ICC World Cup 2023: ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ, ଟିମ୍ ଇଣ୍ଡିଆକୁ ତୃତୀୟ ବିଶ୍ୱକପ୍ ଜିତାଇବେ ଏହି ୧୫ ଖେଳାଳି!
Advertisement
Article Detail0/zeeodisha/odisha1756690

ICC World Cup 2023: ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ, ଟିମ୍ ଇଣ୍ଡିଆକୁ ତୃତୀୟ ବିଶ୍ୱକପ୍ ଜିତାଇବେ ଏହି ୧୫ ଖେଳାଳି!

Team India Probable Squad for World Cup 2023: ଭାରତୀୟ ଦଳ ପୂର୍ଣ୍ଣ ଶକ୍ତି ସହିତ ମୈଦାନକୁ ଓହ୍ଲାଇବା ପାଇଁ ସର୍ବାଧିକ ଅପେକ୍ଷା କରିଛନ୍ତି ତିନିଜଣ ଖେଳାଳି, ଯେଉଁମାନେ ଫିଟନେସ୍ କାରଣରୁ କିଛି ମାସ ଧରି ପଡ଼ିଆରୁ ଦୂରେଇ ରହିଛନ୍ତି ।

ସୌ: ସୋସିଆଲ ମିଡିଆ

ICC World Cup 2023: ଭାରତୀୟ କ୍ରିକେଟ୍ ଦଳ (Team India) ୧୨ ବର୍ଷ ପରେ ପୁନର୍ବାର ବିଶ୍ୱ ଚାମ୍ପିଅନ୍ ହେବାକୁ ୮ ଅକ୍ଟୋବର ୨୦୨୩ ତାରିଖ ଦିନ ନିଜର ଅଭିଯାନ ଆରମ୍ଭ କରିବ । ଏହି କ୍ରମରେ ଭାରତୀୟ ଦଳ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ (M. A. Chidambaram Stadium) ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ତେବେ ପ୍ରଶ୍ନ ହେଉଛି ସେହି ସବୁ ଖେଳାଳି କିଏ, ଯିଏ ବିଶ୍ୱକପ୍ ଟାଇଟଲ୍ ପାଇଁ ଭାରତର ଅପେକ୍ଷାକୁ ଶେଷ କରିପାରିବେ ଓ ଦଳକୁ ବିଶ୍ୱ ଚାମ୍ପିଅନ୍ କରାଇପାରିବେ । ମଙ୍ଗଳବାର ଦିନ ଅର୍ଥାତ ୨୭ ଜୁନରେ ଦିନିକିଆ ବିଶ୍ୱକପର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ (ICC World Cup 2023 Schedule) ଘୋଷଣା କରାଯାଇଛି । ପ୍ରାୟ ୭ ସପ୍ତାହର (୪୬ ଦିନ) ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ୯ଟି ଲେଖାଏଁ ମ୍ୟାଚ୍ ଖେଳିବେ, ଯାହା ପରେ ସେମିଫାଇନାଲ ଓ ଫାଇନାଲର ଚିତ୍ର ଓ ବିଜେତାଙ୍କ ଭାଗ୍ୟ ସ୍ପଷ୍ଟ ହେବ । କାର୍ଯ୍ୟସୂଚୀ ପାଇଁ ଥିବା ଅପେକ୍ଷା ଶେଷ ହୋଇଛି କିନ୍ତୁ ବର୍ତ୍ତମାନ ଦଳ ବିଷୟରେ ଆଲୋଚନା ହେଉଛି । କେଉଁ ଖେଳାଳି ସ୍ଥାନ ପାଇେ, କିଏ ବାଦ ପଡ଼ିବ?

