Advertisement
photoDetails0hindi

Shukra Gochar 2023: 'ଐଶ୍ୱର୍ଯ୍ୟ'ର ସ୍ୱାମୀ ଶୁକ୍ର ଦେବଙ୍କ ହେଲା ଗୋଚର, ଏହି ୫ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

Shukra Rashi Parivartan 2023: ଶୁକ୍ର ଗ୍ରହକୁ ପ୍ରେମ, ସୌନ୍ଦର୍ଯ୍ୟ ଏବଂ ଆକର୍ଷଣର ପ୍ରତୀକ ଭାବରେ ମନେ କରାଯାଇଛି । ଶୁକ୍ର ଜୀବନରେ ବସ୍ତୁବାଦୀ ଭୋଗର ପ୍ରତିନିଧିତ୍ୱ କରନ୍ତି । କୁହାଯାଏ ଯେ ଯେଉଁମାନଙ୍କ ଜାତକରେ ଶୁକ ଦେବ ମଜବୁତ ସ୍ଥିତିରେ ଅଛନ୍ତି, ସେମାନେ ଜୀବନରେ ସମ୍ମାନ, ଶାରୀରିକ-ମାନସିକ ସୁଖ ଏବଂ ଆରାମ ପାଆନ୍ତି । 

1/6

Shukra Gochar 2023: ଅନ୍ୟପକ୍ଷରେ, ଶୁକ୍ରଙ୍କ ନକାରାତ୍ମକ ପ୍ରଭାବ ଯୋଗୁଁ ଜାତକଙ୍କୁ ଅର୍ଥ ହାନି ଓ ଆଇନଗତ ପ୍ରସଙ୍ଗରେ ସମ୍ମୁଖୀନ ହେବାକୁ ପଡିପାରେ । ବର୍ତ୍ତମାନ ଶୁକ୍ର ଗ୍ରହ ଚଳିତ ବର୍ଷ ଏପ୍ରିଲ ୬ରେ ବୃଷ ରାଶିରେ ଗୋଚର କରିଛି । ତାଙ୍କର ଗୋଚର ଯୋଗୁଁ ଆସନ୍ତା ଏକ ମାସ ପାଇଁ ୫ଟି ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ସେମାନେ ନିଜ କାର୍ଯ୍ୟରେ ବହୁତ ଅଗ୍ରଗତି କରିବେ ଓ ଘରେ ଧନ ଆସିବ । ଆସନ୍ତୁ ଜାଣିବା ସେହି ସବୁ ଭାଗ୍ୟଶାଳୀ ରାଶି ବିଷୟରେ...

୧. ବୃଷ ରାଶି

2/6
୧. ବୃଷ ରାଶି

ଶୁକ୍ର ଗୋଚର ଏହି ରାଶିର ଲୋକଙ୍କ ପାଇଁ  ଆଇନ ସମ୍ବନ୍ଧୀୟ ପ୍ରସଙ୍ଗରେ ସକରାତ୍ମକ ପ୍ରମାଣିତ ହୋଇପାରେ । ଏହି ସମୟ ମଧ୍ୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଟଙ୍କା ଋଣ କରିପାରନ୍ତି । ପ୍ରେମୀଯୁଗଳ ବିବାହ ବିଷୟରେ ଚିନ୍ତା କରିପାରନ୍ତି । କିନ୍ତୁ ବିବାହରେ ବିଳମ୍ବ ହୋଇପାରେ । ଆପଣ ଟଙ୍କା ରୋଜଗାର କରିବାରେ ସଫଳ ହେବେ । କିନ୍ତୁ ଆପଣଙ୍କର ଖର୍ଚ୍ଚ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବ ।

