India vs Bangladesh World Cup Fight: ପୁଣିଥରେ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ। ୨୦୨୩ ବିଶ୍ୱକପ୍ ରେ ଉଭୟ ଦଳ ମଧ୍ୟରେ ମୁକାବିଲା ଅକ୍ଟୋବର ୧୯ ତାରିଖ ଗୁରୁବାର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ। ଚଳିତ ବର୍ଷ ବିଶ୍ୱକପ୍ ହାତେଇବା ଏବଂ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଛି। ପ୍ରାୟ ୧୨ ବର୍ଷ ପୂର୍ବେ ଘରେ ଖେଳା ଯାଇଥିବା ୨୦୧୧୧ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ​​ଭାରତ। ଏହି କ୍ରମରେ ୨୦୨୩ ବିଶ୍ୱକପ ଟାଇଟଲ ଜିତିବା ପାଇଁ ଟିମ୍ ଇଣ୍ଡିଆ ଏଥର ଏକ ମଜବୁତ ପ୍ରତିଯୋଗୀ ଭାବେ ଉଭା ହୋଇଛି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏଥର ଆଇସିସି ଟ୍ରଫି ହାତେଇବାକୁ ଭାରତୀୟ ଦଳ ଯଥାସମ୍ଭବ ଚେଷ୍ଟା କରିବ।


COMMERCIAL BREAK
SCROLL TO CONTINUE READING

ଭାରତ ବନାମ ବାଂଲାଦେଶ; କ୍ରିକେଟ ବିଶ୍ୱକପ୍‌ ମୁକବିଲାରେ କେଉଁ ଦଳର ପଲ୍ଲା ରହିଛି ଭାରୀ? 
ଯଦି ୨୦୨୩ ବିଶ୍ୱକପ୍ କଥା କୁହାଯାଏ ତାହେଲେ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ପଲ୍ଲା ଭାରୀ ରହିଛି। ଦିନିକିଆ ବିଶ୍ୱକପ ମୁକାବିଲାରେ ଏପର୍ଯ୍ୟନ୍ତ ଭାରତ-ବାଂଲାଦେଶ ମଧ୍ୟରେ ଚାରୋଟି ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ତିନୋଟି ଏବଂ ବାଂଲାଦେଶ ଗୋଟିଏ ମ୍ୟାଚ୍ ଜିତିଛି। ଗତ ୨୦୧୧, ୨୦୧୫, ୨୦୧୯ ବିଶ୍ୱକପ୍ ରେ ଭାରତୀୟ ଦଳ ପାଖରୁ ପରାସ୍ତ ହୋଇଛି ବାଂଲାଦେଶ ଟିମ୍। ଅନ୍ୟପଟେ ବାଂଲାଦେଶ ୨୦୦୭ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳକୁ ପରାସ୍ତ କରି ଟୁର୍ନାମେଣ୍ଟ୍ ରୁ ବିଦା କରି ଦେଇଥିଲା ବାଂଲାଦେଶ। 


ଭାରତ ବନାମ ବାଂଲାଦେଶ ବିଶ୍ୱକପ ମ୍ୟାଚ୍ ଫଳାଫଳ 


  • ୧. ଭାରତ ବନାମ ବାଂଲାଦେଶ-୨୦୦୭ ବିଶ୍ୱକପ୍-ବାଂଲାଦେଶ 5 ୱିକେଟ୍ ରେ ବିଜୟୀ 

  • ୨. ଭାରତ ବନାମ ବାଂଲାଦେଶ-୨୦୧୧ ବିଶ୍ୱକପ୍-ଭାରତ ୮୭ ରନ୍ ରେ ବିଜୟୀ 

  • ୩. ଭାରତ ବନାମ ବାଂଲାଦେଶ-୨୦୧୫ ବିଶ୍ୱକପ୍- ଭାରତ ୧୦୯ ରନ୍ ରେ ବିଜୟୀ 

  • ୪. ଭାରତ ବନାମ ବାଂଲାଦେଶ-୨୦୧୯ ବିଶ୍ୱକପ୍- ଭାରତ ୨୮ ରନ୍ ରେ ବିଜୟୀ 


୨୦୧୯ ବିଶ୍ୱରପ୍ ମୁକାବିଲାର ଭାରତ ପାଖରୁ ପରାସ୍ତ ହୋଇଥିଲା ବାଂଲାଦେଶ
ଗତ ୨୦୧୯ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଟିମ୍ ଇଣ୍ଡିଆ ବାଂଲାଦେଶ ଦଳକୁ ୨୮ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ୍ ହରାଇ ୩୧୪ ରନ୍ ସଂଗ୍ରହ କରିଥିଲା। ହେଲେ ୩୧୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୪୮ ଓଭରରେ ସମସ୍ତ ୱିକେଟ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା। 


ଭାରତ ବନାମ ବାଂଲାଦେଶ ଦିନିକିଆ ମ୍ୟାଚ ଫଳାପଳ 
ଭାରତ-ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ପରସ୍ପର ବିପକ୍ଷରେ ୪୦ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ଭାରତୀୟ ଦଳ ୩୧ ମ୍ୟାଚ୍ ଜିତିଛି। ସେହିପରି ବାଂଲାଦେଶ, ଭାରତ ବିପକ୍ଷରେ ୮ ଦିନିକିଆ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ର କୌଣସି ଫଳାଫଳ ଆସିନାହିଁ। ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ୧୯୮୮ ମସିହା ଅକ୍ଟୋବର ୨୭ ତାରିଖରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟଳ 9 ୱିକେଟ୍ ରେ ବିଜୟୀ ହୋଇଥିଲା।