Shubman Sara tendulkar: ଶୁଭମନ ଗିଲଙ୍କ ପୋଷ୍ଟରେ ସାରାଙ୍କୁ ନେଇ ଏପରି କମେଣ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଲେଖିଲେ...
Advertisement

Shubman Sara tendulkar: ଶୁଭମନ ଗିଲଙ୍କ ପୋଷ୍ଟରେ ସାରାଙ୍କୁ ନେଇ ଏପରି କମେଣ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଲେଖିଲେ...

Shubman Sara tendulkar: କ୍ରିକେଟର ଶୁଭମନ ଗିଲ ଓ ସାରା ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏକ ପୋଷ୍ଟରେ ସାରାଙ୍କ କମେଣ୍ଟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିବା କମେଣ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । 

ସୌ(ସୋସିଆଲ ମିଡିଆ)

Shubman Sara tendulkar: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର କ୍ରିକେଟର ଶୁଭମନ ଗିଲ (Shubman Gill) ଓ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ (Sara tendulkar) ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଶୁଭମନ ଓ ସାରା ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଥିବା ବେଳେ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଉଭୟ ପରସ୍ପରକୁ କରିଥିବା କମେଣ୍ଟ ଏବେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଶୁଭମନଙ୍କ ଏକ ପୋଷ୍ଟରେ ସାରାଙ୍କ କମେଣ୍ଟ ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦେଇଥିବା କମେଣ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସୋସିଆଲ ମିଡ଼ିଆ ପୋଷ୍ଟରୁ ଦୁଇ ଜଣଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ନେଇ ଫ୍ୟାନ୍ସଙ୍କୁ ଗ୍ରୀନ ସିଗନାଲ୍ ମିଳିଛି ।

ଶୁଭମାନ ଓ ସାରାଙ୍କ କମେଣ୍ଟ ପରେ କିଛି ଏଭଳି କମେଣ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା  

ନିକଟରେ ଶୁଭମାନ ଗିଲଙ୍କ ଏକ ପୋଷ୍ଟରେ ସାରା (Sara tendulkar) “ଅଭିନନ୍ଦନ” ବୋଲି ଲେଖିଥିଲେ, ତେବେ ଏହି ପୋଷ୍ଟଟି ସେତେବେଳେ ଭାଇରାଲ ହେବାକୁ ଲାଗିଲା ଯେତେବେଳେ ଏହି ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରିଥିଲେ । ହାର୍ଦ୍ଦିକଙ୍କ ଏହି କମେଣ୍ଟ ପରେ ଶୁଭମାନ ଓ ସାରା ତେନ୍ଦୁଲକରଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଫ୍ୟାନ୍ସ କନଫର୍ମ ହୋଇଥିଲେ। ପ୍ରକୃତରେ, ସାରା ଶୁଭମନଙ୍କ ଭିଡିଓରେ କମେଣ୍ଟ କରି ଲେଖିଥିଲେ ଯେ, “ଅଭିନନ୍ଦନ” । ଯାହାର ଉତ୍ତର ଦେବାକୁ ଯାଇ ଶୁଭମନ କମେଣ୍ଟ କରିଥିଲେ, “ଥ୍ୟାଙ୍କସ୍ ଏ ଲଟ୍” ଶୁଭମନଙ୍କ (Shubman Gill ) ଏହି କମେଣ୍ଟ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଥିଲେ, 'ମୋଷ୍ଟ ୱେଲକମ୍ ଫର୍ମ ହର'। ବାସ୍ ହାର୍ଦ୍ଦିକଙ୍କ (Hardik Pandya) ଏହି କମେଣ୍ଟ ପରେ ଶୁଭମନ ଓ ସାରାଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

