ନୂଆଦିଲ୍ଲୀ: Hockey Indiaର ନିଷ୍ପତ୍ତି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ହକି ଦଳ ଅଂଶ ଗ୍ରହଣ ନ କରିବା ପ୍ରସଙ୍ଗରେ ସେ ରବିବାର ନିଜର ପ୍ରତିକ୍ରିୟା ରଖଛନ୍ତି । କେବଳ ୧୮ ଜଣ ଖେଳାଳୀ ଭାରତକୁ ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ରବିବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, 'ମୋତେ ଲାଗୁଛି କୌଣସି ଆସୋସିଏସନ/ଫେଡେରେସନକୁ ଏମିତି ବୟାନ ଠାରୁ ବଞ୍ଚିବା ଉଚିତ। ସରକାର ଓ ବିଭାଗ ସହ ଆଲୋଚନା କରିବା ଉଚିତ। ରାଜ୍ୟଗୋଷ୍ଠୀ କ୍ରୀଡାକୁ କୌଣସି ଫେଡେରେସନର ଟିମ ନୁହଁ ଦେଶର ଟିମ ଯାଉଛି। ୧୩୦ କୋଟିର ଦେଶରେ ମାତ୍ର ୧୮ ଜଣ ଖେଳାଳି ଦେଶକୁ ପ୍ରତିନିଧିତ୍ୱ କରିବେ। ଗୋବାଲ ଇଭେଣ୍ଟ ସାମିଲ ହେବାକୁ ଗୋଟିଏ ଅବସର ମିଳିଥାଏ। ସେମାନଙ୍କୁ ମନ୍ତ୍ରାଳୟ ଓ ବିଭାଗ ସହ ଆଲୋଚନା କରିବା ଉଚିତ। ଆଉ ସରକାର ଏହାର ନିଷ୍ପତ୍ତି ନେବେ।'


Also Read: ଏହି କାରଣରୁ ହାଇଦ୍ରାବାଦ ଛାଡ଼ିଲେ David Warner


ଏହା ପରେ କ୍ରୀଡା ମନ୍ତ୍ରୀ କହିଛି, 'ଏତେ ବଡ ଦେଶରେ କେବଳ ୧୮ ଖେଳାଳି ନାହାନ୍ତି, ଯିଏ ଭାରତର ପ୍ରତିନିଧିତ୍ୱ କରିବେ। ହକି ଭଳି ଲୋକପ୍ରିୟ ଖେଳରେ ପ୍ରତିଭାର ଅଭାବ ନାହିଁ। କ୍ରିକେଟରେ IPL ଚାଲିଛି ଆଇ ବିଶ୍ୱକପ ସାଙ୍ଗରେ ଅଛି। ଯଦି ସେମାନେ ଖେଳିପାରୁଛନ୍ତି ତେବେ କମନୱେଲ୍ଥ ଓ ଏସିଆନ ଗେମ୍ସରେ କାହିଁକି ହେବ ନାହିଁ। ମୁଁ ବୁଝି ପାରୁଛି ତାଙ୍କୁ କିଛି ପ୍ରାଇଭେଟାଇଜ କିମ୍ବା ଟିମ ଚନୟ କରିବାର ଥିବ ମୁଁ ସେହି ବିଷୟରେ ଆଲୋଚନା କରିବାକୁ ଚାହୁଁନାହିଁ। ଭାରତର ଟିମ କେଉଁଠି ପ୍ରତିନିତ୍ୱ କରିବ ତାହା କେବଳ ଫେଡେରେସନରେ ସୀମିତ ନାହିଁ, ଏହା ଭାରତକୁ ଓ ଭାରତର ସରକାରକୁ ବି ସ୍ଥିର କରିବାର ଅଛି।'


ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଜୁଲାଇରେ ବ୍ରିମିଂହମରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ହେବ। ଏହାର ମାସକ ପରେ ଅର୍ଥାତ ଅଗଷ୍ଟରେ ଏସିଆନ ଗେମ ହେବାର ଅଛି। କିନ୍ତୁ କୋରୋନା ସଂକ୍ରମଣ ଓ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ ହେବ ନାହିଁ କିନ୍ତୁ ଏସିଆ ଗେମ୍ସ ଉପରେ ଫୋକସ କରିବ ବୋଲି ଏହି ନିକଟରେ ନିଷ୍ପତ୍ତି ନେଇଛି। ଏ ବିଷୟରେ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଗୋମବମ, IOA ସଭାପତି ନରିନ୍ଦର ବତ୍ରାଙ୍କୁ ମଧ୍ୟ ଅବଗତ କରାଇଛନ୍ତି।