WTC Final 2023: ଜୁନରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ (ICC World Test Championship Final) ପାଇଁ ଅଷ୍ଟ୍ରେଲିଆ ତାର ଦଳ (Australia Squad) ଘୋଷଣା କରିଛି । ଅଷ୍ଟ୍ରେଲିଆ ଦଳକୁ ଜୁନ୍ ମାସରେ ଇଂଲଣ୍ଡରେ ଭାରତ ବିପକ୍ଷରେ WTC ର ଫାଇନାଲ ଖେଳିବାକୁ ପଡ଼ିବ ଓ ତା’ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଆଶେସ୍ ସିରିଜ୍ (Ashes series 2023) ଖେଳାଯିବ । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି । ଘୋଷଣା ହୋଇଥିବା ଅଷ୍ଟ୍ରେଲିଆ ଦଳରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ମିଚେଲ ମାର୍ଶଙ୍କ ହୋଇଛି ପ୍ରତ୍ୟାବର୍ତ୍ତନ
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବାସ୍ତବରେ ଅଲରାଉଣ୍ଡର ମିଚେଲ ମାର୍ଶ ଦଳକୁ ଫେରିଛନ୍ତି । ମିଚେଲ ମାର୍ଶ ମଧ୍ୟ ଜଣେ ଭଲ ବୋଲର ଓ ସେ ବ୍ୟାଟିଂ ମଧ୍ୟ କରିପାରନ୍ତି । ସେ ୪ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ପାଇଁ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ନିକଟ ଅତୀତରେ ମିଚେଲ ମାର୍ଶ ଅନେକ ଆଘାତର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ଖେଳିଥିବା ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ଆନ୍ତର୍ଜାତୀୟ ମ୍ୟାଚରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ତାଙ୍କୁ ଦଳରେ ଚୟନ କରାଯାଇଛି ।


ବୋଲିଂରେ ନଜର ଆସିବେ ଷ୍ଟାର୍କ, ହାଜଲେଉଡ୍ ଓ କମିନ୍ସ
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଓ ଆଶେସ୍ ପାଇଁ ଘୋଷିତ ଦଳରେ ଅଷ୍ଟ୍ରେଲିଆ ଚାରିଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଛି । ଏଥିରେ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ୍ ହାଜଲେଉଡ୍ ଓ ସ୍କଟ୍ ବୋଲାଣ୍ଡ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ନାଥନ୍ ଲିଅନ୍ ଓ ଟଡ୍ ମର୍ଫିଙ୍କୁ ମଧ୍ୟ ଦଳରେ ସ୍ଥାନ କରାଯାଇଛି ।



WTC ଫାଇନାଲ ଓ ଆଶେସ୍ ସିରିଜ୍ ପାଇଁ ଅଷ୍ଟ୍ରେଲିୟ ଦଳ
ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ହାରିସ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗେନ୍, ନାଥାନ୍ ଲିଅନ୍, ମିଚେଲ ମାର୍ଶ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ (ଉପଅଧିନାୟକ) ମିଚେଲ ଷ୍ଟାର୍କ, ଡେଭିଡ ୱାର୍ନର ।


କହିରଖୁଛୁ ଯେ WTC ର ଫାଇନାଲ୍ ୭ ରୁ ୧୧ ଜୁନ୍ ମଧ୍ୟରେ ଓଭାଲରେ ଖେଳାଯିବ । ଏହା ପରେ, ଆଶେସ୍ ୧୬ ଜୁନରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ୍ ୧୬ ରୁ ୨୦ ପର୍ଯ୍ୟନ୍ତ ଏଡବଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜୁନ୍ ୨୮ ରୁ ୨ ଜୁଲାଇ ପର୍ଯ୍ୟନ୍ତ ଲର୍ଡସରେ ଖେଳାଯିବ । ଆଶେସ୍ ସିରିଜର ଶେଷ ତିନୋଟି ଟେଷ୍ଟ ପାଇଁ ଦଳ ପରେ ଘୋଷଣା କରାଯିବ । ଏହା ବର୍ତ୍ତମାନ କେବଳ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା କରଯାଇଛି ।


ଏହା ବି ପଢ଼ନ୍ତୁ: Virat Kohli Sourav Ganguly: ଗାଙ୍ଗୁଲିକୁ 'ନାଲି ଆଖି' ଦେଖାଇଲେ କୋହଲି, ତା’ପରେ ଦାଦା ଯାହା କଲେ ତାହା ହୋଇଗଲା ଭାଇରାଲ!


ଏହା ବି ପଢ଼ନ୍ତୁ: IPL ରେ ପ୍ରଥମେ ପାଞ୍ଚ ୱିକେଟ୍ ନେଇଥିବା ବୋଲର କିଏ? ପ୍ରଥମ ସିଜିନ୍ ପରେ ହୋଇ ଯାଇଛନ୍ତି 'ନିଖୋଜ'