ତିନି ଖେଳାଳିଙ୍କୁ ରହିଛି ଅପେକ୍ଷା
ପ୍ରତ୍ୟେକ ବିଶ୍ୱକପ ପରି, ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟ ପାଇଁ କେବଳ ୧୫ ଖେଳାଳିଙ୍କ ଏକ ଦଳ ଚୟନ କରାଯିବ । ଫିଟନେସ୍ ସମସ୍ୟା ଯୋଗୁଁ ଭାରତୀୟ ଦଳ ଗତ କିଛି ମାସ ଧରି ଏହାର ଅନେକ ବଡ଼ ଖେଳାଳିଙ୍କ ବିନା ମ୍ୟାଚ୍ ଖେଳିଆସୁଛି । ଏଥିରେ ଜସପ୍ରୀତ ବୁମ୍ରା, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ ଓ ଋଷଭ ପନ୍ତ ପ୍ରମୁଖ ଅଟନ୍ତି । ପନ୍ତଙ୍କ ପାଇଁ ମଧ୍ୟ ଖେଳିବା କଷ୍ଟକର, କିନ୍ତୁ ଯଦି ଅନ୍ୟ ତିନି ଜଣ ଫିଟ୍ ହୁଅନ୍ତି, ତେବେ ଭାରତର ଶକ୍ତି ବୃଦ୍ଧି ପାଇବା ନିଶ୍ଚିତ ।

ସୂର୍ଯ୍ୟକୁମାର ନା ଶ୍ରେୟସ୍ ଆୟର?
ଭାରତୀୟ ଦଳର ବ୍ୟାଟିଂ ବିଷୟରେ କହିବାକୁ ଗଲେ ଶୀର୍ଷ କ୍ରମରେ ପ୍ରଥମ ତିନୋଟି ସ୍ଥାନ ସ୍ପଷ୍ଟ ହୋଇଛି - କ୍ୟାପଟେନ ରୋହିତ ଶର୍ମା, ଶୁଭମନ ଗିଲ ଓପନିଂ ଯୋଡି ଓ ବିରାଟ କୋହଲିଙ୍କ ତିନି ନମ୍ବରରେ ଖେଳିବା ନିଶ୍ଚିତ । ମଧ୍ୟମ କ୍ରମ ଅଧିକ ଚିନ୍ତା କରିବାର ବିଷୟ । ଯଦି ଶ୍ରେୟସ୍ ଆୟର ଫିଟ୍ ରୁହନ୍ତି ଓ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ମ୍ୟାଚ୍ ଅଭ୍ୟାସ ପାଆନ୍ତି, ତେବେ ଚତୁର୍ଥ ନମ୍ବରରେ ତାଙ୍କର ସ୍ଥାନ ସ୍ଥିର ହେବ । ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ସବୁଠୁ ବଡ ପ୍ରଶ୍ନ ହୋଇ ରହିବ ଓ ଯଦି ସେ ବିଶ୍ୱକପ ପୂର୍ବରୁ ଯେତିକି ପାଉଥିବା ସୁଯୋଗକୁ ଏହି ଫର୍ମାଟରେ ପ୍ରମାଣ କରନ୍ତି, ତେବେ ଦଳରେ ତାଙ୍କର ସ୍ଥାନ ନିଶ୍ଚିତ ହେବ । ଭଲ ଫର୍ମ କଲେ, ସେ ଆୟରଙ୍କୁ ମଧ୍ୟ ବଦଳାଇ ପାରିବେ ।

