Team India New Jersey for T20 World Cup: ଅଷ୍ଟ୍ରେଲିଆରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ (T20 World Cup 2022) ଭାରତୀୟ କ୍ରିକେଟ୍ ଦଳକୁ ନୂଆ ଜର୍ସିରେ (Team India New Jersey) ଦେଖିବାକୁ ମିଳିବ । ଦଳର ଅଫିସିଆଲ୍ କିଟ୍ ପ୍ରଯୋଜକ 'ଏମପିଏଲ ସ୍ପୋର୍ଟସ୍' (MPL Sports) ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଆସନ୍ତା ଟି-20 ବିଶ୍ୱକପ 2022 ରେ ମେନ ଇନ୍ ବ୍ଲୁ ନୂଆ ଜର୍ସିରେ ନଜର ଆସିବେ । ଏମପିଏଲ ସ୍ପୋର୍ଟସ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ରୋହିତ ଶର୍ମା (Rohit Sharma), ଶ୍ରେୟସ ଆୟର (Shreyas Iyer) ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ନୂଆ ଜର୍ସିରେ ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

MPL ସ୍ପୋର୍ଟସ ଦ୍ୱାରା ଜାରି କରଯାଇଥିବା ଏହି ଭିଡିଓରେ ରୋହିତ କହିଛନ୍ତି, ପ୍ରଶଂସକ ଭାବରେ ଆପଣ ଆମକୁ ସେ କ୍ରିକେଟର କରନ୍ତି ଯାହା ଆମେ ଅଟୁ । ଏହି ସମୟରେ ଶ୍ରେୟସ୍ ଆୟର କହିଛନ୍ତି, ଖେଳ ସମାନ ନୁହେଁ ଯେତେବେଳେ ଆପଣମାନେ ଆମକୁ ଉତ୍ସାହିତ କରନ୍ତି । ଆୟରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସୋମବାର ଦିନ ଚୟନ କମିଟି ନିଜର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ।


ଭିଡିଓରେ ରୋହିତ ଓ ହାର୍ଦ୍ଦିକ ଟ୍ରାକ୍ ସୁଟ୍ ଭିତରେ ଜର୍ସି ପିନ୍ଧିଛନ୍ତି, ଯାହା ହାଲୁକା ନୀଳ ଦେଖାଯାଉଛି । ଜର୍ସିର ରଙ୍ଗ ନିଶ୍ଚିତ ଭାବରେ ପୂର୍ବ ଜର୍ସିଠାରୁ ଭିନ୍ନ ହେବ, ପୂର୍ବରୁ ଯାହା ଏକ ନେଭି ବ୍ଲୁ ରଙ୍ଗ ଥିଲା । ୨୦୨୦ ରେ MPL କିଟ୍ ସ୍ପୋନସର ହେବା ପରେ ଏହା ତୃତୀୟ ଭାରତୀୟ ଜର୍ସି ହେବ ।


ଟିମ୍ ଇଣ୍ଡିଆର ଜର୍ସି ତିଆରି କରିଥିବା MPL ସ୍ପୋର୍ଟସ୍ ଏକ ଟ୍ୱିଟରେ ଲେଖିଛି, “ଆପଣ ମାନଙ୍କ ଉତ୍ସାହିତ କରିବା ବିନା ଖେଳ ବାସ୍ତବରେ ଏକ ସମାନ ନୁହେଁ! ସାଥିରେ, ଟିମ୍ ଇଣ୍ଡିଆର ଆପଣଙ୍କର ଫ୍ୟାନ୍ସ ମୁମେଣ୍ଟ ଗୁଡିକ ସାୟାର କରନ୍ତୁ ।



ଭାରତୀୟ ଦଳର ବର୍ତ୍ତମାନର ଜର୍ସି ରଙ୍ଗ ନେଭି ବ୍ଲୁ । କିନ୍ତୁ MPL ଦ୍ୱାରା ଜାରି କରାଯାଇଥିବା ଟ୍ୱିଟରୁ ଜଣାପଡିଛି ଯେ ଆଗାମୀ ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳର ଜର୍ସିର ରଙ୍ଗ ହାଲୁକା ନୀଳ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଭାରତର ଟି-୨୦ ବିଶ୍ୱକପ ଜର୍ସିରେ କ’ଣ ବିଶେଷ ହେବାକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଜର୍ସି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଲଞ୍ଚ ହୋଇନାହିଁ ।


ଏହା ବି ପଢ଼ନ୍ତୁ: T-20 World Cup: ଟି-୨୦ ବିଶ୍ବକପ୍ ପାଇଁ ଭାରତର ସ୍କ୍ୱାର୍ଡ଼ ଘୋଷିତ, ରୋହିତ ଶର୍ମା ହେଲେ ଅଧିନାୟକ