୨. କର୍କଟ ରାଶି

3/6
୨. କର୍କଟ ରାଶି

ଶୁକ୍ରଙ୍କ ବୃଷ ରାଶିରେ ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି । ଆପଣଙ୍କର ଅନେକ ଇଚ୍ଛା ପୂରଣ ହେବାର ସମ୍ଭାବନା ଅଧିକ ରହିଛି । ଆପଣ ଏକ ନୂତନ ଘର କିଣିପାରନ୍ତି । ଆପଣଙ୍କ କଠିନ ପରିଶ୍ରମ ପାଇଁ ଆପଣଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଟଙ୍କା ପାଇବାର ସମ୍ଭାବନା ଅଛି । ବିବାହ ପରି ଯେକୌଣସି ଶୁଭ କାର୍ଯ୍ୟକ୍ରମ ଆପଣଙ୍କ ଘରେ ଆୟୋଜିତ ହୋଇପାରେ ।

୩. ସିଂହ ରାଶି

4/6
୩. ସିଂହ ରାଶି

ଶୁକ୍ରଙ୍କ ଏହି ଗୋଚର ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ । ଆପଣଙ୍କର କ୍ୟାରିଅରରେ ସନ୍ତୁଷ୍ଟ ହେବେ । କର୍ମକ୍ଷେତ୍ରରେ ଆପଣ ନିଜର ସିନିୟରମାନଙ୍କ ସମର୍ଥନ ପାଇବେ । ଚାକିରିରେ ନୂତନ ସୁଯୋଗ ଉପଲବ୍ଧ ହେବ । ଇନକ୍ରିମେଣ୍ଟ ସହିତ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଆପଣଙ୍କୁ ଭାଇଭଉଣୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଏହି ଗୋଚର ବ୍ୟବସାୟୀଙ୍କ ପାଇଁ ଲାଭ ଦେବ । ଆପଣ ଏକରୁ ଅଧିକ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ ।

୪. କନ୍ୟା ରାଶି

5/6
୪. କନ୍ୟା ରାଶି

ଶୁକ୍ରଙ୍କର ଏହି ଗୋଚର ଏହି ରାଶିର ଜାତକଙ୍କ ପାଇଁ ଲାଭଦାୟକ ହେବ । ଆପଣ ଭାଗ୍ୟ ଓ ନିଜର ବାପାଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଏହା ସହିତ ଆପଣଙ୍କ ପାଇଁ ଭଲ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଆପଣ ଏକ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି । ଆପଣ କ୍ୟାରିଅରରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଏହାସହ ସେହି ଲୋକମାନେ ଯେଉଁମାନେ ବିବାହ କରିବାକୁ ଚିନ୍ତା କରୁଛନ୍ତି, ଏଥର ସେମାନଙ୍କ ପାଇଁ ଅନୁକୂଳ ହେବ । ବିବାହିତ ଲୋକମାନେ ମଧ୍ୟ ନିଜ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ୍ ସମୟ ଅତିବାହିତ କରିବେ ।

ଅଧିକ ପଢ଼ନ୍ତୁ-ଦିଲ୍ଲୀର ଲଗାତର ଚତୁର୍ଥ ପରାଜୟ ପାଇଁ ଦାୟୀ ଏହି ଖେଳାଳି!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ

ଅଧିକ ପଢ଼ନ୍ତୁ-DAକୁ ନେଇ ଆସିଲା ବଡ଼ ଖୁସି ଖବର: ଏହି ଦିନ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା! କେନ୍ଦ୍ର କର୍ମଚାରୀଙ୍କ ମୌଜ

୫. ମକର ରାଶି

6/6
୫. ମକର ରାଶି

ଶୁକ୍ରଙ୍କ ଗୋଚର ମକର ରାଶିର ଜାତକଙ୍କୁ ଅନୁକୂଳ ଫଳାଫଳ ଦେବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଷ୍ଟ ହେବେ ଓ ଆର୍ଥିକ ଦୃଷ୍ଟିରୁ ମଜବୁତ ହେବେ । ଏହି ସମୟ ମଧ୍ୟରେ ଆପଣ ନିଜର କ୍ୟାରିୟରର ଶୀର୍ଷ ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇପାରିବେ । ଏହି ଗୋଚର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସକାରାତ୍ମକ ଫଳାଫଳ ଆଣିବ । ବିଶେଷକରି ଏହି ଗୋଚର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ । ଏହି ସମୟରେ ପ୍ରେମୀ ଯୁଗଳମାନଙ୍କ ହାତଗଣ୍ଠି ପଡ଼ିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)