Team India: ଆସନ୍ତାକାଲି ଦିନ ଉପରେ ପୂରା ବିଶ୍ୱର ନଜର । କାରଣ କାଲି ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଭାରତ । ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରି ଆସିଛି ଓ ଏପର୍ଯ୍ୟନ୍ତ ନିଜର ସମସ୍ତ ମ୍ୟାଚ୍ ଜିତି ସାରିଛି ଭାରତୀୟ ଟିମ୍ । ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାବେଳେ, ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ତିନି ୱିକେଟରେ ପରାସ୍ତ କରିଛି । ହେଲେ ବିଶ୍ୱକପ ଫାଇନାଲ ଅର୍ଥାତ୍ କାଲି ଦିନ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସିକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ, ଦେଶରେ ଶାସନ କରୁଥିବା ବିଜେପି ସରକାର ସମସ୍ତଙ୍କୁ ଭଗୱା ରଙ୍ଗ ବା କମଳା ରଙ୍ଗରେ ପରିଣତ କରିବାକୁ ଚାହୁଁଛି । ଶେଷରେ ଭାରତର ଗର୍ବ ଗୌରବ ସାଜିଥିବା ଭାରତୀୟ ଟିମକୁ ବି ଛାଡ଼ିଲାନି ବିଜେପି । ପ୍ରାକ୍ଟିସ୍ ଜର୍ସି କମଳା ରଙ୍ଗର ହୋଇଥିବାରୁ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ବିଜେପି ପୂରା ଦେଶକୁ କମଳା ରଙ୍ଗର କରିବାକୁ ଚାହୁଁଛି। ଆମକୁ ଆମ ଭାରତୀୟ ଟିମ୍ ଉପରେ ଗର୍ବ ଅଛି ଭରସା ଅଛି । ମୋର ବିଶ୍ୱାସ ଅଛି ଯେ, ଆମ ଭାରତୀୟ ଟିମ୍ ନିଶ୍ଚିତ ୱାର୍ଲଡ କପ୍ ୨୦୨୩ ର (World Cup 2023)  ବିଜେତା ହେବେ । ହେଲେ ଆମ ଭାରତୀୟ ଟିମ୍ କମଳା ରଙ୍ଗର ଜର୍ସି ପିନ୍ଧି ପ୍ରାକ୍ଟିସ କରୁଛନ୍ତି। ମେଟ୍ରୋ ଷ୍ଟେସନ କୁ କମଳା ରଙ୍ଗ ଦିଆଯାଇଛି। ଏହି କାର୍ଯ୍ୟ ଅସ୍ୱିକାର୍ଯ୍ୟ ବୋଲି କହିଛନ୍ତି ମମତା ବାନାର୍ଜୀ । 


କେବଳ ଏତିକି ନୁହେଁ ବିଏସପି ସୁପ୍ରିମୋ (BSP Leader) ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । ସେ ଉଦାହରଣ ଦେଇ କହିଲେ ଯେ, ମୁଁ ଦେଖିଥିଲି ଯେ ସେ ନିଜର ଏକ ପ୍ରତିମୂର୍ତ୍ତି କରିଥିଲେ, ହେଲେ ଏହାପରଠୁ ମୁଁ ସେମିତି କିଛି ଆଉ ଶୁଣିନାହିଁ। ଏହିସବୁ ପ୍ରୟାସ କିଛି ଲାଭ ଦେବନି ବୋଲି କହିଛନ୍ତି ମମତା ବାନାର୍ଜୀ । କାରଣ ସତ୍ତା ଓ କ୍ଷମତା ଯାଏ ଓ ଆସେ ଏହାକୁ କେହି ମାଡ଼ିବସି ଧରି ରହିପାରେନି। ତେବେ ବିଜେପି କୁ ଆକ୍ଷେପ ପରେ ବିଜେପି ମଧ୍ୟ ଏହାକୁ ନେଇ ମମତା ବାନାର୍ଜୀଙ୍କୁ ଓଲଟା ଟାର୍ଗେଟ କରିଛି। 


ବିଜେପି ନେତା ଶିଶିର ବାଜୋରିଆ କହିଛନ୍ତି ଯେ, ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ (Team India) ଇଚ୍ଛାକୁ ଆମେ ସ୍ୱାଗତ କରୁଛୁ। ହେଲେ ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସି କମଳା ରଙ୍ଗକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତେବେ ତ୍ରିରଙ୍ଗାରେ ଥିବା ଉପର ରଙ୍ଗ କମଳା ରଙ୍ଗ କଥା କାହିଁକି କହୁନାହାଁନ୍ତି ମମତା । ଏହାସହ ସୂର୍ଯ୍ୟ କିରଣର ରଙ୍ଗ କମଳା ରଙ୍ଗର ବୋଲି କାହିଁକି ପ୍ରଶ୍ନ କରୁନାହାଁନ୍ତି।  ଶିଶିର କହିଛନ୍ତି ଯେ, ମମତା ସିନା କମଳା ରଙ୍ଗକୁ ନେଇ ପ୍ରଶ୍ନ ଉଠାଉଛନ୍ତି ହେଲେ ନିଜ ରାଜ୍ୟ ସହ ସହରକୁ ଧଳା ଓ ନୀଳ ରଙ୍ଗରେ ରଙ୍ଗାୟିତ କରୁଛନ୍ତି। 


Also Read: IND vs AUS: ପ୍ରଧାନମନ୍ତ୍ରୀ ଦେଖିବେ ଫାଇନାଲ ମ୍ୟାଚ, ତାଲିକାରେ ରହିଛନ୍ତି ଏହିସବୁ ଭିଆଇପି ନେତା