ଦୁର୍ଘଟଣାରେ ସହ କଳାକାରଙ୍କୁ ହରାଇ ନିଜେ ବଞ୍ଚିଥିଲେ, କିନ୍ତୁ ହାରିଦେଲେ ଜୀବନ
Advertisement
Article Detail0/zeeodisha/odisha2253788

ଦୁର୍ଘଟଣାରେ ସହ କଳାକାରଙ୍କୁ ହରାଇ ନିଜେ ବଞ୍ଚିଥିଲେ, କିନ୍ତୁ ହାରିଦେଲେ ଜୀବନ

ଅଭିନେତା ଚନ୍ଦ୍ରକାନ୍ତ ମଧ୍ୟ ତେଲଗୁ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚେହେରା । ସେ ପବିତ୍ରାଙ୍କ ସହ ଅଭିନୟ କରୁଥିଲେ । ଦୁହେଁ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ମଧ୍ୟ ଜୋରଦାର ଚାଲିଥିଲା । ପବିତ୍ରାଙ୍କ ମୃତ୍ୟୁ ପରେ ଖୁବ ଭାଙ୍ଗି ପଡିଥିଲେ ଚନ୍ଦ୍ରକାନ୍ତ । 

ଦୁର୍ଘଟଣାରେ ସହ କଳାକାରଙ୍କୁ ହରାଇ ନିଜେ ବଞ୍ଚିଥିଲେ, କିନ୍ତୁ ହାରିଦେଲେ ଜୀବନ

ନୂଆଦିଲ୍ଲୀ: ୧୩ ମେ (ସୋମବାର) ଦିନ ସାଉଥ ସିନେ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ଆସିଥିଲା । ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଗାଡିରେ ଥିବା ତାଙ୍କ ସହକଳାକାର ଚନ୍ଦ୍ରକାନ୍ତ, ଭଉଣୀ ଅପେକ୍ଷା ଏବଂ ଡ୍ରାଇଭର ଶ୍ରୀକାନ୍ତ ବର୍ତ୍ତି ଯାଇଥିଲେ । ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୃତ୍ୟୁରେ ସିନେ ଜଗତ ସମେତ ପ୍ରଶଂସକଙ୍କ ଗହଣରେ ଶୋକ ଖେଳିଯାଇଥିଲା । ତେବେ ବର୍ତ୍ତମାନ ଖବର ଆସିଛି ଯେ, ଦୁର୍ଘଟଣାରୁ ବର୍ତ୍ତିଥିବା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଦେଇଛନ୍ତି ।

ସୂଚନା ମୁତାବକ, ଅଭିନେତା ଚନ୍ଦ୍ରକାନ୍ତ ମଧ୍ୟ ତେଲଗୁ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚେହେରା । ସେ ପବିତ୍ରାଙ୍କ ସହ ଅଭିନୟ କରୁଥିଲେ । ଦୁହେଁ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ମଧ୍ୟ ଜୋରଦାର ଚାଲିଥିଲା । ପବିତ୍ରାଙ୍କ ମୃତ୍ୟୁ ପରେ ଖୁବ ଭାଙ୍ଗି ପଡିଥିଲେ ଚନ୍ଦ୍ରକାନ୍ତ । ତେଣୁ ସେହି କାରଣ ପାଇଁ ସେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି । ନିଜ  ଅଲକାପୁରରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଟେଲିଭିଜନ ସିରିଏଲ୍ ‘ତ୍ରିନୟନୀ’ରେ ତିଳୋତମା ଭୂମିକାରେ  ପବିତ୍ରା ଅଭିନୟ କରିଥିବାବେଳେ ସେହି ସିରିଏଲରେ ଚନ୍ଦ୍ରକାନ୍ତ ମଧ୍ୟ ଥିଲେ । ମୃତ୍ୟୁ ସମ୍ପର୍କରେ ଜଣାପଡିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Also Read- ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର, ଲୋକଙ୍କ ମନରେ ଛନକା