South Africa Squads For India Series: ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାର ଟି-୨୦, ODI ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି । କ୍ୟାପଟେନ ଟେମ୍ବା ବାଭୁମା ଓ ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ODI ଓ T20 ସିରିଜରୁ ବିଶ୍ରାମ ଦିଆ ଯାଇଥିବାବେଳେ, ଉଭୟ ଟେଷ୍ଟ ସିରିଜ ଖେଳୁଥିବା ନଜର ଆସିବେ । କହିରଖୁଛୁ ଯେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୧୦ ରୁ ଆରମ୍ଭ ହେବ । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ହେବ ଶେଷ ସିରିଜ୍, ଯାହା ୭ ଜାନୁଆରୀ ୨୦୨୪ ରେ ଶେଷ ହେବ ।


COMMERCIAL BREAK
SCROLL TO CONTINUE READING

ଭାରତ ବିପକ୍ଷ ଆଗାମୀ ସିରିଜ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା
କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନିଜ X ଆକାଉଣ୍ଟରେ ସ୍କ୍ୱାର୍ଡ ଘୋଷଣା କରି କହିଛି ଯେ ଟେମ୍ବା ବାଭୁମା ଓ କାଗିସୋ ରାବାଡାଙ୍କୁ ହ୍ବାଇଟ୍ ବଲ୍ କ୍ରିକେଟ୍ ରୁ ବିଶ୍ରାମ ଦିଆଯାଇଛି, ଯାହା ଦ୍ୱାରା ସେମାନେ ଟେଷ୍ଟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିପାରିବେ । ଏଥି ସହିତ ଆଡେନ ମାର୍କ୍ରାମଙ୍କୁ ଭାରତ ବିପକ୍ଷରେ ଉଭୟ ଟି-୨୦ ଓ ODI ପାଇଁ ଦଳର ନେତୃତ୍ୱ ଦିଆଯାଇଛି। କହିରଖୁଛୁ ଯେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ମାର୍କୋ ଜନସନ, ଲୁଙ୍ଗି ନିଗିଡି ଓ ଜେରାଲ୍ଡ କୋଏଟଜୀଙ୍କୁ ଚୟନ କରାଯାଇଛି । ତେବେ ଏହି ଉଭୟ ଖେଳାଳି ଶେଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ ଓ ସିଧାସଳଖ ଟେଷ୍ଟରେ ଦଳକୁ ଫେରିବେ ।


ଦକ୍ଷିଣ ଆଫ୍ରିକାର T20I ସ୍କ୍ୱାର୍ଡ:
ଆଡେନ ମାର୍କ୍ରାମ (ଅଧିନାୟକ), ଓଟନିଏଲ ବାର୍ଟମ୍ୟାନ୍, ମାଥ୍ୟୁ ବ୍ରେଟ୍କେ, ନନ୍ଦ୍ରେ ବର୍ଗର୍, ଜେରାଲ୍ଡ କୋଏଟଜି (ପ୍ରଥମ ଏବଂ ୨ୟ ଟି-୨୦), ଡୋନୋଭାନ୍ ଫେରେରା, ରେଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ୍ (ପ୍ରଥମ ଓ ୨ୟ ଟି-୨୦), ହେନ୍ରିଚ୍ କ୍ଲାସେନ୍, କେଶବ ମହାରାଜ, ଡେଭିଡ ମିଲର, ଲୁଙ୍ଗି ନିଗିଡି (ପ୍ରଥମ ଓ ଦ୍ୱିତୀୟ ଟି-୨୦), ଆଣ୍ଡାଇଲ୍ ଫେହୁଲୁକାୟୋ, ଟାବ୍ରାଇଜ୍ ଶାମସି, ଟ୍ରିଷ୍ଟାନ୍ ଷ୍ଟବ୍ସ୍ ଓ ଲିଜାଡ୍ ୱିଲିୟମ୍ସ ।


ଦକ୍ଷିଣ ଆଫ୍ରିକାର ODI ସ୍କ୍ୱାର୍ଡ:
ଆଡେନ ମାର୍କ୍ରାମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ୍, ନନ୍ଦ୍ରେ ବର୍ଗର୍, ଟନି ଡି ଜୋରଜୀ, ରେଜା ହେଣ୍ଡ୍ରିକ୍ସ, ହେନ୍ରିଚ୍ କ୍ଲାସେନ୍, କେଶବ ମହାରାଜ, ମିହାଲାଲି ମପୋଙ୍ଗୱାନା, ଡେଭିଡ ମିଲର, ୱିଆନ ମଲଡର, ଆଣ୍ଡାଇଲ ଫେହୁଲୁକୱାୟୋ, ଟାବ୍ରାଇଜ ଶାମସି, ରାସି ଭାନ ଡେର ଡୁସେନ, କାଇଲ୍ ଭେରିନ୍ ଓ ଲିଜାଡ୍ ୱିଲିୟମ୍ସ ।


ଦକ୍ଷିଣ ଆଫ୍ରିକାର ଟେଷ୍ଟ ସ୍କ୍ୱାର୍ଡ:
ଟେମ୍ବା ବାଭୁମା (ଅଧିନାୟକ), ଡେଭିଡ ବେଡିଙ୍ଗହମ୍, ନନ୍ଦ୍ରେ ବର୍ଗର୍, ଜେରାଲ୍ଡ କୋଏଟଜୀ, ଟନି ଡି ଜୋରଜୀ, ଡିନ ଏଲଗାର, ମାର୍କୋ ଜାନସେନ୍, କେଶବ ମହାରାଜ, ଆଡେନ ମାର୍କ୍ରାମ, ୱିଆନ ମଲଡର, ଲୁଙ୍ଗି ନିଗିଡି, କିଗାନ ପିଟରସେନ, କାଗିସୋ ରାବାଡା, ଟ୍ରାଇଷ୍ଟ ଷ୍ଟବ୍ସ, କାଇଲ ଭେରେନ ।