କିଏ ହେବେ ୱିକେଟ୍ କିପର?
ୱିକେଟ୍ କିପର ପ୍ରସଙ୍ଗ ଭାରତ ପାଇଁ ଟିକେ ଅସୁବିଧାଜନକ । ପନ୍ତକୁ ଏଠାରେ ସମସ୍ତେ ମିସ୍ କରିବେ । ତାଙ୍କର ବିକଳ୍ପ ଭାବରେ, ଇଶାନ୍ କିଶାନକୁ ପସନ୍ଦ କରାଯାଉଛି ଓ ସେ ଦଳରେ ସ୍ଥାନ ପାଇପାରିବେ କିନ୍ତୁ ତାଙ୍କୁ ସଞ୍ଜୁ ସାମସନଙ୍କୁ ଟକ୍କର ଦେଇ ପାରନ୍ତି । ଏହାର ମୁଖ୍ୟ କାରଣ ହେଉଛି ସାମସନଙ୍କର ଏକ ମଧ୍ୟମ ଅର୍ଡର କିମ୍ବା ଫିନିଶର୍ ଭାବେ ଇଶାନଙ୍କ ଠାରୁ ଆଗରେ ରହିଛନ୍ତି । ଏହା ସତ୍ତ୍ୱେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବରେ କେ.ଏଲ୍ ରାହୁଲ ପ୍ରଥମ ପସନ୍ଦ ହେବେ । ଏହାର ଏକ ବଡ କାରଣ ହେଉଛି ସେ ଜଣେ ବ୍ୟାକଅପ୍ ଓପନର ବିକଳ୍ପ । ଆହୁରି ମଧ୍ୟ, ମଧ୍ୟମ କ୍ରମରେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଛି ।

ଅଲରାଉଣ୍ଡର ଓ ବୋଲରଙ୍କ ପାଇଁ ସ୍ଲଟ୍ ଫିକ୍ସ
ଅଲରାଉଣ୍ଡରଙ୍କ ପାଇଁ ଟିମ୍ ଇଣ୍ଡିଆର ଭଲ ବିକଳ୍ପ ଅଛି । କେବଳ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଦଳରେ ରହିବେ ନାହିଁ ବରଂ ପ୍ଲେଇଂ ଇଲେଭେନରେ ମଧ୍ୟ ସାମିଲ ହେବେ । ଏଠାରେ ପ୍ରଶ୍ନ ହେଉଛି ସ୍ପିନ୍-ଅଲରାଉଣ୍ଡର ଅକ୍ଷର ପଟେଲ ବ୍ୟାକଅପ୍ କିମ୍ବା ପେସର୍-ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଭାବରେ ସ୍ଥାନ ପାଇବେ କି? ଏହି କ୍ଷେତ୍ରରେ ଅକ୍ଷରଙ୍କ ପଲ୍ଲା ଭାରୀ ଦେଖାଯାଏ ।

ବୋଲିଂରେ ଭାରତର ଦୃଢ଼ ବିକଳ୍ପ ରହିଛି କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜସପ୍ରୀତ ବୁମ୍ରାଙ୍କ ଫିଟନେସ୍ । ଯଦି ସେ ଫିଟ୍ ହୁଅନ୍ତି, ତେବେ ବୁମ୍ରା ବ୍ୟତୀତ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଟିମ୍ ଇଣ୍ଡିଆ ସହିତ ଉପଲବ୍ଧ ହେବେ । ଆବଶ୍ୟକତା ଅନୁଯାୟୀ ୩ ପେସର୍ କିମ୍ବା ଦୁଇଟି ପେସର୍ ସହିତ ଦଳ ପଡ଼ିଆକୁ ଉହ୍ଲାଇବ । ସ୍ପିନର କଥା କହିଲେ, କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲ ଦଳରେ ରହିବା ନିଶ୍ଚିତ, କିନ୍ତୁ ପ୍ଲେଇଂ ଇଲେଭେନରେ ଉଭୟ ଏକାଠି ଖେଳିବା ମନେ ହେଉ ନାହିଁ ।

ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ଦଳ 
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ଶାମି ଓ ୟୁଜବେନ୍ଦ୍ର ଚହଲ ।

ଏହା ବି ପଢ଼ନ୍ତୁ: World Cup 2023 Timing: କେଉଁ ସମୟରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍? ଦିବାରାତ୍ରି ମ୍ୟାଚ୍ ସମୟରେ ହେଲା ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: Dale Steyn Birthday: ଷ୍ଟେନଙ୍କ ନାମ ଶୁଣିଲେ ଥରି ଉଠୁଥିଲେ ବ୍ୟାଟ୍ସମ୍ୟାନ୍; କିନ୍ତୁ ଭାରତର ଏହି ଖେଳାଳି ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