T20 World Cup 2024: ଟି-୨୦ ବିଶ୍ୱକପ୍ ୨୦୨୪ ଜୁନ୍ ୨ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ୨ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଆମେରିକା କାନାଡାକୁ ଭେଟିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପାପୁଆ ନ୍ୟୁ ଗିନି ସହିତ ମୁହାଁମୁହିଁ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ୨୦୨୪ ଆୟୋଜନ କରୁଛି। ଏଥର ୨୦ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ପ୍ରଶଂସକମାନେ ଡିଜନି ହଟଷ୍ଟାର ମାଧ୍ୟମରେ ମୋବାଇଲରେ ମାଗଣାରେ ବିଶ୍ୱକପ୍ ମ୍ୟାଚ୍ ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

୫ ଜୁନରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତୀୟ ଦଳ 
ଭାରତୀୟ ଦଳ ୫ ଜୁନରୁ ଟି-୨୦ ବିଶ୍ୱକପ ୨୦୨୪ ରେ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଆୟର୍ଲାଣ୍ଡ ଦଳକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ୯ ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାଲା ଖେଳାଯିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। ଏହି ଲଢ଼େଇ ନ୍ୟୁୟର୍କରେ ମଧ୍ୟ ହେବ। ଗ୍ରୁପ୍ ପର୍ଯ୍ୟାୟରେ, ଭାରତୀୟ ଦଳ ଜୁନ୍ ୧୨ ରେ ଆମେରିକା ବିପକ୍ଷରେ ତୃତୀୟ ମ୍ୟାଚ୍ ଓ ଜୁନ୍ ୧୫ ରେ କାନାଡା ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ।



୨୦ ଟି ଦଳ ମଧ୍ୟରେ ହେବ ମହା ସଂଘର୍ଷ
ଟି-୨୦ ବିଶ୍ୱକପ ୨୦୨୪ ରେ ୨୦ଟି ଦଳ ଭାଗ ନେଉଛନ୍ତି। ସମସ୍ତ ଦଳ ପ୍ରତ୍ୟେକ ୫ଟି ଗ୍ରୁଫରେ ବିଭକ୍ତ। ଭାରତୀୟ ଦଳ ଗ୍ରୁପ୍ ଏରେ ଅଛି। ଭାରତ ବ୍ୟତୀତ ଏହି ଗ୍ରୁଫରେ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଓ ଆମେରିକା ମଧ୍ୟ ସାମିଲ।


ଗ୍ରୁପ୍ ଏ: ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ଆମେରିକା
ଗ୍ରୁପ୍ ବି: ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମିବିଆ, ସ୍କଟଲ୍ୟାଣ୍ଡ, ଓମାନ 
ଗ୍ରୁପ୍ ସି: ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ, ଉଗାଣ୍ଡା, ପାପୁଆ ନ୍ୟୁ ଗିନି
ଗ୍ରୁପ୍ ଡି: ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲ୍ୟାଣ୍ଡ, ନେପାଳ