Shubman Gill Favourite Batsman: IND vs NZ, ବର୍ତ୍ତମାନ ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକଙ୍କ ମୁହଁରେ ଶୁବମନ ଗିଲଙ୍କ (Shubman Gill) ବିଷୟରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । ନିଜର ଏକ ଚମତ୍କାର ଖେଳ ଆଧାରରେ ସେ କ୍ରିକେଟ୍ ଜଗତରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ଏକ ଇଣ୍ଟରଭ୍ୟୁ ସମୟରେ ଗିଲଙ୍କୁ ପଚରାଯାଇଥିଲା କି ବିରାଟ କୋହଲି (Virat Kohli) ଓ ସଚିନ ତେନ୍ଦୁଲକରଙ୍କ (Sachin Tendulkar) ମଧ୍ୟରେ ଆପଣଙ୍କ ଫେଭରାଇଟ୍ ବ୍ୟାଟ୍ସମ୍ୟାନ୍ (Favourite Batsman) କିଏ? ସେ ଏହାର ଜବାବ ଦେବା ସହ କାରଣ ମଧ୍ୟ କହିଥିଲେ ।


COMMERCIAL BREAK
SCROLL TO CONTINUE READING

ଶୁବମନ ଗିଲ ବର୍ତ୍ତମାନ ଭାରତୀୟ ଦଳର ଏପରି ଜଣେ ପ୍ରମୁଖ ଖେଳାଳି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏହାର କାରଣ ହେଉଛି ତାଙ୍କର ଜାତୀୟ କ୍ରିକେଟରେ ଉଜ୍ଜ୍ୱଳ ପ୍ରଦର୍ଶନ । ସେ କ୍ରମାଗତ ଭାବେ ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି । ପ୍ରାୟତଃ ବେଳେବେଳେ ଆପଣଙ୍କୁ ଏପରି କିଛି ପ୍ରଶ୍ନ ପଚରାଯାଏ, ଯାହାକୁ ଉତ୍ତର ଦେବାକୁ ଆପଣ ପସନ୍ଦ କରନ୍ତି ନାହିଁ କିମ୍ବା ଆପଣ ଏହାର ଉତ୍ତର ଜାଣି ନ ଥାନ୍ତି । ଶୁବମନ ଗିଲଙ୍କ ସହ ସମାନ ଘଟଣା ଘଟିଥିଲା, ଯେତେବେଳେ ତାଙ୍କୁ ଏପରି ଏକ ପ୍ରଶ୍ନ ପଚରା ଯାଇଥିଲା ।


ଷ୍ଟାର ସ୍ପୋର୍ଟସରେ ଶୁବମାନ ଗିଲଙ୍କୁ ପଚରାଯାଇଥିଲା ଯେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ମଧ୍ୟରେ ଆପଣଙ୍କ ଫେଭରାଇଟ୍ ବ୍ୟାଟ୍ସମ୍ୟାନ୍ କିଏ? ପ୍ରଥମେ ଏହି ପ୍ରଶ୍ନ ଶୁଣି ଗିଲ ଟିକେ ସଙ୍କୋଚ କରିଥିଲେ । କିନ୍ତୁ ଏହା ପରେ ସେ ସଚ୍ଚୋଟତାର ସହ ଉତ୍ତର ଦେଇ କହିଥିଲେ, “ମୁଁ ଏଥିପାଇଁ ବିରାଟ ଭାଇଙ୍କୁ ବାଛିବି । କାରଣ ମୁଁ ସଚିନ ସାରଙ୍କୁ ଦେଖି ପରେ ଖେଳିବା ଆରମ୍ଭ କରିଥିଲି ଓ ସେ ଯେତେବେଳେ ଅବସର ନେଲେ ସେତବେଳେ ମୁଁ ବହୁତ ଛୋଟ ଥିଲି । ସେଥିପାଇଁ ମୁଁ ବିରାଟ କୋହଲିଙ୍କ ସହ ଯିବାକୁ ଚାହେଁ । କାରଣ ମୁଁ ତାଙ୍କଠାରୁ ବ୍ୟାଟ୍ସମ୍ୟାନ୍ ଭାବରେ ବହୁତ କିଛି ଶିଖିଛି ।”


ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁବମନ ଗିଲ ୨୦୮ ରନର ଏକ ଦମଦାର ଇନିଂସ ଖେଳିଥିଲେ । ଏହା କରି ସେ ଦ୍ୱିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଯୋଗ ଦେଇଥିଲେ । ସେ ଦ୍ୱିତୀୟ ଦିନିକିଆରେ ଅଧିକ ରନ୍ ସ୍କୋର କରିପାରି ନଥିଲେ । କିନ୍ତୁ ତୃତୀୟ ଦିନିକିଆରେ ଗିଲ ପୁଣି ଥରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଶତକ ଖେଳିଥିଲେ । ଏହି ତିନୋଟି ଇନିଂସକୁ ମିଶାଇ ଗିଲ ମାତ୍ର ୩ଟି ମ୍ୟାଚରେ ୩୬୦ ରନ୍ ସଂଗ୍ରହ କରିଥିଲେ ।


ଏହା ବି ପଢ଼ନ୍ତୁ: IND vs NZ 1st T20I: ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ବଦଳିଲା ସମୟ! ଏପରି ମାଗଣାରେ ଦେଖିପାରିବେ ମ୍ୟାଚ୍


ଏହା ବି ପଢ଼ନ୍ତୁ: India Playing XI 1st T20: ପୃଥ୍ୱୀ ଶ' ଖେଳିବେ ନାହିଁ? ଏହା ହେବ ରାଞ୍ଚି ଟି-୨୦ ରେ ଭାରତର ପ୍ଲେଇଂ ଇଲେଭେନ!