T-20 World Cup 2022, ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ଶକ୍ତ ଝଟକା ଲାଗିଛି। ଅଭ୍ୟାସ ବେଳେ ହିଟ୍ ମ୍ୟାନ୍ ଆହତ ହୋଇଛନ୍ତି। କ୍ୟାପଟେନ ରୋହିତ ଶର୍ମାଙ୍କ ହାତରେ ଆହତ ଲାଗିଛି। ସେ ଅଧାରେ ପ୍ରାକ୍ଟିସ ବନ୍ଦ କରିଛନ୍ତି। ରୋହିତଙ୍କ ସେମି ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ଅନ୍ୟପଟେ ଫ୍ୟାନ୍ସମାନେ ହିଟ ମ୍ୟାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନାନୁସାରେ, ପ୍ରାକ୍ଟିସ ସମୟରେ ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ଆହତ ହୋଇଛନ୍ତି। ତାଙ୍କ କଚଟିରେ ଆଘାତ ଲାଗିଛି। ଏହା ପରେ ହିଟ୍ ମ୍ୟାନ ତାଙ୍କର ବ୍ୟାଟିଂ ପ୍ରାକ୍ଟିସ ବନ୍ଦ କରିଛନ୍ତି। ସୋମବାର ଆଡିଲେଡରେ ପ୍ରାକ୍ଟିସ ସମୟରେ ସେ ଆହତ ହୋଇଥିବା କୁହାଯାଉଛି। କିନ୍ତୁ ଗୁରୁତର ଆଘାତ ଲାଗିନାହିଁ, ତେଣୁ ଚିନ୍ତା କରିବାର କିଛି କାରଣ ନାହିଁ। ତଥାପି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଏହାର ପ୍ରଭାବ ପଡିପାରେ ବୋଲି ବିଶ୍ୱାସ କରାଯାଉଛି। ବର୍ତ୍ତମାନ ରୋହିତ ଶର୍ମା, ଟିମର ଡାକ୍ତରଙ୍କ ତତ୍ୱାବଧାନରେ ଅଛନ୍ତି। 


Also Read: ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ


 


ଅନ୍ୟପଟେ ରୋହିତ ଶର୍ମାଙ୍କ ଆଘାତ ଖବର ଆସିବା ପରେ ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଆସନ୍ତା ୧୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଭାରତ, ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳିବ। ଏହି ମ୍ୟାଚ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ମଧ୍ୟାହ୍ନ ସାଢେ ଗୋଟାଏରେ ଅନୁଷ୍ଠିତ ହେବ। ପ୍ରଥମ ସେମିଫାଇନାଲ, ବୁଧବାର ପାକିସ୍ତାନ ଓ ନ୍ୟାଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଆହତ ହୋଇଥିବା ରୋହିତ ଶର୍ମା, ସେମିଫାଇନାଲ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।


ସୂଚନାଯୋଗ୍ୟ, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା, ପାକିସ୍ତାନ ବିପକ୍ଷରେ ୪ (୭), ନେଦରଲାଣ୍ଡ ବିପକ୍ଷରେ ୫୩ (୩୯), ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ (୧୪), ବାଂଲାଦେଶ ୨ (୮) ଓ ଜିମ୍ବାୱେ ବିପକ୍ଷରେ ୧୫ (୧୩) ରନ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ପ୍ରଦର୍ଶନ ସେତେ ଭଲ ନାହିଁ। କିନ୍ତୁ ତାଙ୍କର ନେତୃତ୍ୱରେ ଦଳ ସେମି ପର୍ଯ୍ୟନ୍ତ ଯାଇଛି। ପ୍ରଥମ ଥର ପାଇଁ ରୋହିତ ଶର୍ମା କୌଣସି ବିଶ୍ୱକପରେ ଅଧିନାୟକତ୍ୱ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଚଳତ ଟି୨୦ ବିଶ୍ୱକପରେ ହିଟ୍ ମ୍ୟାନଙ୍କ ହାରାହାରି ରନରେଟ୍ ୧୭.୮ ରହିଛି। 


Also Read: T20 World Cup: ସେମି ଫାଇନାଲ ଟକ୍କର: ଭାରତ ପାଇଁ ଖୁସି ଖବର


ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ବଡ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ, ଜିମ୍ବାୱେ ବିପକ୍ଷରେ ସୁପର ୧୨ର ଶେଷ ମ୍ୟାଚ୍ ଖେଳିଥିଲା, କିନ୍ତୁ ଏହି ମ୍ୟାଚରେ ଟିମର ଜଣେ ଖେଳାଳି ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ, ତେଣୁ ଏହି ଖେଳାଳିଙ୍କୁ ପୁଣି ଥରେ ଦଳ ବାହାରେ ବସିବାକୁ ପଡିପାରେ। 


ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କ୍ୟାପଟେନ ରୋହିତ ଏକ ବଡ଼ ପରିବର୍ତ୍ତନ କରିଥିଲେ। ସେ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଚୂଡାନ୍ତ ଏକାଦଶରେ ସାମିଲ କରିଥିଲେ। ଏହି ଟୁର୍ନାମେଣ୍ଟରେ ପନ୍ତଙ୍କର ଏହା ପ୍ରଥମ ମ୍ୟାଚ୍ ଥିଲା, କିନ୍ତୁ ସେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ସେ କେବଳ୫ଟି ବଲରେ ୩ ରନ୍ ସ୍କୋର କରିପାରନ୍ତି। ପନ୍ତଙ୍କ ଏପରି ଖେଳ ଦେଖି ଦୀନେଶ କାର୍ତ୍ତିକଙ୍କ ପରବର୍ତ୍ତୀ ମ୍ୟାଚରେ ପ୍ରତ୍ୟାବର୍ତ୍ତନ ପ୍ରାୟ ନିଶ୍ଚିତ ହୋଇଯାଇଛି।