ଶେନ ୱାର୍ଣ୍ଣ କଲେ ଭବିଷ୍ୟବାଣୀ; କହିଲେ - କେଉଁ ଦଳ ପହଞ୍ଚିବ ସେମିଫାଇନାଲ ଏବଂ ଫାଇନାଲ
ICC T20 World Cup 2021: ଟି-20 ବିଶ୍ୱକପ୍ର କେଉଁ ଦଳ ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବେ ତାହା ଶେନ ୱାର୍ଣ୍ଣ କହିଛନ୍ତି । ବର୍ତ୍ତମାନ ସୁପର 12 ର ମ୍ୟାଚ୍ ଚାଲିଛି । ସମସ୍ତ ଦଳଗୁଡିକ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଶ୍ରେଷ୍ଠ 4 ଟି ଦଳ ସେମି ଫାଇଲରେ ଏଣ୍ଟ୍ରି କରିବେ ।
ନୂଆଦିଲ୍ଲୀ: ପ୍ରତ୍ୟେକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଉପରେ ଶେନ ୱାର୍ଣ୍ଣଙ୍କର () ନଜର ରହିଥାଏ । ତାହା କୌଣସି ମ୍ୟାଚରେ ବିଜେତାକୁ ନେଇ ଭବିଷ୍ୟବାଣୀ କରିବା ହେଉ କିମ୍ବା ଏକ ନିର୍ଦ୍ଦିଷ୍ଟ ଖେଳାଳିଙ୍କ ବିରୋଧରେ ରଣନୀତି ସ୍ଥିର କରିବା ହେଉ, ୱାର୍ଣ୍ଣଙ୍କ କଥା ପ୍ରାୟତଃ ସବୁବେଳେ ସତ୍ୟ ହୋଇଥାଏ । ବର୍ତ୍ତମାନର ଟି -20 ବିଶ୍ୱକପ (ICC T20 World Cup 2021) ର ସେମିଫାଇନାଲ ଓ ଫାଇନାଲ ରେ କେଉଁ ଦଳ ପହଞ୍ଚିବେ ତାହା ଅନୁମାନ କରିବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ । କାରଣ T20 ରେ, ପଶା କେତେବେଳେ ବି ପାଲଟି ଯାଇପାରେ । କିନ୍ତୁ କିଛି ଓପନିଂ ମ୍ୟାଚ୍ ଦେଖିବା ପରେ ଶେନ ୱାର୍ଣ୍ଣ (Shane Warne) କହିଛନ୍ତି ଯେ କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବେ ଏବଂ କେଉଁ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ପରେ ଶନିବାର ରାତିରେ ଶେନ ୱାର୍ଣ୍ଣ ଏହି ଭବିଷ୍ୟବାଣୀ କରିଛନ୍ତି । ବର୍ତ୍ତମାନ ସମସ୍ତ ଦଳ ଗ୍ରୁପ୍ ୱାନରେ ନିଜର 3ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ଗ୍ରୁପ୍ ୨ରେ ପାକିସ୍ତାନ ସର୍ବାଧିକ ତିନୋଟି ମ୍ୟାଚ୍ ଖେଳିଛି ଏବଂ ସେ ତିନୋଟି ଜିତିଛି । ସୁପର 12 ରେ, ଉଭୟ ଗ୍ରୁପରୁ 2 ଟି ଲେଖାଏଁ ଦଳ ସେମିଫାଇନାଲରେ ପ୍ରବେଶ କରିବେ ।
ଏହା ବି ପଢ଼ନ୍ତୁ: ଶାମିଙ୍କୁ ଟାର୍ଗେଟ କରାଯିବାକୁ ନେଇ ବିରାଟ କୋହଲି ଦେଲେ ପ୍ରଥମ ପ୍ରତିକ୍ରିୟା
ଗ୍ରୁପ୍- 1 ରୁ ସେମିଫାଇନାଲରେ କିଏ?
ଶେନ ୱାର୍ଣ୍ଣଙ୍କ ଅନୁଯାୟୀ ଇଂଲଣ୍ଡ ଦଳ ଗ୍ରୁପ -1 ରେ ଶୀର୍ଷରେ ରହିବ। ବର୍ତ୍ତମାନ ଇଂଲଣ୍ଡ 6 ପଏଣ୍ଟ ସହ ଶୀର୍ଷରେ ରହିଛି । ଏହା ପରେ ୱାର୍ଣ୍ଣ ଏହି ଗ୍ରୁପରୁ ଅଷ୍ଟ୍ରେଲିଆ ଉପରେ ଗୋଟି ଲଗାଇଛନ୍ତି । ୱାର୍ଣ୍ଣ କହିଛନ୍ତି ଯେ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ବର୍ତ୍ତମାନ ସୁଦ୍ଧା 3 ଟି ମ୍ୟାଚ ମଧ୍ୟରୁ 2 ଟି ରେ କଙ୍ଗାରୁ ବିଜୟୀ ହୋଇଛି । ତେବେ ଇଂଲଣ୍ଡ ବିପକ୍ଷ ପରାଜୟ ପରେ ଅଷ୍ଟ୍ରେଲିଆ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି ।
ଗ୍ରୁପ୍ -2 ରୁ ସେମିଫାଇନାଲରେ କିଏ?
ପୂର୍ବତନ ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣ ଗ୍ରୁପ୍ ୨ ରୁ ପାକିସ୍ତାନକୁ ଶୀର୍ଷରେ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା 3 ଟି ବିଜୟ ସହ ପାକିସ୍ତାନ ଶୀର୍ଷରେ ରହିଛି । ଏହି ଗ୍ରୁପରୁ ୱାର୍ଣ୍ଣଙ୍କର ପୂର୍ଣ୍ଣ ଆଶା ଅଛି ଯେ ଟିମ୍ ଇଣ୍ଡିଆ ମଧ୍ୟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ତେବେ ପ୍ରଥମ ମ୍ୟାଚ୍ରେ ଭାରତକୁ ପାକିସ୍ତାନ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ଏହା ବି ପଢ଼ନ୍ତୁ: ଜେଲ୍ ଠାରୁ କଠିନ ଆର୍ୟନଙ୍କ ଜାମିନ ସର୍ତ୍ତ! ଜାଣନ୍ତୁ ୫ ପୃଷ୍ଠାରେ ସର୍ତ୍ତାବଳୀରେ କ'ଣ ସବୁ ରହିଛି
କିଏ ଖେଳିବେ ଫାଇନାଲ?
ଶେନ ୱାର୍ଣ୍ଣଙ୍କ ଅନୁଯାୟୀ ଭାରତ ସେମିଫାଇନାଲରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ । ଯେତେବେଳେ କି ଅଷ୍ଟ୍ରେଲିଆ ପାକିସ୍ତାନ ସହ ସଂଘର୍ଷ କରିବ । ୱାର୍ଣ୍ଣ ବିଶ୍ୱାସ କରନ୍ତି ଯେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ କିମ୍ବା ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ମଧ୍ୟରେ ଖେଳାଯିବ । ସୁପର 12 ଆରମ୍ଭ ପୂର୍ବରୁ ୱାର୍ଣ୍ଣ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଟି -20 ର ଚାମ୍ପିୟନ ହେବା ପାଇଁ ଭାରତ ଏବଂ ଇଂଲଣ୍ଡ ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।