ନୂଆଦିଲ୍ଲୀ: ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଲିମିଟେଡ୍ ଦୀର୍ଘଦିନର ପ୍ରତିଶ୍ରୁତିକୁ ଦୃଢ଼ କରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ପ୍ରମୁଖ ହକି ଦଳ କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବାକୁ ଘୋଷଣା କରିଛି ।


COMMERCIAL BREAK
SCROLL TO CONTINUE READING

ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜାତୀୟ ରାଜଧାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅଧିଗ୍ରହଣ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି, କାରଣ ଓଡ଼ିଶା ଏପରି ଏକ କ୍ଷେତ୍ର ଭାବେ ଜଣାଶୁଣା, ଯେଉଁଠାରେ ବେଦାନ୍ତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିଆସୁଛି ।


ଉଲ୍ଲେଖଯୋଗ୍ୟ, ପୂର୍ବତନ ଏଚ୍‌ଆଇଏଲ୍ ଚାମ୍ପିୟନ ‘କଳିଙ୍ଗ ଲାନ୍ସର୍ସ' ପୂର୍ବରୁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‍କୋ) ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌)ର ସହ-ମାଲିକାନାରେ ଥିବା ବେଳେ ବେଦାନ୍ତ ଆଲୁମିନିୟମ୍ ଏବେ ଦଳର ଉତ୍କର୍ଷତାର ପରମ୍ପରାକୁ ଆହୁରି ସୁଦୃଢ଼ କରିବା ଏବଂ ଭବିଷ୍ୟତରେ ଏଚ୍‌ଆଇଏଲ୍ ଋତୁରେ ନିଜର ସ୍ଥିତିକୁ ଉନ୍ନତ କରିବା ଲକ୍ଷ୍ୟରେ ପୂର୍ଣ୍ଣ ମାଲିକାନା ଗ୍ରହଣ କରିଛି ।


ବେଦାନ୍ତ ଲିମିଟେଡର ଅଣ-କାର୍ଯ୍ୟର୍ନିବାହୀ ନିର୍ଦେଶକ ତଥା ହିନ୍ଦୁସ୍ତାନ ଜିଙ୍କ ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ବେଦାନ୍ତରେ ଆମେ ଭାରତକୁ ଏକ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ । ନିକଟରେ ହୋଇଥିବା ଅଲିମ୍ପିକ୍ସ ବିଜୟ ଏହାର ସାମର୍ଥ୍ୟକୁ ଆହୁରି ଉଜ୍ଜ୍ୱଳ କରିବା ସହ ହକି ଭାରତର କ୍ରୀଡ଼ା ସଫଳତାର ଅନ୍ୟତମ ସ୍ତମ୍ଭ ପାଲଟିଛି ।


କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବା ପରେ ଆମେ କେବଳ ଦଳରେ ନୁହେଁ, ଭାରତୀୟ ହକିର ଭବିଷ୍ୟତରେ ମଧ୍ୟ ନିବେଶ କରୁଛୁ । ଉନ୍ନତ ଭିତ୍ତିଭୂମି, ତୃଣମୂଳ ସ୍ତରର ପ୍ରତିଭା ସନ୍ଧାନ ଏବଂ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଏକ ନୂତନ ପିଢ଼ିର ଆଥଲେଟମାନଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁମାନେ ବିଶ୍ୱରେ ଗର୍ବର ସହ ଭାରତକୁ ପ୍ରତିନିଧିତ୍ୱ କରିବେ ବୋଲି ଶ୍ରୀମତୀ ହେବର କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ, ଏହି ଅଧିଗ୍ରହଣ ବେଦାନ୍ତର ବ୍ୟବସାୟ ଅଭିବୃଦ୍ଧିକୁ ପ୍ରଭାବଶାଳୀ ଗୋଷ୍ଠି ବିକାଶ ସହିତ ମିଶ୍ରଣ କରିବା ମିଶନରେ ଆଉ ଏକ ପଦକ୍ଷେପ ଏବଂ ଓଡ଼ିଶାକୁ ଭାରତରେ କ୍ରୀଡ଼ା ଉତ୍କର୍ଷର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିଛି । ଏହାବ୍ୟତୀତ ବେଦାନ୍ତର ରଣନୈତିକ ଫୋକସ ଆଗାମୀ ଏଚଆଇଏଲ ଋତୁ ପାଇଁ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦଳ ଗଠନ କରିବା ଉପରେ ରହିବ, ଯେଉଁଥିରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରାୟୋଜକତା ହାସଲ କରିବା ଏବଂ ଲିଗ୍ ରେ ଲାନ୍ସର୍ସର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାଗିଦାରୀ ଅନୁସନ୍ଧାନ କରାଯିବ ।


Also Read- Weekly Lucky Zodiac Sign: ୭ରୁ ୧୩ ଅକ୍ଟୋବର, ଦେବୀଙ୍କ କୃପାରୁ ୫ ରାଶିର ଭାଗ୍ୟ ଉଜ୍ୱଳ


Also Read- Top 10 News Today: ଆପଣ ଖାଉନାହାନ୍ତି ତ ନକଲି ଘିଅ ? ଓ ଅନ୍ୟାନ୍ୟ ଖବର