IND vs SL 3rd ODI: ନୂଆଦିଲ୍ଲୀ: ଭାରତୀୟ ଦଳ (Indian Team) ଏବେ ଆହତ ସମସ୍ୟା ଦେଇ ଗତି କରୁଛି। ଦଳର ଅଧିକାଂଶ ଖେଳାଳି ଆହତ (injury problem) ହୋଇ ଦଳରୁ ବାଦ ପଡ଼ିଥିବା ବେଳେ ଆଉ କିଛି ଆହତ ସମସ୍ୟାରୁ ମୁକୁଳି ଏବେ ଦଳରେ ସାମିଲ ହୋଇଛନ୍ତି। ତେବେ ଏହାରି ଭିତରେ ଆଉ ଏକ ନୈରାଶ୍ୟଜନକ ଖବର ଆସିଛି। ଏହି ଖବର ଭାରତୀୟ ଦଳର ମୁଖ୍ୟ କୋଚ (Chief Coach) ରାହୁଲ ଦ୍ରାବିଡ଼ଙ୍କୁ (Rahul Dravid) ନେଇ ଆସିଛି। ନିକଟରେ ଦୁଇ ଦିନ ପୂର୍ବରୁ ରାହୁଲ ଦ୍ରାବିଡ଼ (Rahul Dravid) ତାଙ୍କର ୫୦ତମ ଜନ୍ମ ଦିନ ପାଳନ କରିଥିଲେ। କନ୍ତୁ ସେ ଅସୁସ୍ଥ ଥିବା ନେଇ ଏବେ ସାମ୍ନା ଖବରକୁ ଆସିଛି। ସେ ଭାରତ (India) ଓ ଶ୍ରୀଲଙ୍କା (Srilanka) ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦଳ ସହିତ ସାମିଲ ରହିଥିଲେ। କିନ୍ତୁ ବର୍ତ୍ତମାନ ତୃତୀୟ ଦିନିକିଆରେ ତାଙ୍କର ଅନୁପସ୍ଥିତି ଦେଖିବାକୁ ମିଳିବ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି। କୁହାଯାଉଛି କି ଅସୁସ୍ଥତା କାରଣରୁ ସେ ତିରୁଓ୍ୱନନ୍ତପୁରମ (Thiruvananthapuram) ଗସ୍ତ କରିପାରିନାହାନ୍ତି। ଦ୍ରାବିଡ଼ କୋଲକାତାରୁ ସିଧା ତାଙ୍କ ଘର ବେଙ୍ଗାଲୁରୁ ଗସ୍ତ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆଜି ରାହୁଲ ଦ୍ରାବିଡ଼ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି। ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଶେଷ ହୋଇଛି। ଏଥିରେ ସମୟରେ ତାଙ୍କର ରକ୍ତଚାପ ଜନିତ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଯଦିଓ ସେ ମ୍ୟାଚ ସମୟରେ ସେ ଡ୍ରେସିଂ ରୁମରେ ବିଶ୍ରାମ ନେଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ତୃତୀୟ ଦିନିକିଆରେ ଶେଷ ପର୍ଯ୍ୟନ୍ତ ସେ ଦଳ ସହିତ ରହିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। 


ଏଠାରେ କହି ରଖୁ କି ତିନି ଟିକିଆ ବିଶିଷ୍ଟ ଦିନିକିଆରୁ ଦୁଇଟିରେ ବିଜୟ ଲାଭ କରିଛି ଭାରତ। ଏହା ସହିତ ସିରିଜ ଉପରେ ମଧ୍ୟ କବଜା କରିଛି ଭାରତ। ତିରୁଓ୍ୱନନ୍ତ ପୁରମରେ ଭାରତ ତୃତୀୟ ଦିନିକିଆରେ ବିଜୟ ହାସଲ ସହିତ ସିରିଜ କ୍ଲିନ ସ୍ୱିପ କରିବା ଲକ୍ଷରେ ରହିଛି ଭାରତ। ଗୌହାଟୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୬୭ ରନରେ ବିଜୟ ହାସଲ କରିଥିବା ବେଳେ କୋଲକାତାରେ ଦ୍ୱିତୀୟ ଦିନିକିଆରେ ୪ ଓ୍ୱିକେଟରେ ବିଜୟ ହାସଲ କରିନେଇଥିବା ଭାରତ।