Rohit Sharma: ଅଧିନାୟକ ରୋହିତଙ୍କ ସବୁଠାରୁ ବଡ଼ ଖୁଲାସା, ଦିନିକିଆରେ ଦ୍ୱିଶତକ ଲଗାଇଥିବା ଇଶାନ କିଶନଙ୍କୁ ଏହି କାରଣରୁ ରଖାଯାଇଛି ବାହାର
Rohit Sharma On Ishan Kishan: ଦିନିକିଆରେ ଡବଲ ସେଞ୍ଚୁରୀ ଲଗାଇଥିବା ଇଶାନ କିଶାନ (Ishan Kishan) ଙ୍କୁ କାହିଁକି ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁନାହିଁ, ତାହା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି । ଇଶାନ କିଶନ ଗତ ମାସରେ ଚଟ୍ଟଗ୍ରାମରେ ବାଂଲାଦେଶ ବିପକ୍ଷରେ ୧୩୧ ବଲରେ ୨୧୦ ରନର ଇନିଂସ ଖେଳି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଭାରତର ପ୍ଲେଇଙ୍ଗ୍-11ରୁ ବାହାର ରଖୁଛନ୍ତି ।
India vs Sri Lanka ODI Series: ଭାରତୀୟ କ୍ରିକେଟ ଦଳର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଶେଷରେ ସବୁଠାରୁ ବଡ଼ ରହସ୍ୟର ଖୁଲାସା କରିଛନ୍ତି । ଦିନିକିଆରେ ଡବଲ ସେଞ୍ଚୁରୀ ଲଗାଇଥିବା ଇଶାନ କିଶାନ (Ishan Kishan) ଙ୍କୁ କାହିଁକି ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁନାହିଁ, ତାହା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି । ଇଶାନ କିଶନ ଗତ ମାସରେ ଚଟ୍ଟଗ୍ରାମରେ ବାଂଲାଦେଶ ବିପକ୍ଷରେ ୧୩୧ ବଲରେ ୨୧୦ ରନର ଇନିଂସ ଖେଳି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଭାରତର ପ୍ଲେଇଙ୍ଗ୍-11 (Team India Playing 11) ରୁ ବାହାର ରଖୁଛନ୍ତି ।
ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ବର୍ତ୍ତମାନ ଇଶାନ କିଶନ (Ishan Kishan) ଙ୍କୁ ଟିମ୍ ଇଣ୍ଡିଆ (Team Insdia) ର ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାର କାରଣ କହିଛନ୍ତି । ରୋହିତ ଶର୍ମା ମନେ କରନ୍ତି ଯେ, ଟପ୍- ୬ ବ୍ୟାଟିଂ ଲାଇନ୍ ଅପରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିବାରୁ ବିବିଧତା ଆସିବ, କିନ୍ତୁ ସେ ସ୍ୱୀକାର କରିଛନ୍ତି ଯେ ସେ ଏହା କରିବା ପାଇଁ କିଛି ଫର୍ମରେ ଥିବା ବ୍ୟାଟ୍ସମ୍ୟାନ୍ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ନୁହଁନ୍ତି ।
