ପାଇଲଟଙ୍କ ଉପରେ ନାହିଁ ଭରସା, ଗେହଲୋତ ବି ଭାଙ୍ଗିଲେ ଆଶା; RAJ ଉପରେ କଂଗ୍ରେସର ଫୋକସ୍
Advertisement
Article Detail0/zeeodisha/odisha1398782

ପାଇଲଟଙ୍କ ଉପରେ ନାହିଁ ଭରସା, ଗେହଲୋତ ବି ଭାଙ୍ଗିଲେ ଆଶା; RAJ ଉପରେ କଂଗ୍ରେସର ଫୋକସ୍

Rajasthan Congress: ବିଗତ ଦିନରେ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଥିବା ଗେହଲୋତଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଏହି ବୈଠକ ଡକାଯାଇଥିଲା । ଏହି ବିଧାୟକମାନେ ଦଳ ଡାକି ଥିବା ବୈଠକରେ ଯୋଗ ଦେଇନଥିଲେ, କିନ୍ତୁ ସମସ୍ତେ ଗେହଲୋତ ବିଶ୍ୱସ୍ତ ଶାନ୍ତି ଧାରୀୱାଲଙ୍କ ବାସଭବନରେ ଡକାଯାଇଥିବା ସମାନ୍ତରାଳ ବୈଠକରେ ଯୋଗ ଦେଇଥିଲେ ।

ପାଇଲଟଙ୍କ ଉପରେ ନାହିଁ ଭରସା, ଗେହଲୋତ ବି ଭାଙ୍ଗିଲେ ଆଶା; RAJ ଉପରେ କଂଗ୍ରେସର ଫୋକସ୍

ନୂଆଦିଲ୍ଲୀ: Rajasthan Congress: ଆଜି ଅର୍ଥାତ ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ର ଲଢ଼େଇରେ ମଲ୍ଲିକାର୍ଜୁନ ଖରଗେ (Mallikarjun Kharge) ଓ ଶଶି ଥରୁର (Shashi Tharoor) ଙ୍କ ଭାଗ୍ୟ ସ୍ଥିର ହେବ । ଏହା ପରେ ଦେଶର ସବୁଠାରୁ ପୁରୁଣା ଦଳ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Ashok Gehlot) ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ୍ ପାଇଲଟ (Sachin Pilot) ଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଗତ ମାସ ଶେଷରେ ଜୟପୁରରେ ଦଳ ଡାକି ଥିବା ବୈଠକରେ ୮୨ କଂଗ୍ରେସ ବିଧାୟକ ଯୋଗ ନଦେବା ପରେ ବିବାଦ ଆହୁରି ଗଭୀର ହୋଇଥିଲା । ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଥିବା ଗେହଲୋତଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଏହି ବୈଠକ ଡକାଯାଇଥିଲା । ଏହି ବିଧାୟକମାନେ ଦଳ ଡାକି ଥିବା ବୈଠକରେ ଯୋଗ ଦେଇନଥିଲେ, କିନ୍ତୁ ସମସ୍ତେ ଗେହଲୋତ ବିଶ୍ୱସ୍ତ ଶାନ୍ତି ଧାରୀୱାଲଙ୍କ ବାସଭବନରେ ଡକାଯାଇଥିବା ସମାନ୍ତରାଳ ବୈଠକରେ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ନେହେରୁ-ଗାନ୍ଧୀ ପରିବାରର ଜଣେ ବିଶ୍ୱସ୍ତ ବ୍ୟକ୍ତି ଭାବରେ ଜଣାଶୁଣା । କିନ୍ତୁ କୁହାଯାଉଛି ଯେ ଗତ ମାସର ରାଜନୈତିକ ଡ୍ରାମାରୁ ଗାନ୍ଧୀ ପରିବାରର ଭରସା ଦୁର୍ବଳ ହୋଇଛି । ସେପଟେ ସଚିନ୍ ପାଇଲଟ୍ ମଧ୍ୟ ୨୦୨୦ରେ ଗେହଲୋତଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଗାନ୍ଧୀ ପରିବାର ଅଶୋକ ଗେହଲୋତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁ, ସେଥି ପ୍ରତି ଆଗ୍ରହୀ ନୁହଁନ୍ତି, କିନ୍ତୁ ସଚିନ୍ ପାଇଲଟଙ୍କୁ ନେଇ ମଧ୍ୟ ସଂପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହଁନ୍ତି । ଗେହଲୋତ ଓ ପାଇଲଟ୍ ବ୍ୟତୀତ ଅନ୍ୟ ନାମ ଉପରେ ଦଳ ସହମତ ହୋଇପାରେ ବୋଲି ମଧ୍ୟ ଏକ ସମ୍ଭାବନା ରହିଛି । ପଞ୍ଜାବରେ ମଧ୍ୟ କଂଗ୍ରେସ ସମାନ ସୂତ୍ର କାର୍ଯ୍ୟକାରୀ କରିଥିଲା, ଯାହା ଦଳ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଥିଲା । ବିଧାନସଭା ନିର୍ବାଚନରେ ​​ଦଳକୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲେ ।

