ନୂଆଦିଲ୍ଲୀ: T20 World Cup 2022, India Vs Australia  Warm Up Match: ଟି-20 ବିଶ୍ୱକପ ୨୦୨୨ରେ ନିଜ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ (Team India) ୱାର୍ମ ଅପ୍ ମ୍ୟାଚ୍ ଖେଳୁଛି । ଚଳିତ ଥର ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ (T20 World Cup Australia) ଆୟୋଜନ କରାଯାଉଛି । ସେପଟେ ବ୍ରିସବେନର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍‌ରେ ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳି ନାହିଁ । ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ପ୍ରାୟ ସ୍ଥିର କରିନେଇଛନ୍ତି ଯେ, ଏହି ଖେଳାଳି ଚଳିତ ଟୁର୍ଣ୍ଣାମେଣ୍ଟରେ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିବ । ଏହି ଖେଳାଳି ଏପର୍ଯ୍ୟନ୍ତ ଟି-20 ଫର୍ମାଟରେ କିଛି ଖାସ୍ ପ୍ରଦର୍ଶନ କରିପାରି ନାହାଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଦୀନେଶ କାର୍ତ୍ତିକ (Dinesh Karthik) ଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବାର ସୁଯୋଗ ଦେଇଛନ୍ତି । ତେଣୁ ୨୫ ବର୍ଷୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଏହି ମ୍ୟାଚରେ ସ୍ଥାନ ପାଇପାରିନଥିଲେ । 


COMMERCIAL BREAK
SCROLL TO CONTINUE READING

ଏସିଆ କପ୍ ୨୦୨୨ରେ ମଧ୍ୟ ଦୀନେଶ କାର୍ତ୍ତିକ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ଥିଲେ । ଏହି କାରଣରୁ ଋଷଭ ପନ୍ତଙ୍କୁ ବଡ଼ ମ୍ୟାଚ୍‌ରେ ବାହାର ବସିବାକୁ ପଡ଼ିଥିଲା । ଏହି ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ପର୍ଥରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା । ଏହି ଉଭୟ ମ୍ୟାଚ୍‌ରେ ଋଷଭ ପନ୍ତ ଓପନର୍ ଭାବରେ ଖେଳିବାର ସୁଯୋଗ ପାଇଥିଲେ । କିନ୍ତୁ ଋଷଭ ପନ୍ତ ଏହି ଦୁଇଟି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ମ୍ୟାଚରେ ଋଷଭ ପନ୍ତ କେବଳ ୯-୯ ରନର ଇନିଂସ ଖେଳିଥିଲେ ।


ଋଷଭ ପନ୍ତ କିଛି ସମୟ ହେବ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ବିଜେତା ଖେଳାଳି ବୋଲି ପ୍ରମାଣ କରିଆସୁଛନ୍ତି । କିନ୍ତୁ ଋଷଭ ପନ୍ତ ଟି-20 ଫର୍ମାଟରେ ନିଜର ଛାପ ଛାଡିବାରେ ଅସଫଳ ରହିଛନ୍ତି । ଋଷଭ ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୨ଟି ଟି-20 ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୪.୦୨ ଏଭେରେଜରେ ୯୬୧ ରନ୍ ସ୍କୋର କରିପାରିଛନ୍ତି । ସେପଟେ ଏହି ମ୍ୟାଚଗୁଡିକରେ ଋଷଭ ପନ୍ତ ମାତ୍ର ୩ ଥର ୫୦ ରନର ଅଙ୍କ ଅତିକ୍ରମ କରିପାରିଛନ୍ତି ।


ଅଧିକ ପଢ଼ନ୍ତୁ:-ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର


ଅଧିକ ପଢ଼ନ୍ତୁ:-ପାଇଲଟଙ୍କ ଉପରେ ନାହିଁ ଭରସା, ଗେହଲୋତ ବି ଭାଙ୍ଗିଲେ ଆଶା; RAJ ଉପରେ କଂଗ୍ରେସର ଫୋକସ୍


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଶକ୍ତି ହିଁ ଦଳ ପାଇଁ ପାଲଟିଲା ଦୁର୍ବଳତା, ୱାର୍ମ ଅପ୍ ମ୍ୟାଚରେ ପୁଣି ହେଲେ ଫ୍ଲପ୍


ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନର ସମୟରେ ଅନ୍ୟତମ ଦମଦାର୍ କ୍ରିକେଟର ଭାବରେ ପରିଚିତ ଋଷଭ ପନ୍ତଙ୍କ ପାଇଁ ୨୦୨୨ରେ ସୀମିତ ଓଭର କ୍ରିକେଟରେ ଭଲ ବର୍ଷ ଭାବେ ଯାଇନାହିଁ । ସେ ମଧ୍ୟ ଏସିଆ କପ୍ ୨୦୨୨ରେ ଭିତର-ବାହାର ହେଉଥିଲେ । ଯେତେବେଳେ ଦୀନେଶ କାର୍ତ୍ତିକ ଫେରି ଆସିଲେ, ତାଙ୍କର ଅସୁବିଧା ଆହୁରି ବଢ଼ିଗଲା । ଟି-20 ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚରେ ମଧ୍ୟ ଋଷଭ ପନ୍ତ ଖାସ୍ କିଛି କମାଲ କରିପାରି ନଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଥିଲା ।