Suresh Raina Retirement: ଟିମ୍ ଇଣ୍ଡିଆର (Team India) ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା (Suresh Raina) ବର୍ତ୍ତମାନ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରାଇନାଙ୍କୁ କ୍ରିକେଟ୍ ଖେଳିବା ପାଇଁ କ୍ରିକେଟ୍ ରୁ ଅବସର ଘୋଷଣା କରିବାକୁ ପଡିଛି । ଏହି ବାକ୍ୟରେ ଅନେକ କିଛି ଲୁଛି ରହିଛି । ରାଇନା ବର୍ତ୍ତମାନ ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଆଉ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ସହିତ ଜଡିତ କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ ।


COMMERCIAL BREAK
SCROLL TO CONTINUE READING

ବାମହାତୀ ବ୍ୟାଟ୍ସମ୍ୟାନ୍ ତଥା ମିଷ୍ଟର ଆଇପିଏଲ୍ ଭାବରେ ଜଣାଶୁଣା ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି, "ମୋ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗୌରବର ବିଷୟ । ମୁଁ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ଘୋଷଣା କରିବାକୁ ଚାହୁଁଛି । ବିସିସିଆଇ, ୟୁପିସିଏ, ଚେନ୍ନାଇ ସୁପର କିଙ୍ଗସ୍, ରାଜୀବ ଶୁକ୍ଲା ସାର୍ ଓ ମୋର ଦକ୍ଷତା ଉପରେ ମୋର ସମର୍ଥନ ଏବଂ ଅଦମ୍ୟ ବିଶ୍ୱାସ ପାଇଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।"


ବାସ୍ତବରେ, ସୁରେଶ ରାଇନା ବିଭିନ୍ନ ଲିଗରେ ଖେଳିବାକୁ ଚାହୁଁଛନ୍ତି ଓ ସେ ୧୦ ସେପ୍ଟେମ୍ବରରୁ ରୋଡ଼ ସେଫ୍ଟି ୱାର୍ଲଡ ସିରିଜର ଏକ ଅଂଶ ମଧ୍ୟ ହେବେ । ତେବେ ବିସିସିଆଇ ପଲିସି ରେ ଦର୍ଶାଯାଇଛି ଯେ ଜଣେ ଖେଳାଳି ଯିଏ ବିସିସିଆଇ ସହିତ ଜଡିତ, ସେ କୌଣସି ବିଦେଶୀ ଲିଗ୍ କିମ୍ବା ଅନ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳି ପାରିବେ ନାହିଁ । ବିସିସିଆଇ କୌଣସି କ୍ରିକେଟରଙ୍କୁ ଅନ୍ୟ ଟୁର୍ଣ୍ଣାମେଣ୍ଟ କିମ୍ବା ଲିଗରେ ଖେଳିବାକୁ ଅନୁମତି ଦିଏ ନାହିଁ ।


କେବଳ କ୍ରିକେଟ୍ ଖେଳିବା ପାଇଁ ସୁରେଶ ରାଇନାଙ୍କୁ କ୍ରିକେଟ୍ ରୁ ଅବସର ଘୋଷଣା କରିବାକୁ ପଡିଛି । ରାଇନା ବର୍ତ୍ତମାନ ଦୁନିଆର ଯେକୌଣସି ଟି-୨୦ କିମ୍ବା ଟି-୧୦ ଲିଗରେ ଖେଳିପାରିବେ ଓ ସେ ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରତିନିଧିତ୍ୱ କରିପାରିବେ । ଏଭଳି ପରିସ୍ଥିତିରେ ତାଙ୍କୁ ଆଉ ଆଇପିଏଲ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ୧୫ ଅଗଷ୍ଟ ୨୦୨୦ ରେ ଏମଏସ ଧୋନି ଅବସର ଘୋଷଣା କରିବାବେଳେ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ ।


ରାଇନା ଆଇପିଏଲ୍ ୨୦୨୦ ରେ ଖେଳି ନଥିଲେ କିନ୍ତୁ ୨୦୨୧ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ଥିଲେ । ଅବଶ୍ୟ, ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ରଖିନଥିଲା କିମ୍ବା ଆଇପିଏଲ୍ ୨୦୨୨ ର ମେଗା ନିଲାମ ପୂର୍ବରୁ କୌଣସି ଦଳ କିଣି ନଥିଲେ । ଏଭଳି ପରିସ୍ଥିତିରେ ସେ ଜଣେ କେମେଣ୍ଟ୍ରିଟର ଭାବରେ ଆଇପିଏଲରେ ଜଡିତ ଥିଲେ ଓ କ୍ରିକେଟ୍ ଜଗତରୁ ଦୂରରେ ଥିଲେ । ଯଦିଓ, ସେ କ୍ରିକେଟ୍ ଖେଳିବାକୁ ଚାହୁଁଥିଲେ, କିନ୍ତୁ ସେ ଭାରତରେ ବିସିସିଆଇ ସହ ଜଡିତ କୌଣସି ଟୁର୍ନାମେଣ୍ଟରେ ସୁଯୋଗ ପାଇ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଭାରତୀୟ କ୍ରିକେଟରୁ ଅବସର ନେବାକୁ ଓ ବିଦେଶୀ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ସେ କିଛି ବିଦେଶୀ ଲିଗରେ ଖେଳିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।


ଏହା ବି ପଢ଼ନ୍ତୁ: Asia Cup 2022: ସେହୱାଗ କଲେ ଭବିଷ୍ୟବାଣୀ - ଭାରତ ନୁହେଁ, ଏହି ଦଳ ଜିତିପାରେ ଏସିଆ କପ୍