South Africa Vs Netherlands T20 World Cup 2022: ଅଷ୍ଟ୍ରେଲିଆରେ ଆୟୋଜିତ ଟି-20 ବିଶ୍ୱକପ ୨୦୨୨ର ସୁପର-12 ପର୍ଯ୍ୟାୟରେ ରବିବାର ଏକ ବଡ଼ ଅଲଟପାଲଟ ଦେଖିବାକୁ ମିଳିଛି । ଆଡିଲେଡରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଦୁର୍ବଳ ନେଦରଲ୍ୟାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ କରିଛି । ଫଳରେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ପହଞ୍ଚିଛି । ଏହି ଫଳାଫଳ ସହିତ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳ ତୃତୀୟ ଦଳ ହୋଇପାରିଛି ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଗ୍ରୁପ୍-୨ରୁ ସେମିଫାଇନାଲରେ ପ୍ରବେଶ କରିବାକୁ ଚତୁର୍ଥ ଦଳ କିଏ ହେବ? ଏହାର ନିଷ୍ପତ୍ତି କିଛି ସମୟ ପରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ପରେ ସ୍ପଷ୍ଟ ହୋଇଯିବ । ଏହି ମ୍ୟାଚରେ ଯେଉଁ ଦଳ ଜିତିବ, ସେ ସେମିଫାଇନାଲରେ ପ୍ରବେଶ କରିବ । ଅର୍ଥାତ୍ ଦକ୍ଷିଣ ଆଫ୍ରିକାର ପରାଜୟ ସହିତ ଗ୍ରୁପ୍-୨ର ପୂରା ସମୀକରଣ ବଦଳି ଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଭାରତୀୟ ଦଳର ଶେଷ ଗ୍ରୁପ୍ ମ୍ୟାଚ୍ ଆଜି ଜିମ୍ବାୱେ ବିପକ୍ଷରେ ହେବ । ବର୍ତ୍ତମାନ ଯଦି ଭାରତୀୟ ଦଳ ଏହି ମ୍ୟାଚ୍ ହାରି ଯାଏ, ତେଥାପି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । କାରଣ ଟିମ୍ ଇଣ୍ଡିଆ ବର୍ତ୍ତମାନ ୬ ପଏଣ୍ଟ ସହ ଗ୍ରୁପ୍-୨ ଶୀର୍ଷରେ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦଳ ୫ ପଏଣ୍ଟ ସହ ସେମିଫାଇନାଲର ରେସରୁ ବାହାର ହୋଇଯାଇଛି । ସେପଟେ ଗ୍ରୁପ ୧ରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲକୁ ପ୍ରବେଶ କରିସାରିଛି । 


ମେଲବୋର୍ଣ୍ଣରେ ଖେଳା ଯିବାକୁ ଥିବା ଜିମ୍ବାୱେ ଓ ଭାରତ ମଧ୍ୟରେ ମ୍ୟାଚରେ ପାଣିପାଗ ମ୍ୟାଚ୍ ସମୟରେ ପାଗ ଥଣ୍ଡା ରହିବ । ମେଘର ଆବରଣ ଆକାଶରେ ଦେଖାଯିବାର ସମସ୍ତ ସମ୍ଭାବନା ଅଛି । ଅନ୍ୟପକ୍ଷରେ, ଶୀତଳ ପବନ ସହିତ ପଡ଼ିଆରେ ମଧ୍ୟ ମନୋରମ ପାଗ ଦେଖିବାକୁ ମିଳିପାରେ । ଯଦି ବର୍ଷା ମ୍ୟାଚରେ ବାଧା ସୃଷ୍ଟି  ନକରେ, ତେବେ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଦିନ ୧:୩୦ ମିନିଟରେ ଆରମ୍ଭ ହେବ ।


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳ ନଭେମ୍ବର ୨ ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ଆଜି ଅର୍ଥାତ ନଭେମ୍ବର ୬ରେ ଜିମ୍ୱାୱେ ସହିତ ରହିଛି ।


ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆଜି ୧୩୯ ଟ୍ରେନ୍, ଆପଣଙ୍କର ଟ୍ରେନ୍ ନାହିଁ ତ ଏଥିରେ! ଦେଖି ନିଅନ୍ତୁ ପୂରା ଲିଷ୍ଟ୍


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଆଶାକୁ ନିରାଶାରେ ପରିବର୍ତ୍ତନ କରିପାରେ ମେଲବୋର୍ଣ୍ଣର ପାଣିପାଗ, ଜାଣନ୍ତୁ କାହା ସପକ୍ଷରେ ରହିବ ପିଚ୍


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଜିମ୍ବାୱେ ଠାରୁ କାହିଁକି ରହିବାକୁ ପଡ଼ିବ ସତର୍କ? ପୂର୍ବତନ କୋଚ୍ କହିଲେ ୫ଟି ବଡ଼ କାରଣ


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।