World Cup 2023: India vs Australia, ଟିମ୍ ଇଣ୍ଡିଆ ୮ ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ ରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଚେନ୍ନାଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ପିଚ୍ ସ୍ପିନ୍ ବୋଲରଙ୍କ ପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ ପ୍ଲେଇଂ ଇଲେଭେନରେ ୩ ଜଣ ସ୍ପିନରଙ୍କୁ ସୁଯୋଗ ଦେଇପାରନ୍ତି । ତେବେ ଏହି ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଖରାପ ଖବର ଆସିଥିଲା ଓପନର୍ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଡେଙ୍ଗୁ ପଜିଟିଭ୍ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ତାଙ୍କ ପାଇଁ କଷ୍ଟକର । ଏପରି ପରିସ୍ଥିତିରେ ରୋହିତଙ୍କ ସହ ତାଙ୍କ ସ୍ଥାନରେ ଇଶାନ କିଶାନ  ଓପନିଂ କରୁଥିବା ନଜର ଆସିବେ । କଙ୍ଗାରୁ ଦଳ ବିପକ୍ଷରେ ସୁଯୋଗ ପାଇବା ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କର କୌଣସି ଆଶା ନାହିଁ ।


COMMERCIAL BREAK
SCROLL TO CONTINUE READING

କୋଚ ରାହୁଲ ଦ୍ରାବିଡ ଶୁବମନ ଗିଲଙ୍କ ବିଷୟରେ ପୂର୍ବରୁ କହିଥିଲେ ଯେ ମ୍ୟାଚ ହେବାକୁ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ତାଙ୍କୁ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ ଦିଆଯାଇପାରିବ ନାହିଁ । ବର୍ତ୍ତମାନ ଯଦି ଆମେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ ବିଷୟରେ କଥା ହେବା, ତେବେ ରୋହିତ ଶର୍ମା ଓ ଇଶାନ କିଶନ ଓପନର୍ ଭାବରେ ଖେଳିବେ । ୩ ନମ୍ବରରେ ବିରାଟ କୋହଲିଙ୍କ ସ୍ଥାନ ନିଶ୍ଚିତ ହୋଇଛି । ଶ୍ରେୟସ୍ ଆୟର ନମ୍ବର-୪ ରେ ଏବଂ କେ.ଏଲ୍ ରାହୁଲ ନଂ-୫ ରେ ଖେଳିବା ନିଶ୍ଚିତ । ଆଘାତ ପରେ ଫେରିଥିବା ଉଭୟ ରାହୁଲ ଓ ଆୟର ନିକଟରେ ଶତକ ହାସଲ କରିଛନ୍ତି ।


ସୂର୍ଯ୍ୟକୁମାର ଏବଂ ଶାମିଙ୍କର କୌଣସି ସୁଯୋଗ ନାହିଁ 
ଟିମ୍ ଇଣ୍ଡିଆ ୩ ସ୍ପିନରଙ୍କ ସହ ପଡ଼ିଆକି ଉହ୍ଲାଇବ । ଏଭଳି ପରିସ୍ଥିତିରେ ଦ୍ରୁତ ବୋଲର ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ସୁଯୋଗ ମିଳିବ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେଇଂ ଇଲେଭେନରୁ ଦୂରେଇ ରହିବାକୁ ପଡିପାରେ । ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ଆର ଅଶ୍ୱିନ ଅଲରାଉଣ୍ଡର ଭାବରେ ଦଳରେ ସାମିଲ ହୋଇପାରନ୍ତି । ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ବ୍ୟତୀତ ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜ ଦ୍ରୁତ ବୋଲର ଭାବରେ ଖେଳିବେ ବୋଲି ନିଶ୍ଚିତ ହୋଇଛି ।


ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ରୋହିତ ଶର୍ମା, ଇଶାନ କିଶାନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ।