Asia Cup 2022: ସେହୱାଗ କଲେ ଭବିଷ୍ୟବାଣୀ - ଭାରତ ନୁହେଁ, ଏହି ଦଳ ଜିତିପାରେ ଏସିଆ କପ୍
Advertisement

Asia Cup 2022: ସେହୱାଗ କଲେ ଭବିଷ୍ୟବାଣୀ - ଭାରତ ନୁହେଁ, ଏହି ଦଳ ଜିତିପାରେ ଏସିଆ କପ୍

Sehwag Makes Prediction About Asia Cup 2022 Winner: ଭାରତର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗ ଏସିଆ କପକୁ ନେଇ ନିଜର ଭବିଷ୍ୟବାଣୀ କରିଛନ୍ତି । ଓ ଚଳିତ ବର୍ଷର ଏସିଆ କପ୍ ୨୦୨୨ ଟାଇଟଲ କିଏ ଜିତିବ ତାହା କହିଛନ୍ତି । 

ସୌ: ସୋସିଆଲ ମିଡିଆ

Sehwag Makes Prediction About Asia Cup 2022: ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ଏସିଆ କପ୍ ୨୦୨୨ (Asia Cup 2022) ସୁପର-୪ ମ୍ୟାଚ୍ ପୂର୍ବରୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ (Virender Sehwag) ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଓ ଚଳିତ ବର୍ଷର ଏସିଆ କପ୍ ୨୦୨୨ ଟାଇଟଲ କିଏ ଜିତିବ ତାହା କହିଛନ୍ତି । ସେହୱାଗ କହିଛନ୍ତି ଯେ ଆଗାମୀ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୁପର-୪ ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିବା ପରେ, ଏହା ଟିମ୍ ଇଣ୍ଡିଆ ପାଇଁ ଏକ 'କର ବା ମର' ମ୍ୟାଚ୍ ଅଟେ । ସେହୱାଗ ଭବିଷ୍ୟବାଣୀ କରିଛନ୍ତି ଯେ ଯଦି ଭାରତ ଗୋଟିଏ ମ୍ୟାଚ ମଧ୍ୟ ହାରିଯାଏ ତେବେ ପାକିସ୍ତାନ ଏସିଆ କପ୍ ୨୦୨୨ ଟାଇଟଲ ବିଜେତା ହୋଇପାରେ ।

କ୍ରିକବଜ ସହ କଥାବାର୍ତ୍ତା ବେଳେ ବୀରେନ୍ଦ୍ର ସେହୱାଗ କହିଛନ୍ତି, "ଯଦି ଭାରତ ଦୁର୍ଭାଗ୍ୟବଶତଃ ଆଉ ଏକ ମ୍ୟାଚ୍ ହାରିଯାଏ, ତେବେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ । ପାକିସ୍ତାନ ଲାଭରେ ଅଛି, କାରଣ ଯଦି ସେମାନେ ଗୋଟିଏ ମ୍ୟାଚ୍ ହାରନ୍ତି ଓ ଅନ୍ୟ ମ୍ୟାଚକୁ ଜିତନ୍ତି, ତେବେ ସେମାନଙ୍କର ନେଟ୍ ରନ୍ ରେଟ୍ ସେମାନଙ୍କୁ ଫାଇନାଲରେ ପହଞ୍ଚାଇ ଦେବ ।ଯେହେତୁ ସେମାନେ ଗୋଟିଏ ମ୍ୟାଚ୍ ହାରିଛନ୍ତି ଓ ଦୁଇଟି ଜିତିଛନ୍ତି । ଭାରତ ଗୋଟିଏ ମ୍ୟାଚ୍ ହାରିଛି ଓ ଅନ୍ୟ ମ୍ୟାଚକୁ ହରାଇଲେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ । ତେଣୁ ଭାରତ ଉପରେ ଚାପ ରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ପାକିସ୍ତାନ ଦୀର୍ଘ ସମୟ ପରେ ଫାଇନାଲରେ ଖେଳିବ ଓ ଦୀର୍ଘ ଦିନ ପରେ ଏସିଆ କପରେ ସେମାନେ ଭାରତକୁ ପରାସ୍ତ କରିଛନ୍ତି । ଚଳିତ ବର୍ଷ ମଧ୍ୟ ପାକିସ୍ତାନର ହୋଇପାରେ ।" ପାକିସ୍ତାନ ଶେଷ ଥର ପାଇଁ ୨୦୧୪ ରେ ଏସିଆ କପ୍ ଫାଇନାଲ୍ ଖେଳିଥିଲା, ​​ଯେତେବେଳେ ସେମାନେ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟ୍ ହରାଇଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ସାତଥର ଓ ଶ୍ରୀଲଙ୍କାର ପାଞ୍ଚଥର ଏସିଆ କପ୍ ଜିତିଥିବା ବେଳେ ପାକିସ୍ତାନ ମାତ୍ର ଦୁଇଥର ଏସିଆ କପ୍ ଜିତିଛି ।

ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୨ ର ଫାଇନାଲରେ ପହଞ୍ଚିବା ପାଇଁ ୬ ସେପ୍ଟେମ୍ବରରେ ଶ୍ରୀଲଙ୍କାକୁ ଓ ୮ ସେପ୍ଟେମ୍ବରରେ ଆଫଗାନିସ୍ତାନକୁ ପରାସ୍ତ କରିବାକୁ ପଡିବ । ଯଦି ଏହା ହୁଏ ତେବେ ପୁନର୍ବାର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମହାନ ମ୍ୟାଚ୍ ଖେଳାଯାଇପାରିବ, ଯାହା ଏସିଆ କପ୍ ର ୧୫ ତମ ସିଜନର ଫାଇନାଲ ହେବ । ଯଦି ଏହା ଘଟେ ତେବେ ଭାରତ ଓ ପାକିସ୍ତାନ ସମେତ କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା କୌଣସି ଠାରୁ କମ୍ ନୁହେଁ ।

ଏହା ବି ପଢ଼ନ୍ତୁ: Asia Cup 2022: 'କର ବା ମର' ସ୍ଥିତିରେ ଭାରତ, ଆଜି ଶ୍ରୀଲଙ୍କା ବିପକ୍ଷରେ ହେବ ସଙ୍ଘର୍ଷ