Mumbai Indians vs Delhi Capitals, IPL 2023: ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଗତ କିଛି ମାସ ମଧ୍ୟରେ ଘଟିଥିବା ଘଟଣାଗୁଡ଼ିକୁ ଭୁଲି ଏକ ନୂତନ ଆରମ୍ଭ କରିବାକୁ  ଇଣ୍ଡିଆନ୍ ପ୍ରିମିୟର ଲିଗ ୨୦୨୩ (IPL 2023) ରେ ଓହ୍ଲାଇଥିଲେ । ଭାରତୀୟ ଦଳ (Indian Cricket Team) ପାଇଁ ଖେଳି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ (India vs Australia ODI Series) ରେ ଲଗାତାର ୩ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିବା ଧୁରନ୍ଧର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ଖରାପ ସମୟ ଶେଷ ହେଉନାହିଁ । ଆଇପିଏଲର ପ୍ରଥମ ଦୁଇଟି ମ୍ୟାଚ୍‌ରେ ରନ୍ ସ୍କୋର କରିବାକୁ ସଂଘର୍ଷ କରୁଥିବା ସୂର୍ଯ୍ୟକୁମାର ଯାଦବ ତୃତୀୟ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ମଧ୍ୟ ବିନା ଖାତା ଖୋଲି ପାଭିଲିୟନକୁ ଫେରିଥିଲେ ।


COMMERCIAL BREAK
SCROLL TO CONTINUE READING

ଇଣ୍ଡିଆନ୍ ପ୍ରିମିୟର ଲିଗର ନୂଆ ସିଜିନ (IPL Season 16) ର ୧୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians vs Delhi Capitals) ମଧ୍ୟରେ ଖେଳାଯାଇଛି । ଉଭୟ ଦଳ ପ୍ରଥମ ବିଜୟ ସନ୍ଧାନରେ ଏଠାକୁ ଆସିଥିଲେ (DC vs MI Match) । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଅଧିନାୟକ (Delhi Capitals Captain) ଡେଭିଡ ୱାର୍ନର (David Warner) ଓ ଅକ୍ସର ପଟେଲ (Axar Patel) ଙ୍କ ଯୋଗୁଁ ୧୭୨ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ସେପଟେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ (Mumbai Indians Captain) ରୋହିତ ଶର୍ମା (Rohit Sharma) ଙ୍କ ସହ ଇଶାନ କିଶନ (Ishan Kishan) ଦଳ ପାଇଁ ଏକ ଭଲ ଆରମ୍ଭ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ମିଶି ୭୦ ରନ୍ ଯୋଡ଼ି ଥିଲେ । 


ଇଶାନ କିଶନ (Ishan Kishan) ଙ୍କ ରୂପରେ ମୁମ୍ବାଇକୁ ପ୍ରଥମ ଝଟକା ଲାଗିଥିଲା । ଏହା ପରେ ତିଲକ ବର୍ମା ଇନିଂସକୁ ଆଗକୁ ନେଇଥିଲେ । ଦୀର୍ଘ ବ୍ୟବଧାନ ପରେ ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ଅର୍ଦ୍ଧଶତକୀୟ ଇନିସଂ ଖେଳିଥିଲେ । ୪୧ ରନ୍ ସ୍କୋର କରିବା ପରେ ତିଲକ ବର୍ମା ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ଓ ଏଠାରୁ ମ୍ୟାଚ୍ ଓଲଟପାଲଟ ହୋଇଯାଇଥିଲା । ହାତରୁ ବାହାରିଥିବା ମ୍ୟାଚରେ ମୁମ୍ବାଇ ଶେଷ ବଲରେ ୨ ରନ୍ ନେଇ ଜିତିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav)ଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ତାଙ୍କ ଖରାପ ସମୟ ଶେଷ ହେବାର ନାମ ନେଉନାହିଁ । 



ଯେତେବେଳେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ସହଜରେ ସମାପ୍ତ ହୋଇପାରିଥାନ୍ତା, ସେତେବେଳେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ପ୍ରଥମ ବଲରେ ନିଜ ୱିକେଟ୍ ହରାଇଥିଲେ । ୪୧ ରନ୍ ସ୍କୋର କରିବା ପରେ ତିଲକ ବର୍ମା ଆଉଟ୍ ହୋଇଥିଲେ ଓ ସୂର୍ଯ୍ୟକୁମାର ଯାଦବ ପଡ଼ିଆରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲରେ ଶଟ୍ ଲଗାଇଥିଲେ ଓ ବାଉଣ୍ଟ୍ରୀରେ କୁଲଦୀପ ଯାଦବ କ୍ୟାଚ୍ ଧରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ।


ଅଧିକ ପଢ଼ନ୍ତୁ- 'ଐଶ୍ୱର୍ଯ୍ୟ'ର ସ୍ୱାମୀ ଶୁକ୍ର ଦେବଙ୍କ ହେଲା ଗୋଚର, ଏହି ୫ଟି ରାଶି ଉପରେ ବର୍ଷିବ ବିପୁଳ ଧନ!


ଅଧିକ ପଢ଼ନ୍ତୁ-ଦିଲ୍ଲୀର ଲଗାତର ଚତୁର୍ଥ ପରାଜୟ ପାଇଁ ଦାୟୀ ଏହି ଖେଳାଳି!


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ


 


ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । ​​କିନ୍ତୁ ପ୍ରଥମ ଇନିଂସରେ ମାତ୍ର ୮ ରନ୍ ସ୍କୋର କରିବା ପରେ ସେ ଆଉଟ୍ ହୋଇଥିଲେ । ଏହା ପରେ ଶ୍ରେୟସ୍ ଆୟର ଆଘାତରୁ ସୁସ୍ଥ ହୋଇ ଫେରିଥିଲେ । ସୁର୍ଯ୍ୟକୁମାର ପୂରା ସିରିଜରେ ଆଉ ସୁଯୋଗ ପାଇ ନଥିଲେ । ଟେଷ୍ଟ ପରେ ଶ୍ରେୟସ୍ ଆୟର ଆହତ ହୋଇଥିଲେ । ପୁନର୍ବାର ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ODI ସିରିଜର ତିନୋଟି ମ୍ୟାଚରେ ପ୍ରଥମ ବଲ ଖେଳି ଟି-20 କ୍ରିକେଟର ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) କୌଣସି ରନ୍ ସ୍କୋର ନକରି ଆଉଟ୍ ହୋଇଥିଲେ । ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ସେ ପ୍ରଥମ ବଲରେ ଖାତା ନ ଖୋଲି ଫେରି ଆସିଥିଲେ ।