Waqar Younis on Indian Captain: ଟି-20 ବିଶ୍ୱକପ ୨୦୨୨ର ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ ନିଜର ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ବିରାଟ କୋହଲି ଅପରାଜିତ ୮୨ ରନ୍ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍ ଓ ବ୍ୟାଟରେ ଦମଦାର୍ ଯୋଗଦାନ ଦେଇଥିଲେ । ଏହା ପରେ ସମସ୍ତେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରୁଛନ୍ତି । ସେପଟେ ପାକିସ୍ତାନର ପୂର୍ବତନ ମହାନ ବୋଲର ୱାସିମ ଆକ୍ରମ ଓ ୱାକର ୟୁନିସ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ବୋଲି କହିଛନ୍ତି । ଭାରତ ବିପକ୍ଷ ମ୍ୟାଚ୍ ପରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଦିଗଜ ଖେଳାଳି ୱାସିମ୍ ଆକ୍ରମ ଓ ୱାକର ୟୁନିସ୍ ଏହି ମ୍ୟାଚ୍ ବିଷୟରେ ନିଜର ମତ ରଖିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ସେମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ବୋଲି କହିଛନ୍ତି । ଏସପୋର୍ଟରେ ଏହି ଚର୍ଚ୍ଚା ସମୟରେ ପୂର୍ବତନ ପାକିସ୍ତାନ ଅଧିନାୟକ ମିସବାହ-ଉଲ-ହକ ମଧ୍ୟ ସାମିଲ ଥିଲେ । ମିସବାହ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିଜ ଉପରେ ବିଶ୍ୱାସ ରହିଛି ଓ ଖେଳକୁ ଭଲ ଭାବରେ ଅଧ୍ୟୟନ କରନ୍ତି ।


ମିସବାହ କହିଛନ୍ତି ଯେ, "ଯଦି ଆପଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖନ୍ତି, ତେବେ ସେ ବୋଧହୁଏ ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକତ୍ୱ କରିଛନ୍ତି ଏବଂ ଯେପରି ଭାବେ ସେ ଦଳର ନେତୃତ୍ୱ କରିଛନ୍ତି, ତାହା ଚମତ୍କାର ଥିଲା । ସେ ଆଇପିଏଲ୍ ଟ୍ରଫି ଜିତିଥିଲେ । ଏହା ଦର୍ଶାଏ ଯେ ସେ କିପରି ଚାପକୁ ନିୟନ୍ତ୍ରଣ କରିଥିଲେ । ବିଶେଷ କରି ତାଙ୍କର ଭୂମିକା ହେଉଛି ଦଳର ଜଣେ ଫିନିଶର୍ ଓ ଜଣେ ଫିନିଶର୍ ଭାବେ ଆପଣ ଟିମରେ ସେତେବେଳେ ରହୁଛନ୍ତି ଯେତେବେଳେ ଆପଣ ମାନସିକ ସ୍ତରରେ ମଜବୁତ ଓ ଜଣେ ଆତ୍ମ ବିଶ୍ୱାସୀ ହେବେ । ସେ ଗେମକୁ ରିଡ୍ କରିଥାଏ ଯେ ଏହାକୁ କିପରି ଆଗକୁ ନେଇ ହେବ ।"


ଅଧିକ ପଢ଼ନ୍ତୁ:-ଫ୍ରି ହିଟ୍ ନିୟମରେ ପରିବର୍ତ୍ତନ ଚାହୁଁଛନ୍ତି ପୂର୍ବତନ ଅଧିନାୟକ, ଭାରତ-ପାକିସ୍ତାନ ମ୍ୟାଚ୍ ପରେ କହିଲେ ଏହାର କାରଣ


ଅଧିକ ପଢ଼ନ୍ତୁ:-ପରାଜୟକୁ ହଜମ କରିପାରୁନି ପାକିସ୍ତାନ, ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଉଛନ୍ତି ପୂର୍ବତନ ଖେଳାଳି ତ PCB ଚିଫ୍ ରମିଜ ରାଜା ଦେଲେ ବଡ଼ ବୟାନ


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳି ଗୋଟିଏ ମ୍ୟାଚରେ ହିଁ ଭିଲେନରୁ ପାଲଟିଲେ ହିରୋ, ପାକିସ୍ତାନଠୁ ନେଲେ ପ୍ରତିଶୋଧ


ୱାକର ୟୁନିସ୍ ମିସବାହଙ୍କୁ ମଝିରେ ଅଟକା କହିଛନ୍ତି ଯେ, "ସେ ଯଦି ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବେ ତେବେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ।" ଏଥିସହିତ ୱାସିମ ଆକ୍ରମ ଭାରତୀୟ ଅଲରାଉଣ୍ଡରଙ୍କୁ ପ୍ରଶଂସା କରି କହିଛନ୍ତି, "ପ୍ରଥମେ ସେ ଆଇପିଏଲରେ ଅଧିନାୟକ ହେଲେ । ସେଠାରେ ଜିତିଛନ୍ତି । ବର୍ତ୍ତମାନ ସେ ଦଳର ଜଣେ ପ୍ରମୁଖ ଖେଳାଳି, ସେ ଅଧିନାୟକଙ୍କୁ ପରାମର୍ଶ ଦିଅନ୍ତି ଏବଂ ସେ ଶିଖୁଛନ୍ତି । ତୁରନ୍ତ ତାଙ୍କୁ ଗଭୀରତାରେ ପକାଇବେ ତ ସେ ବୁଝି ପାରିବେ ନାହିଁ ।"


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି । ବର୍ତ୍ତମାନ ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।