India vs Pakistan World Cup 2023: ବିଶ୍ୱକପ ୨୦୨୩ ମ୍ୟାଚ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ (India Vs Pakistan) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଯୋଗୁଁ ହୋଟେଲ ରୁମର ମୂଲ୍ୟ (Ahmedabad Hotel Room Price) ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଛି । ବିଶ୍ୱକପ୍ ୨୦୨୩ ର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ । ଏହି ମ୍ୟାଚ୍ ଯୋଗୁଁ ହୋଟେଲ ରୁମର ମୂଲ୍ୟ ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଛି । ଗତ ମଙ୍ଗଳବାର ଦିନ (୨୭ ଜୁନ୍) ରେ ଆଇସିସି ବିଶ୍ୱକପ୍ କାର୍ଯ୍ୟସୂଚୀ (ICC Men's Cricket World Cup 2023 schedule) ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରଠାରୁ ଅହମ୍ମଦାବାଦରେ ହୋଟେଲ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ପାଇଛି, ଯାହା ଦର୍ଶକଙ୍କୁ ବହୁ କଷ୍ଟ ଦେଇପାରେ ।


COMMERCIAL BREAK
SCROLL TO CONTINUE READING

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସାଢେ ତିନି ମାସ ପୂର୍ବରୁ, ଏକ ପଞ୍ଚ ତାରକା ହୋଟେଲରେ ଥିବା ଏକ ବେସିକ କେଟେଗୋରୀର ରୁମ ଗୋଟିଏ ରାତି ରହିବା ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଛି । ସେହି ସମାନ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମୟ ସହିତ ଏହା ୬,୫୦୦୦ ରୁ ୧୦,୫୦୦ ଟଙ୍କାକୁ ଅହିରି ବୃଦ୍ଧି ହୋଇପାରେ । ୫ ଅକ୍ଟୋବରରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହା ପରେ ଇଣ୍ଡୋ-ପାକ୍ ମ୍ୟାଚ୍ ଓ ତା’ପରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ଏଠାରେ ଖେଳାଯିବ ।


ଆଇଟିସି ନର୍ମଦାର ଜେନେରାଲ ମ୍ୟାନେଜର ମାକେଞ୍ଜି ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, “ଅକ୍ଟୋବର ୧୫ ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ମଧ୍ୟ ବହୁତ ଉତ୍ସାହ ରହିଛି । ୧୩ ଅକ୍ଟୋବରରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ବୁକିଂ କରାଯାଇଛି ଓ ସହରର ହୋଟେଲ ରୁମଗୁଡିକ ଅଧିକାଂଶ ମ୍ୟାଚ୍ ଦିନରେ ବୁକ୍ ହେବ ବୋଲି ଆଶା କରାଯାଉଛି ।


ଏହା ବ୍ୟତୀତ Hyatt Regency ଅହମ୍ମଦାବାଦର ଜେନେରାଲ ମ୍ୟାନେଜର ପୁଣେ ବୌଜଲ କହିଛନ୍ତି, “ମ୍ୟାଚ୍ ଦିନ ପ୍ରାୟ ୮୦ ପ୍ରତିଶତ ରୁମ୍ ବୁକ୍ ହୋଇସାରିଛି । ଉଦ୍ଘାଟନୀ ସମାରୋହ ଏବଂ ନ୍ୟୁଜିଲ୍ୟାଣ୍ଡ ବନାମ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ପାଇଁ ଟ୍ରାଭେଲ ଏଜେନ୍ସି ଇଂଲଣ୍ଡ ଓ ବଡ କର୍ପୋରେସନ ପକ୍ଷରୁ ବୁକିଂ କରାଯାଇଛି ।


ରିପୋର୍ଟରେ କୁହାଯାଇଛି ଯେ ଇଣ୍ଡଷ୍ଟ୍ରି ସୋର୍ସ ଅନୁଯାୟୀ ବେସିକ କ୍ୟାଟେଗୋରି ରୁମର ମୂଲ୍ୟ ପ୍ରାୟ ୫୨,୦୦୦ ଓ ପ୍ରିମିୟମ କ୍ୟାଟେଗୋରି ରୁମରଗୁଡ଼ିକର ମୂଲ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏଭଳି ପରିସ୍ଥିତିରେ ଅହମ୍ମଦାବାଦରେ ହେବାକୁ ଥିବା ବିଶ୍ୱକପ୍‌ର ମ୍ୟାଚ୍‌ ଦେଖିବା ପ୍ରଶଂସକଙ୍କ ପକେଟ୍ ଅଧିକ ଖାଲି ହୋଇପାରେ ।


ବିଶ୍ୱକପ ପାଇଁ ମଙ୍ଗଳବାର ଆଇସିସି ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦିନିକିଆ ବିଶ୍ୱକପ ମ୍ୟାଚ୍ ଖେଳାଯିବ ଓ ଏହି ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ  ନଭେମ୍ବର ୧୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।


ଏହା ବି ପଢ଼ନ୍ତୁ: ICC World Cup 2023: ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ, ଟିମ୍ ଇଣ୍ଡିଆକୁ ତୃତୀୟ ବିଶ୍ୱକପ୍ ଜିତାଇବେ ଏହି ୧୫ ଖେଳାଳି!


ଏହା ବି ପଢ଼ନ୍ତୁ: World Cup 2023 Timing: କେଉଁ ସମୟରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍? ଦିବାରାତ୍ରି ମ୍ୟାଚ୍ ସମୟରେ ହେଲା ପରିବର୍ତ୍ତନ