ପାର୍ଟି ସୂତ୍ର ଏହା ମଧ୍ୟ କହିଛି ଯେ, ଅଶୋକ ଗେହଲୋତ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଅନେକ ଥର ଯୋଗ ଦେଇଛନ୍ତି । ଗାନ୍ଧୀ ପରିବାର ସହିତ ତାଙ୍କର ମଧ୍ୟ ଭଲ ସମ୍ପର୍କ ରହିଛି । ଶନିବାର କର୍ଣ୍ଣାଟକର ବେଲ୍ଲାରୀରେ କଂଗ୍ରେସ ରାଲିରେ ସେ ମଧ୍ୟ ଉପସ୍ଥିତ ଥିଲେ । ଏହା ମଧ୍ୟ କୁହାଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଓ ରାହୁଲ ଗାନ୍ଧୀ (Rahul Gandhi) ପାଇଲଟଙ୍କ ସହ ଅଧିକ ସହଜ । କିନ୍ତୁ ଦଳର ଅନ୍ତରୀଣ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖରଗେଙ୍କ ସହ ଗେହଲୋତଙ୍କ ଭଲ ସମୀକରଣ ରହିଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଶକ୍ତି ହିଁ ଦଳ ପାଇଁ ପାଲଟିଲା ଦୁର୍ବଳତା, ୱାର୍ମ ଅପ୍ ମ୍ୟାଚରେ ପୁଣି ହେଲେ ଫ୍ଲପ୍

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ପାଇଁ ଟି-20 ବିଶ୍ୱକପ ୨୦୨୨ ହେଉଛି ଶେଷ ୱାର୍ଲ୍ଡ କପ୍? ପିଲାଦିନର କୋଚ୍ ଦେଲେ ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୱାର୍ମ ଅପ୍ ମ୍ୟାଚ୍, ଜାଣନ୍ତୁ କେତେବେଳେ ଓ କେଉଁଠାରେ ଦେଖିବେ ମ୍ୟାଚ୍

 

ଗୁଜୁରାଟ ନିର୍ବାଚନ ପାଇଁ ଅଶୋକ ଗେହଲୋତଙ୍କ ଉପରେ ମଧ୍ୟ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ଦାୟିତ୍ୱ ରହିଛି । ସେ ଗୁଜରାଟ ଗସ୍ତ କରିବାକୁ ଯାଉଛନ୍ତି । ସେ ରାଧନପୁରରେ ଏକ ରୋଡ୍ ଶୋ' ଓ ଏକ ସାଧାରଣ ସଭାରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ସେ ଅକ୍ଟୋବର ୧୮ରେ ଥରଦରେ ଏକ ରୋଡ୍ ଶୋ' ଓ ଯୁବ ସମାବେଶରେ ମଧ୍ୟ ଭାଗ ନେବେ ବୋଲି ଆଶା କରାଯାଉଛି । ଏହି ପ୍ରସଙ୍ଗରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା ପାଇଁ ଅନୁଶାସନ କମିଟି ଖୁବ୍ ଶୀଘ୍ର ଏହାର ବୈଠକ କରିପାରେ । ୮୨ ଜଣ ବିଧାୟକ ଦଳର ବୈଠକରେ ଯୋଗ ନଦେବା ପରେ ଗେହଲୋତଙ୍କ ବିଶ୍ୱସ୍ତ ତିନିଜଣ ମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖରଗେ ଓ ଅଜୟ ମାକେନଙ୍କ ନେତୃତ୍ୱରେ ଅନୁଶାସନ କମିଟି ଏହି ନୋଟିସ ପଠାଇଛି । ଗେହଲୋଟ୍ ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗିଥିଲେ ।