Rourkela under CCTV Surveillance: ହକି ବିଶ୍ୱକପ୍ ୨୦୨୩ ପାଇଁ ପ୍ରସ୍ତୁତ ହୋଇଉଠିଛି ଇସ୍ପାତ ନଗରୀ ରାଉରକେଲା। ଏହାକୁ ନଜରରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯିବା 
ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଉଛି। ପୁରୁଷ ହକି ବିଶ୍ୱକପ୍କୁ ନଜରରେ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯଇଛି। ଏବେ ସହର ସିସିଟିଭି ନିୟନ୍ତ୍ରଣକୁ ଆସିଯାଇଛି। 


COMMERCIAL BREAK
SCROLL TO CONTINUE READING

ରାଉରକେଲା ନଗର ନିଗମ (Rourkela Municipal Corporation) ସୁନ୍ଦରଗଡ ଜିଲ୍ଲା ପୋଲିସ (Sundargarh District Police) ସହଯୋଗରେ ସହରର ସମସ୍ତ ପ୍ରମୁଖ ଜଙ୍କସନ, ଭିଣ୍ଟେଜ ପଏଣ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଛି। ପୁରୁଷ ହକି ବିଶ୍ୱକପ (Mens Hockey World Cup 2023) ସମୟରେ ସିସିଟିଭି ପୋଲିସ୍ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବ ବୋଲି ଜଣେ ଆରଏମସି ଅଧିକାରୀ କହିଛନ୍ତି। ସହରରେ କରାଯାଉଥିବା ସୌନ୍ଦର୍ଯ୍ୟକରଣ (Beautification work in Rourkela City) କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।


ହକି ବିଶ୍ୱକପ୍ ୨୦୨୩ (Hockey World Cup 2023) ପାଇଁ ସହରର ଅନେକ ରାସ୍ତା ରଙ୍ଗୀନ ଆଲୋକ ଏବଂ ମୂର୍ତ୍ତି ସହିତ ସଜାଯାଇଛି। ଏହି ମୂର୍ତ୍ତି ବର୍ତ୍ତମାନ ସହର ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରୁଛି ବୋଲି କହିଛନ୍ତି ଆରଏମସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Pattnaik) ଏଠାରେ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (Biju Patnaik University of Technology) ପରିସରରେ ଟିକସକୁ ବାଦ ଦେଇ ୨୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ (Birsa Munda Hockey Stadium) ଉଦଘାଟନ କରିଥିଲେ।


ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ର ମୋଟ ୨୦ ମ୍ୟାଚ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମ (Worlds Biggerst Hockey Stadium) ଭାବେ ପରିଚିତ ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ଖେଳାଯିବ। ଫାଇନାଲ ସମେତ ଅବଶିଷ୍ଟ ୨୪ ମ୍ୟାଚ ୧୩ ଜାନୁଆରୀରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ (Bhubaneswar Kalinga Stadium) ଠାରେ ଅନୁଷ୍ଠିତ ହେବ। ରାଜ୍ୟ ରାଜଧାନୀ 
ଭୁବନେଶ୍ୱରରୁ (Odisha Capital Bhubaneswar) ଇସ୍ପାତ ନଗରୀ ରାଉରକେଲା (Steel City Rourkela) ମଧ୍ୟରେ ଦୈନିକ ବିମାନ ସେବା ୭ ଜାନୁଆରୀରୁ ଆରମ୍ଭ ହୋଇଥିଲା। ହକି ବିଶ୍ୱକପ ୨୦୨୩ ପୂର୍ବରୁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ସେବା (Bhubaneswar Rourkela Flight Service) ଆରମ୍ଭ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ରକୁ ଅନୁରୋଧ କରିଥିଲେ।