WTC Final ୭ଜୁନ୍ ଅର୍ଥାତ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଭାରତୀୟ କ୍ରିକେଟ୍ ଦଳ (Team India) ଏଥର ଅଷ୍ଟ୍ରେଲିଆ (Australia) ସହ ଜୋରଦାର ଟକ୍କର ଦେବାକୁ ପ୍ରସ୍ତୁତ ଅଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ପ୍ରଥମ ଫାଇନାଲରେ (World Test Championship) ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିବା ଟିମ୍ ଇଣ୍ଡିଆ ଏଥର ଏହି ଟ୍ରଫି ହାତଛଡା କରିବାକୁ ଚାହୁଁନାହିଁ । କହିରଖୁଛୁ ଯେ, ଟେଷ୍ଟ ମ୍ୟାଚ୍ ଫଳାଫଳ ପ୍ରାୟତଃ ପାଞ୍ଚ ଦିନିର ମଧ୍ୟରେ ଆସେ, କିନ୍ତୁ ବେଳେବେଳେ ଏହା ଏକ ଟାଇ ଆକାରରେ ମଧ୍ୟ ଶେଷ ହୁଏ । ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ WTC Final ଯଦି ଟାଇ ହୁଏ, ତେବେ କିଏ ଘରକୁ ଟ୍ରଫି ନେବ?


COMMERCIAL BREAK
SCROLL TO CONTINUE READING

ମ୍ୟାଚ୍ ଇଂଲଣ୍ଡରେ ହେଉଛି, ଯେଉଁଥିପାଇଁ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ଏଭଳି ପରିସ୍ଥିତି ପାଇଁ ଆଇସିସି ଗୋଟିଏ ଦିନ ରିଜର୍ଭ ଡେ ରଖିଛି । କିନ୍ତୁ ଏହା ପରେ ମଧ୍ୟ ଯଦି ଏହି ମ୍ୟାଚ୍ ଟାଇ ହୁଏ ତେବେ କ’ଣ ହେବ?  ଯଦି ଆପଣଙ୍କ ମନରେ ମଧ୍ୟ ସମାନ ପ୍ରଶ୍ନ ଅଛି, ତେବେ ଜାଣନ୍ତୁ ଏହାର ଉତ୍ତର ।


ଗୋଟିଏ ବାକ୍ୟରେ ଯଦି ଆମେ କହିବା ମ୍ୟାଚ୍ ଟାଇ ହେଲେ ଉଭୟ ଦଳ ମିଳିତ ଭାବେ ବିଜେତା ହେବେ । ମ୍ୟାଚ୍ ଟାଇ ହୋଇଗଲେ ମଧ୍ୟ ସମାନ ନିଷ୍ପତ୍ତି ନିଆଯିବ । ପୂର୍ବରୁ ସମସ୍ତ ଇଭେଣ୍ଟରେ ବାଉଣ୍ଡ୍ରିର ଗଣନା, ସୁପର ଓଭର କିମ୍ବା ଲିଗ୍ ଷ୍ଟାଣ୍ଡିଂ ଆଧାରରେ ବିଜେତା ଘୋଷିତ ହୋଇଥିଲା । କିନ୍ତୁ WTC ଫାଇନାଲରେ ଏହିପରି କିଛି ଘଟିବ ନାହିଁ ।



ଯଦି ଆମେ ରିଜର୍ଭ ଡେ' ବିଷୟରେ କଥାବାର୍ତ୍ତା କରୁ, ତେବେ ବର୍ଷା କିମ୍ବା ଖରାପ ପାଗ ଯୋଗୁଁ ଅନେକ ସମୟ ନଷ୍ଟ ହେଲେ ଏହା ବ୍ୟବହାର ହେବ । ନଷ୍ଟ ହୋଇଯାଇଥିବା ସମୟ ପାଇଁ ରିଜର୍ଭ ଡେ ବ୍ୟବହାର କରାଯିବ । କିନ୍ତୁ ଯଦି କୌଣସି କାରଣରୁ ସମୟ ନଷ୍ଟ ହୁଏ ନାହିଁ, ଓ ତଥାପି ମ୍ୟାଚ୍ ଟାଇ ଆଡକୁ ଯାଏ, ତେବେ ରିଜର୍ଭ ଡେ' ବ୍ୟବହାର ହୋଇପାରିବ ନାହିଁ ।