ଗୁରୁବାର ଦ୍ୱିତୀୟ ଦିନିକିଆ (IND VS SL 2nd ODI) ରେ ଭାରତ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହା ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୫ ଅର୍ଥାତ ରବିବାର ଦିନ ତିରୁବନନ୍ତପୁରମରେ ଖେଳାଯିବ । ODI ର ଦ୍ରୁତତମ ଡବଲ୍ ସେଞ୍ଚୁରୀ ସ୍କୋରର ଇଶାନ୍ କିଶାନଙ୍କୁ ବେଞ୍ଚରେ ବସାଯାଇଛି । କାରଣ ଟିମ୍ ମ୍ୟାନେଜମେଣ୍ଟ ଶୁଭମାନ ଗିଲଙ୍କୁ ନିରନ୍ତରତା ଦେଖାଇବାକୁ ଅଧିକ ସୁଯୋଗ ଦେବାକୁ ଚାହୁଁଥିଲା ।
ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ, "ଟପ୍ ଅର୍ଡରରେ ବାମହାତୀ ବ୍ୟାଟ୍ସମ୍ୟାନ୍ ରହିବା ଭଲ, କିନ୍ତୁ ଯେଉଁ ଖେଳାଳିଙ୍କୁ ସୁଯୋଗ ଦିଆଯାଉଛି, ସେମାନେ ଗତ ଏକ ବର୍ଷ ମଧ୍ୟରେ ବହୁତ ରନ୍ ସ୍କୋର କରିଛନ୍ତି ।" ଏହିପରି ଭାବରେ ସେ ଲୁଚାଇ ନଥିଲେ କି ଇଶାନ କିଶାନଙ୍କୁ ତାଙ୍କ ସୁଯୋଗକୁ ଅପେକ୍ଷା କରିବାକୁ ପଡିବ । ରୋହିତ ଶର୍ମା ଆଗକୁ କହିଛନ୍ତି ଯେ, "ଆଦର୍ଶ ଭାବରେ ଆମେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁ, କିନ୍ତୁ ଆମର ଡାହାଣହାତୀ ବ୍ୟାଟ୍ସମ୍ୟାନମାନଙ୍କ ସ୍ତର ବିଷୟରେ ଆମେ ଜାଣୁ ଏବଂ ଏହି ସମୟରେ ଆମେ ମଧ୍ୟ ଏହାକୁ ନେଇ ଅତ୍ୟନ୍ତ ସହଜ ରହିଛୁ ।"
ଅଧିକ ପଢ଼ନ୍ତୁ:-ପାକିସ୍ତାନଠୁ ଏହି ୧୦ଟି ଜିନିଷ କିଣେ ଭାରତ, ଯାହା ଘରେ ଘରେ ହୁଏ ବ୍ୟବହୃତ
ଅଧିକ ପଢ଼ନ୍ତୁ:-ବୃଦ୍ଧଙ୍କ ପାଇଁ ବଡ଼ ଖୁସି ଖବର; ପ୍ରତି ମାସକୁ ମିଳିବ ୩୦୦୦ ଟଙ୍କା ପେନସନ, ଟ୍ୟାକ୍ସରେ ବି ପାଇବେ ରିହାତି!
ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଉପରେ ଅସନ୍ତୁଷ୍ଟ ଅଷ୍ଟ୍ରେଲିଆ, କ୍ଷତି ସହିବାକୁ ବି ପ୍ରସ୍ତୁତ; ଖେଳିବନି କ୍ରିକେଟ୍ ମ୍ୟାଚ୍, ଏହା ହେଉଛି ବଡ଼ କାରଣ
ରୋହିତ ଶର୍ମା କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କରିଛନ୍ତି, ଯାହାଙ୍କୁ ଦଳରେ ସାମିଲ କରିବାରୁ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖାଯାଛି । ଏହି କମ୍ ସ୍କୋରର ମ୍ୟାଚରେ କେଏଲ ରାହୁଲଙ୍କ ୧୦୩ ବଲରେ ୬୪ ରନର ଅପରାଜିତ ଇନିଂସ ନିର୍ଣ୍ଣାୟକ ଥିଲା । ଏଥିରେ ଭାରତୀୟ ଅଧିନାୟକ ବହୁତ ଖୁସି ହୋଇଛନ୍ତି । ସେ କହିଛନ୍ତି ଯେ, ଏହା ଏକ ନିକଟତମ ମ୍ୟାଚ୍ ଥିଲା କିନ୍ତୁ ଏଭଳି ମ୍ୟାଚ୍ ଆପଣଙ୍କୁ ବହୁତ କିଛି ଶିଖାଏ । କେଏଲ ରାହୁଲ ଦୀର୍ଘ ଦିନ ଧରି ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଛନ୍ତି, ଏହା ଆପଣଙ୍କୁ ଆତ୍ମବିଶ୍ୱାସ ଦେଇଥାଏ ଯେ ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଛନ୍ତି ।