Pramod Bhagat: ପାରା ଅଲମ୍ପିକ୍ସ ପାଇଁ ଏକ ଦୁଃଖଦ ଖବର। ୨୦୨୦ ଟୋକ୍ୟୋ ଅଲମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କୁ ୨୦୨୪ ପାରା ଅଲମ୍ପିକ ଖେଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଆଣ୍ଟି ଡୋପିଂ ମାମଲାରେ ଆନ୍ତର୍ଜାତିକ କୋର୍ଟ ଦେଇଥିବା ରାୟକୁ ଆଧାର କରି ବିଶ୍ୱ ବ୍ୟାଡମିଣ୍ଟନ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୧୮ ମାସ ପାଇଁ ସେ କୌଣସି ଆନ୍ତର୍ଜାତିକ ଇଭେଣ୍ଟରେ ଯୋଗ ଦେଇ ପାରିବ ନାହିଁ ବୋଲି ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

 



ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧, ୨୦୨୪ ରେ  ଭୋଗତ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ କରିଥିବା ନେଇ କ୍ରୀଡ଼ା କୋର୍ଟ ( ସିଏଏସ୍‍) ରାୟ ଦେଇଥିଲେ। ଏହା ବିରୁଦ୍ଧରେ ୨୯ ଜୁଲାଇରେ ସେ ଆବେଦନ କରି ବିଫଳ ହୋଇଥିଲେ। ଫଳରେ ତାଙ୍କୁ ଅଲମ୍ପିକ ୨୦୨୪ରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ। 


ଏସ୍‍ଏଲ୍‍୩ ବର୍ଗର କ୍ରୀଡ଼ାବିତ୍‍ ଭାବେ ଶ୍ରୀ ଭଗତ ପରିଚିତ। ସେ ନଥିବାରୁ ଏବେ ମନୋଜ ସରକାର ଏବଂ ନିତେଶ କୁମାର ଭାରତକୁ ପ୍ରତିନିଧିତ୍ୱ କରିବେ। 
୩୫ ବର୍ଷୀୟ ପ୍ରମୋଦ ଭାରତ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଏଥର ତାଙ୍କ ପକ୍ଷ ରକ୍ଷା କରିବା ଲାଗି ସମର୍ଥ ହୋଇ ନାହାନ୍ତି। ଅଲମ୍ପିକ-୨୦୨୪ରେ ସ୍ୱର୍ଣ୍ଣ ପଦକ ପ୍ରତିଦ୍ୱନ୍ଦ୍ୱିତାରୁ ବିନେଶ ପୋଘଟଙ୍କ ଅଚାନକ ବିଦାୟ ପରେ ଏବେ ପ୍ରମୋଦ ଭଗତଙ୍କୁ ଖେଳିବାରେ ପ୍ରତିବନ୍ଧକ ଲଗାଯିବା ଏବେ କ୍ରୀଡ଼ା ମହଲରେ ଦୁଃଖ ବାତାବରଣ ଖେଳାଇଛି।