fallback

ସାରା ଅଲ୍ଲୀ ସହ ମଧ୍ୟ ଯୋଡ଼ା ଯାଇଥିଲା ନାଁ

କେବଳ ସାରା ତେନ୍ଦୁଲକର ନୁହଁନ୍ତି, ଏହା ପୂର୍ବରୁ ଶୁଭମନ ଗିଲଙ୍କ ନାମ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ (Sara ali khan) ସହିତ ମଧ୍ଯ ଯୋଡ଼ା ଯାଇଥିଲା । ପୂର୍ବରୁ ଶୁଭମାନ ଓ ସାରା ଅଲ୍ଲୀ ଖାନଙ୍କୁ ବହୁ ସମୟରେ ଏକାଠି ଦେଖିବାକୁ ମିଳିଥିଲା । ଯାହାର ଫଟୋ ମଧ୍ଯ ବେଶ ଭାଇରାଲ ମଧ୍ୟ ହୋଇଥିଲା । ଉଭୟ ପରସ୍ପରକୁ ଡ଼େଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଏଥିରେ କୌଣସି ସତ୍ୟତା ନଥିବା ଜଣାପଡ଼ିଥିଲା ।

ପ୍ରକାଶ ଥାଉ କି, ଆଇପିଏଲ ଫାଇନାଲରେ ଗୁଜୁରାଟ ଚେନ୍ନାଇଠାରୁ ହାରିବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (Sara ali khan) ଟ୍ରେଲର ମଧ୍ୟ ଶିକାର ହୋଇଥିଲେ । ଆଇପିଏଲ ଫାଇନାଲ ମ୍ୟାଚ୍ ଦେଖିବା ସହ ନିଜ ଫିଲ୍ମ “ଜରା ହଟକେ ଜରା ବଚକେ” (zara hatke zara bachke)ର ପ୍ରମୋସନ କରିବା ଲାଗି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଁଞ୍ଚିଥିଲେ ଅଭିନେତା ଭିକି କୌଶଲ (Vicky Kaushal) ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (Sara ali khan) । ଷ୍ଟାଡିୟମରେ ସାରାଙ୍କୁ ଦେଖି ଟ୍ରୋଲର୍ସ ମାନେ ଶୁଭମନ ଗିଲଙ୍କ (Shubman Gill) ସହ ତାଙ୍କୁ ଯୋଡ଼ି ଚର୍ଚ୍ଚା ଆରମ୍ଭ କରିଥିଲେ । କୁଆଡ଼େ ସାରାଙ୍କୁ ଦେଖି ଶୁଭମନ ଗିଲଙ୍କ (shubman gill) ଆଉଟ ହୋଇଗଲେ ବୋଲି ଚର୍ଚ୍ଚା ହୋଇଥିଲା । ମ୍ୟାଚ୍ ପରେ ଏକ ଭିଡ଼ିଓରେ ସାରା ଓ ଭିକି ଚେନ୍ନାଇ ସୁପର ଜିତିବା ନେଇ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା । ହେଲେ ସାରାଙ୍କୁ ଖୁସି ଦେଖି ଫ୍ୟାନ୍ସ ଏହାକୁ ପସନ୍ଦ ମଧ୍ୟ କରିନଥିଲେ । ଏମିତିକି ଲୋକେ ସାରାଙ୍କ ଓଭରଆକ୍ଟିଂ ପସନ୍ଦ ଆସେ ନାହିଁ ବୋଲି ମଧ୍ଯ କହିଥିଲେ । ସେହି ଭିଡ଼ିଓରେ କମେଣ୍ଟ କରି ଜଣେ ୟୁଜର୍ସ ଲେଖିଥିଲେ ଯେ, “ସାରା ଦିଦି ପ୍ରତାରକ”, ଅନ୍ୟ ଜଣେ ଲେଖଥିଲେ “ପ୍ରଥମରୁ ଗୁଜୁରାଟ ଟାଇଟାନ୍ସକୁ ସମର୍ଥନ କରୁଥିଲେ, ପୁଣି ସିଏସକେ ଜିତିବା ପରେ ତାହା ପାଇଁ ଚିୟରଅପ୍” କରୁଛନ୍ତି ।