Sania Mirza Retirement: ସାନିଆ ମିର୍ଜା ନିଜ ପ୍ରୋଫେସନାଲ ଟେନିସ ଖେଳକୁ ଅଲବିଦା କହିବାକୁ ଯାଉଛନ୍ତି। ସେ ନିଜେ ନିଜର ଅବସର ଘୋଷଣା କରିଛନ୍ତି। ଡବଲ୍ସରେ ବିଶ୍ୱରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ସାନିଆଙ୍କୁ ଆଉ ଖେଳିବାକୁ ଦେଖିବାକୁ ମିଳିବ ନାହିଁ। ସେ କହିଛନ୍ତି ଯେ ଦୁବାଇରେ ଟେନିସ୍ ଚାମ୍ପିଅନସିପ୍  (WTA 1000) ରେ ଶେଷ ଥର ଶେଷ ଥର ସେ ଖେଳିବେ।  WTA 1000 ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବ । ଏହିସମୟରେ  ସାନିଆ ନିଜ ସନ୍ନ୍ୟାସ ନେଇ ଘୋଷଣା କରିବେ।ମହିଳା ଟେନିସ୍ ଆସୋସିଏସନ୍ (ଡବ୍ଲୁଟିଏ) ର ୱେବସାଇଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସାନିଆ ମିର୍ଜା ନିଜର ଅବସର ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଜାନୁଆରୀରେ କାଜାଖସ୍ତାନର ଆନା ଡାନିଲିନାଙ୍କ ସହ ସାନିଆ ମିର୍ଜା(Sania Mirza) ମହିଳା ଡବଲ୍ସରେ ଖେଳିବେ। କାନ୍ଧରେ ଆଘାତ ହେତୁ ସେ ଗତ ବର୍ଷ ୟୁଏସ୍ ଓପନ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ବର୍ତ୍ତମାନ ଗ୍ରାଣ୍ଡସ୍ଲାମ ଇଭେଣ୍ଟରେ ଏହା ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ସେ କହିଛନ୍ତି। ସାନିଆ ମିର୍ଜା କହିଛନ୍ତି ନିଜର ସନ୍ନ୍ୟାସ ଘୋଷଣା କରିବାକୁ ଯାଇ ବହୁ ଭାବପ୍ରବଣତା ଦେଖାଇଛନ୍ତି । ଏହାସହ ସେ ନିଜ ଲାଇଫ ବିଷୟରେ କିଛି ସେୟାର କରିଛନ୍ତି। ସେ କହିଛନ୍ତି ମୁଁ ୨୦୦୩ ରେ ପେସାଦାର ଟେନିସରେ ଯୋଗ ଦେଇଥିଲି । ମୋର ପ୍ରାଥମିକତା ବଦଳି ଯାଇଛି । ବର୍ତ୍ତମାନ ମୁଁ ମୋ ଶରୀରକୁ ଆଉ ଏତେ କଷ୍ଟ ଦେଇପାରିବିନି। ଏସବୁର ଗୋଟେ ସମୟ ସୀମା ଥାଏ ବୋଲି ସେ କହିଛନ୍ତି।


ସେହିପରି ସାନିଆ ମିର୍ଜା ମଧ୍ୟ ତାଙ୍କର ଅବସରକାଳିନ ଭବିଷ୍ୟତ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ସେ ଗତ ଦଶନ୍ଧି ଧରି ଦୁବାଇରେ ରହୁଛନ୍ତି। ସେଠାରେ ଥିବାବେଳେ ସେ ଦୁବାଇରେ ଟେନିସ୍ ଟ୍ରେନିଂରେ କାମ କରିବେ ବୋଲି କହିଛନ୍ତି। ସାନିଆ ମିର୍ଜା ତାଙ୍କ ସ୍ୱାମୀ ଶୋଏବ ମଲିକଙ୍କ ସହ ଦୁବାଇରେ ରୁହନ୍ତି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାର ଖବର ମଧ୍ୟ ଆସିଛି। ହେଲେ ବିବାହ ବିଚ୍ଛେଦକୁ ନେଇ ଉଭୟ କେବେ ବି ଔପଚାରିକ ଭାବେ ଘୋଷଣା କରିନାହାଁନ୍ତି। 


Also Read: IND vs SL 3rd T20: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍


Also Read: Cristiano Ronaldo: ସାଉଦି କ୍ଲବରୁ ପ୍ରାୟ ୧୮୦୦ କୋଟି ଟଙ୍କା ନେବା ପରେ ବି ମ୍ୟାଚ୍ ଖେଳିପାରିବେନି ରୋନାଲ୍ଡୋ, ଜାଣନ୍ତୁ ଏହାର କାରଣ