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ଟିମ୍ ଇଣ୍ଡିଆ (Team India) ର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କ ଶତକ ଆଧାରରେ ଭାରତ ଏହି ମ୍ୟାଚରେ ଏକ ଧମାକାଦାର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ବିରାଟ କୋହଲି ୮୭ଟି ବଲରେ ୧୧୩ ରନ୍ ସଂଗ୍ରହ କରି ତାଙ୍କ ODI କ୍ୟାରିୟରର ୪୫ତମ ଶତକ ଲଗାଇଛନ୍ତି । ଏହି ଇନିଂସରେ କିଙ୍ଗ୍ କୋହଲି ୧୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।


COMMERCIAL BREAK
SCROLL TO CONTINUE READING

ଟିମ୍ ଇଣ୍ଡିଆ (Team India) ର ବିଜୟ ଓ ବିରାଟ କୋହଲି (Virat Kohli) ଙ୍କ ଚମତ୍କାର ଶତକୀୟ ଇନିଂସ ସତ୍ତ୍ୱ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଖୁସି ମନେ ହେଉ ନଥିଲେ । ରୋହିତ ଶର୍ମା ହଠାତ୍ ମ୍ୟାଚ୍ ପରେ ତାଙ୍କର ଗୋଟିଏ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ କହିଛନ୍ତି ଯେ, "ଭାରତର ଏହି ବିଜୟରେ ମୁଁ ଅତ୍ୟନ୍ତ ପ୍ରଭାବିତ ହୋଇଛି । ଆମେ ବ୍ୟାଟ୍ ସହିତ ଭଲ ଆରମ୍ଭ କରି ମ୍ୟାଚରେ ଏକ ବଡ଼ ସ୍କୋର କରିପାରିଥିଲୁ । ଏହି ମ୍ୟାଚରେ ଆମର ବ୍ୟାଟ୍ସମ୍ୟାନ ମାନେ ପ୍ରକୃତରେ ବିଜୟ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଥିଲେ, କିନ୍ତୁ ଆମେ ଏହି ମ୍ୟାଚରେ ଭଲ ବୋଲିଂ କରିପାରିଥାନ୍ତେ ।"


ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲରମାନେ ଯେପରି ବୋଲିଂ କରିଥିଲେ ସେଥିରେ ଅଧିନାୟକ ରୋହିତ ଶର୍ମା ଆଦୌ ଖୁସି ନଥିଲେ । ଗୋଟିଏ ସମୟରେ ଶ୍ରୀଲଙ୍କାର ୨୦୬ ରନ୍ ସ୍କୋରରେ ୮ ୱିକେଟ୍ ଖସି ଯାଇଥିଲା ଓ ଟିମ୍ ଇଣ୍ଡିଆର ବୋଲରମାନଙ୍କ ପାଖରେ ଶ୍ରୀଲଙ୍କାକୁ ଅଲଆଉଟ୍ କରିବାର ସୁଯୋଗ ରହିଥିଲା । କିନ୍ତୁ ଶ୍ରୀଲଙ୍କା ଦଳ ପୂରା ୫୦ ଓଭର ଖେଳିଥିଲା । ଶେଷ ଓଭରରେ ଟିମ୍ ଇଣ୍ଡିଆର ଖରାପ ବୋଲିଂର ସୁଯୋଗ ନେଇ ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା ।


ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି ଯେ, "ମୁଁ ଅତ୍ୟଧିକ ସମାଲୋଚକ ହେବାକୁ ଚାହେଁ ନାହିଁ, କାରଣ ଅବସ୍ଥା ସହଜ ନଥିଲା । ବିଶେଷକରି କାକର ଥିବାବେଳେ ଅସ୍ପଷ୍ଟ ଆଲୁଅରେ ବୋଲିଂ କରିବା ସହଜ ନଥିଲା । ଯଦି ଆପଣ ଜିତିବାକୁ ଚାହୁଁଛନ୍ତି, ସମସ୍ତଙ୍କୁ ସହଯୋଗ କରିବାକୁ ପଡିବ । ଆମକୁ କେତେକ କ୍ଷେତ୍ରରେ ମିଳିତ ଭାବରେ ପ୍ରଦର୍ଶନ କରିବା ଆବଶ୍ୟକ । ଦଳର ସମସ୍ତ ୧୧ ଖେଳାଳି ମିଳିତ ଭାବରେ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ମୁଁ ଜାଣି ନଥିଲି ଶାମି ଏହା କରିଛନ୍ତି (ରନ୍ ଆଉଟ୍), ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ୯୮ ରନରେ ବ୍ୟାଟିଂ କରୁଥିଲେ । ଦାଶୁନ୍ ଶାନାକା ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ଚମତ୍କାର ଥିଲା, ଆମେ ତାଙ୍କୁ ଏହିପରି ଆଉଟ କରିପାରିବୁ ନାହିଁ । ଏହା କିଛି ନୁହେଁ ଯାହା ବିଷୟରେ ଆମେ ଚିନ୍ତା କରିଥିଲୁ, ତାଙ୍କୁ ସଲାମ, ସେ ପ୍ରକୃତରେ ଭଲ ଖେଳିଥିଲେ ।" 


ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ


ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ପତ୍ନୀ ରିତିକା ସଜଦେହ ଇମୋସନାଲ ପୋଷ୍ଟ୍ କରି ଦେଲେ ଏହି ବଡ଼ ସୂଚନା


ଅଧିକ ପଢ଼ନ୍ତୁ:-ଦିନିକିଆରେ ଲଗାତର ଦ୍ୱିତୀୟ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ


ଶ୍ରୀଲଙ୍କା ବିପକ୍ଷ  ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ ।