Shikhar Dhawan IND vs SL ODI Series: ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ (Indian Cricket Team) ନୂଆ ବର୍ଷ ଆରମ୍ଭରୁ ଟି-20 ଓ ଏକ ଦିବସୀୟ ସିରିଜ (India vs Sri Lanka Series) ଖେଳାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ତରଫରୁ ଟିମ୍ ଇଣ୍ଡିଆ (Team India) ଘୋଷଣା କରାଯାଇଛି । ଟିମ୍ ଇଣ୍ଡିଆର ସିନିୟର ଓପନର୍ ଶିଖର ଧାୱନଙ୍କୁ ଟି-20 ଓ  ODI ଦଳରୁ ବାଦ ଦିଆଯାଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶିଖର ଧାୱନ (Shikhar Dhawan) ଙ୍କୁ ଖେଳୁ ଥିବାର ଦେଖିବାକୁ ମିଳିବ ନାହିଁ । ଦଳର ଘୋଷଣା ପରେ ଶିଖର ଧାୱନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରେରଣାଦାୟକ ପୋଷ୍ଟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶିଖର ଧାୱନ (Shikhar Dhawan) ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ, "କଥା ଜୟ ପରାଜୟର ନୁହେଁ । ଏହା ହୃଦୟର ହୋଇଥାଏ । କାମ କର ଓ ଅବଶିଷ୍ଟକୁ ଭଗବାନଙ୍କ ଉପରେ ଛାଡିଦିଅ ।"


ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ODI ଦଳର ଅଧିନାୟକ ଥିବା ଶିଖର ଧାୱନ (Shikhar Dhawan) ପୂର୍ବରୁ ଟି-20 ଓ ଟେଷ୍ଟ ସ୍କ୍ୱାଡରୁ ବାହାର ଚାଲୁଥିଲେ । ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ODI ସିରିଜରେ ଚୟନ ନହେବା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିପାରେ । ଶିଖର ଧାୱନଙ୍କ ପାଇଁ ବାଂଲାଦେଶ ODI ସିରିଜ୍ ବହୁତ ଖରାପ ଥିଲା । ସେ ପ୍ରଥମ ODIରେ ୭, ଦ୍ୱିତୀୟରେ ୮ ଏବଂ ତୃତୀୟରେ ୩ ସ୍କୋର କରିଥିଲେ ହେଁ ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ODIରେ ୭୨ର ଇଂନିସ ଖେଳିଥିଲେ ।


ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନ ୨୦୨୨ ମସିହାରେ ୨୨ଟି ଦିନିକିଆ ମ୍ୟାଚରେ ୬୮୮ ରନ୍ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ODI ରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ପରେ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ତାଙ୍କୁ ODI ସିରିଜରୁ ଦୂରେଇ ରଖାଯାଇଛି ।


ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ


ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।


ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ କହିଲେ ତାଙ୍କୁ କେମିତି ଜୀବନ ସାଥୀ ଦରକାର, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିବା ଆବଶ୍ୟକ; ଜାଣନ୍ତୁ ପୂରା ଖବର


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ


ଅଧିକ ପଢ଼ନ୍ତୁ:-କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଜାଣନ୍ତୁ କିପରି...


 


ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।


ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।