ରିଜର୍ଭ ଡେ' ବ୍ୟବହାର ପାଇଁ ବର୍ଷା ଆବଶ୍ୟକ । ଏବଂ ଯଦି ପୂରା ଦିନ କିମ୍ବା କିଛି ଘଣ୍ଟା ଏହା ଯୋଗୁଁ ନଷ୍ଟ ନହୁଏ, ତେବେ ରିଜର୍ଭ ଦିନର କୌଣସି ଭୂମିକା ରହିବ ନାହିଁ । କହି ରଖୁଛୁ ଯେ WTC ଫାଇନାଲ୍ ୨୦୨୧ ରେ ମଧ୍ୟ ମ୍ୟାଚ୍ ରିଜର୍ଭ ଡେ ପର୍ଯ୍ୟନ୍ତ ଚାଲିଥିଲା ​​।


ବର୍ଷା ଯୋଗୁଁ ଏହି ଟେଷ୍ଟର ପ୍ରଥମ ଓ ଚତୁର୍ଥ ଦିନ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିଲା । ଏହି ଦିନରେ ଗୋଟିଏ ବି ବଲ୍ ବୋଲିଂ ହୋଇପାରି ନଥିଲା । ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ମଧ୍ୟ ସଠିକ୍ ପ୍ରମାଣିତ ହୋଇଥିଲା । ସମଗ୍ର ଭାରତୀୟ ଦଳ ୨୧୭ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ବି ବ୍ୟାଟ୍ସମ୍ୟାନ୍ ପଚାଶ ପପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା ।


ଟିମ୍ ଇଣ୍ଡିଆ ପାଇଁ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ୍ ସ୍କୋର କରିଥିଲେ । ଅଧିନାୟକ ବିରାଟ କୋହଲି ୪୪ ରନର ଇନିଂସ ଖେଳିଥିଲେ । ରୋହିତ ଶର୍ମା ୩୪, ଶୁଭମନ ଗିଲ ୨୮ ଓ ରବିଚନ୍ଦ୍ରନ ଅଶ୍ୱିନ ୨୨ ରନ ସ୍କୋର କରିଥିଲେ ।


ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ପ୍ରତିକ୍ରିୟାରେ ନ୍ୟୁଜିଲ୍ୟାଣ୍ଡ ୨୪୯ ରନ୍ ସ୍କୋର କରିଥିଲା । ଡିଭନ୍ କନୱେ ସର୍ବାଧିକ ୫୪ ସ୍କୋର କରିଥିବାବେଳେ କେନ୍ ୱିଲିୟମସନ ୪୯ ରନ୍ ସ୍କୋର କରିଥିଲେ। ଟମ୍ ଲାଥାମ୍ ଓ ଟିମ୍ ସାଉଥୀ ୩୦ ରନ୍ ଲେଖାଏଁ ଇନିଂସ ଖେଳିଥିଲେ । ଭାରତ ପାଇଁ ମହମ୍ମଦ ଶାମି ଚାରିଟି, ଇଶାନ୍ତ ଶର୍ମା ତିନି, ରବି ଅଶ୍ୱିନ ଦୁଇଟି ଓ ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।


ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟ୍ସମ୍ୟାନ ମାନେ ନିରାଶ କରିଥିଲେ । ପୂରା ଦଳ ୧୭୦ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା । ଋଷଭ ପନ୍ତ ୪୧ ରନ୍ ସହ ଦଳର ସର୍ବାଧିକ ସ୍କୋରର ଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ ସାଉଦି ଚାରିଟି, ବୋଲ୍ଟ ତିନି, ଜେମସନ ଦୁଇଟି ଓ ୱାଗନର୍ ଗୋଟିଏ ୱିକେଟ୍ ନେଇଥିଲେ । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ କେବଳ ଦୁଇଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କ୍ୟାପଟେନ ୱିଲିୟମସନ ୫୨ ରେ ଅପରାଜିତ ରହିଥିଲେ ଓ ରସ ଟେଲର ୪୭ ରନ ସ୍କୋର କରିଥିଲେ ।


ଏହା ବି ପଢନ୍ତୁ: WTC Final 2023: ଟିମ୍ ଇଣ୍ଡିଆ ହାରିଯିବ କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍? ଆଇସିସିର ଏହି ନିଷ୍ପତ୍ତି ରୋହିତ ଟିମକୁ ଦେଲା ବଡ଼ ଟେନସନ