SL vs BAN: ଆଇପିଏଲ୍ ୨୦୨୪ ଉତ୍ସାହ ଶିଖରରେ ଅଛି ଓ ପ୍ରାୟ ସମସ୍ତ କ୍ରିକେଟ୍ ପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟ ଦେଖିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଅନ୍ୟପଟେ ଶ୍ରୀଲଙ୍କା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରି ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛି। ଶ୍ରୀଲଙ୍କା ଓ ବାଂଲାଦେଶର ଦଳ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଚାଟୋଗ୍ରାମରେ ଖେଳାଯାଉଛି। ଦୁଇ ଦିନର ମ୍ୟାଚ୍ ଶେଷ ହୋଇଛି ଓ ଦ୍ୱିତୀୟ ଦିନେ ଶ୍ରୀଲଙ୍କା ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ ଭାଙ୍ଗିଛି।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ଚାଟଗ୍ରାମରେ ଖେଳାଯାଉଥିବା ମ୍ୟାଚର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୫୩୧ ରନ୍ ସ୍କୋର କରିଥିଲା। ଏତେ ବଡ ସ୍କୋର ସତ୍ତ୍ୱେ ଶ୍ରୀଲଙ୍କା ପାଇଁ କୌଣସି ଖେଳାଳି ଶତକ ହାସଲ କରି ପାରିନଥିଲେ ଏବଂ ଏହା ସହ ସେମାନେ ଭାରତର ରେକର୍ଡ ଭାଙ୍ଗିଥିଲେ। ଏହାପୂର୍ବରୁ ଟେଷ୍ଟ କ୍ରିକେଟରେ ଏକ ଶତକ ବିନା ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଭାରତ ନାମରେ ଥିଲା, ଯାହା ବର୍ତ୍ତମାନ ଶ୍ରୀଲଙ୍କା ହାତେଇ ନେଇଛି।


୪୮ ବର୍ଷ ପୂର୍ବେ ୧୯୭୬ ମସିହାରେ କାନପୁରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ମୋଟ ୫୨୪ ରନ୍ ସଂଗ୍ରହ କରିଥିଲା। ଏହି ଇନିଂସରେ ଭାରତ ପାଇଁ କେହି ଶତକ ମାରିନଥିଲେ। ବର୍ତ୍ତମାନ ଶ୍ରୀଲଙ୍କା ମୋଟ ୫୩୧ ରନ୍ ସହ ଭାରତକୁ ଅତିକ୍ରମ କରିଛି। ବର୍ତ୍ତମାନ କୌଣସି ଶତକ ବିନା ଟେଷ୍ଟ ଇନିଂସରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଶ୍ରୀଲଙ୍କା ନାମରେ ପଞ୍ଜିକୃତ ହୋଇଛି।


ଶ୍ରୀଲଙ୍କାର ଯଦିଓ କୌଣସି ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିନାହାଁନ୍ତି, ତଥାପି ଦଳର ୬ ଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। କୁସାଲ ମେଣ୍ଡିସ୍ ୯୨ ରନରେ ଆଉଟ୍ ହୋଇଥିଲେ। ୭ଟି ଚୌକା ଓ ୨ଟି ଛକା ସହାୟତାରେ ମେଣ୍ଡିସ୍ ୯୨ ରନ୍ ସଂଗ୍ରହ କରିଥିଲେ। ଦୁର୍ଭାଗ୍ୟବଶତଃ ମେଣ୍ଡିସ୍ ୯୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।


ଟେଷ୍ଟରେ ଶତକ ବିନା ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରିଥିବା ଦଳ


  • ୨୦୨୪ ରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୫୩୧ ରନ୍ କରିଛି

  • ଭାରତ ୫୨୪ ରନ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୯୭୬ ରନ୍ କରିଥିଲା (୯ ୱିକେଟରେ ଇନିଂସ ଘୋଷଣା) 

  • ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ୫୨୦ ରନ୍ ୨୦୦୭ ମସିହାରେ କରିିଥିଲା (୭ ୱିକେଟରେ ଇନିଂସ ଘୋଷଣା)