Team India Selection Committee: ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହାଙ୍କ  (Jay Shah) ତରଫରୁ ଜାରି କରାଯାଇଥିବା ଏକ ବିୟାନରେ କୁହାଯାଇଛି ଯେ ଚେତନ ଶର୍ମା ଭାରତୀୟ ପୁରୁଷ କ୍ରିକେଟ୍ ଦଳର (Indian men's cricket team) ମୁଖ୍ୟ ଚୟନକର୍ତ୍ତା (Chief selector) ପଦବୀ ଜାରି ରଖିବେ । ଏକ ବିଶେଷ ସାକ୍ଷାତକାର ଆଧାରରେ ଚୟନ କମିଟି ପାଇଁ ସୁଲକ୍ଷ୍ନା ନାୟକ, ଅଶୋକ ମଲହୋତ୍ରା ଓ ଜତିନ୍ ପରଞ୍ଜପେଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି (Cricket Advisory Committee) ଚେତନ ଶର୍ମା, ଶିବ ସୁନ୍ଦର ଦାସ, ସୁବ୍ରୋତ ବାନାର୍ଜୀ, ସଲିଲ ଅଙ୍କୋଲା, ଶ୍ରୀଧରନ୍ ଶରତଙ୍କୁ ଚୟନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବିସିସିଆଇ ସଚିବଙ୍କ ଅନୁଯାୟୀ ଅଲ ଇଣ୍ଡିଆ ସିନିୟର ଚୟନ କମିଟିର ସଦସ୍ୟ ଚୟନ ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଗ୍ରହଣ କରାଯାଇଥିଲା । ଏହି କ୍ରମରେ ୧୮ ନଭେମ୍ବର ୨୦୨୨ ରେ, ଏହି ବିଶେଷ ପୋଷ୍ଟଗୁଡିକ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ପଦବୀ ପାଇଁ ଆମେ ଦେଶରୁ ପ୍ରାୟ ୬୦୦ ଜଣ ଆବେଦନ କରିଥିଲେ । ଯେଉଁଥିରୁ ଏହି ପାଞ୍ଚଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।


ଇଣ୍ଟରଭ୍ୟୁକୁ ଭିତ୍ତିକରି କ୍ରିକେଟ୍ ପରାମର୍ଶଦାତା କମିଟି ଏହି ପ୍ରାର୍ଥୀଙ୍କୁ ସିନିୟର ପୁରୁଷ ଜାତୀୟ ଚୟନ କମିଟି ପାଇଁ ସୁପାରିଶ କରିଥିଲେ । ଏଥିରେ ଚେତନ ଶର୍ମା, ଶିବ ସୁନ୍ଦର ଦାସ, ସୁବ୍ରୋତ ବାନାର୍ଜୀ, ସାଲିଲ ଅଙ୍କୋଲା ଓ ଶ୍ରୀଧରନ୍ ଶରତଙ୍କୁ ଚୟନ କରାଯାଇଥିଲା । ଏଥିରେ ଚେତନ ଶର୍ମାଙ୍କୁ କମିଟିର ସଭାପତି କରାଯାଇଥିଲା ।


୨୦୨୨ ମସିହାରେ ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟିକୁ ବରଖାସ୍ତ କରାଯାଇଥିଲା । ସେହି ସମୟରେ ଦଳର ଖରାପ ପ୍ରଦର୍ଶନ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପୁଣି ଥରେ ଚେତନ ଶର୍ମାଙ୍କ ନେତୃତ୍ୱରେ ଏକ ବରିଷ୍ଠ ଚୟନ କମିଟି ଗଠନ କରାଯାଇଛି । ସାକ୍ଷାତକାର ମାଧ୍ୟମରେ କ୍ରିକେଟ୍ ପରାମର୍ଶଦାତା କମିଟି ଏହି କମିଟି ଗଠନ କରିଥିଲେ । ଏଥିରେ ମୋଟ ୧୧ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।


ଏହା ବି ପଢ଼ନ୍ତୁ: Sania Mirza Retirement: ଏହିଦିନ ସନ୍ନ୍ୟାସ ନେବେ ସାନିଆ, କ'ଣ ରହିବ ଭବିଷ୍ୟତ ପ୍ଲାନ ନିଜେ କଲେ ଖୁଲାସା


ଏହା ବି ପଢ଼ନ୍ତୁ: Rishabh Pant Health Update: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