ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ କଳାବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲେ ଖେଳାଳି, ଓଡ଼ିଶା ସହ ରହିଛି କନେକ୍ସନ

ବାଲେଶ୍ୱରର ବାହାନଗା ଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ, ଏକ ମାଲଗାଡ଼ି ଓ ୟଶଓ୍ୱନ୍ତପୁର-ହାଓଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
WTC Final: ନୂଆଦିଲ୍ଲୀ: ଆଜିଠାରୁ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ। ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଖେଳ ଜାରି ରଖିଛି। ତେବେ ଆଜି ଖେଳ ପଡ଼ିଆରେ ଉଭୟ ଦେଶର ଖେଳାଳିମାନେ ହାତରେ କଳା ବ୍ୟାଣ୍ଡ ବାନ୍ଧି ଖେଳୁଥିବା ଦେଖିବାକୁ ମିଳୁଥିଲା। ଉଭୟ ଦଳର ଖେଳାଳିମାନେ ନିଜ ନିଜ ଦେଶର ଜାତୀୟ ସଂଗୀତ ପାଇଁ ପଡ଼ିଆକୁ ଯିବାବେଳେ ସେମାନେ ହାତରେ ଏହି କଳା ରଙ୍ଗର ବ୍ୟାଣ୍ଡ ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହରେ ଓଡିଶାରେ ଘଟିଥିବା ଛାତିଥରା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଧିକାରୀ ଓ ଖେଳାଳିମାନେ ଏହି କଳା ବ୍ୟାଣ୍ଡ ବାନ୍ଧିଥିଲେ।
କେବଳ ଭାରତୀୟ ଦଳ ନୁହେଁ, ଅଷ୍ଟ୍ରେଲିଆ ଦଳ ମଧ୍ୟ କଳା ବାହୁ ପିନ୍ଧି ଭୂମିରେ ଆସିଥିଲେ। ଫାଇନାଲରେ ଓଡିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଉଭୟ ଦଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିକଟରେ ଓଡିଶାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ପ୍ରାୟ 300 ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ଦେଖି ସମଗ୍ର ଦେଶ ଥରି ଉଠିଲା।
ଯେତେବେଳେ ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ଇଂଲଣ୍ଡରେ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣିଥିଲେ, ସେତେବେଳେ ସେମାନେ ମଧ୍ୟ ଦୁଃଖିତ ହୋଇଥିଲେ। ଫାଇନାଲରେ ପ୍ରଥମ ବଲ୍ ବୋଲିଂ ହେବା ପୂର୍ବରୁ ଉଭୟ ଦଳର ଖେଳାଳି ମଧ୍ୟ ଏକ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଏହି ସମୟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଦଳର ଖେଳାଳିଙ୍କ ଆଖି ମଧ୍ୟ ଆର୍ଦ୍ର ଥିଲା। ଟସ୍ ବିଷୟରେ କହିବାକୁ ଗଲେ ଏହା ଭାରତ ସପକ୍ଷରେ ରହିଲା।
ସୂଚନାଯୋଗ୍ୟ ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଭାରତ ଇତିହାସରେ ସବୁଠାରୁ ମର୍ମନ୍ତୁଦ ରେଳ ଦୁର୍ଘଟଣା ଦେଖିଥିଲା ବିଶ୍ୱ। ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା କରମଣ୍ଡଳ ଏକ୍ସପ୍ରେସ। ଏଥିରେ ବେସରକାରୀ ସୂତ୍ର ଅନୁଯାୟୀ ୩୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ନେଇ ସୂଚନା ରହିଥିଲା। ଏହାଛଡ଼ା ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍ ନିକଟରେ ଘଟିଛି ।
ବାହାନଗା ରେଳ ଷ୍ଟେସନର ଲୁପ ଲାଇନରେ ଛିଡ଼ା ହୋଇଥିଲା ମାଲ୍ବାହୀ ଟ୍ରେନ୍। ଠିକ୍ ସେହି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ମାଲ୍ବାହୀ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା। ପ୍ରାୟ ୭ଟି ବଗି ଦୁର୍ଘଟଣା ପରେ ଓଲଟି ପଡ଼ିଥିଲା। ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍ ନେଇଥିଲେ। ସେପଟେ ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
Also Read: WTC Finale 2023: ଏଭଳି ହୋଇପାରେ ଚୂଡ଼ାନ୍ତ ଏକାଦଶ, ମ୍ୟାଚର ଫଳାଫଳକୁ ନେଇ କଣ କହୁଛି ପିଚ ରିପୋର୍ଟ
Also Read: Asia Cup 2023ରୁ ବାଦ ପଡ଼ିପାରେ ପାକିସ୍ତାନ: ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଏହି ନିଷ୍ପତିକୁ କଲେ ଖାରଜ