ସାଉଥମ୍ପଟନ୍: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଯୋଗୁଁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚକୁ ୮ ୱିକେଟରେ ହାରିଯାଇଛି । ସେବେଠାରୁ ପ୍ରଶଂସକ ଓ ଭେଟେରାନ କ୍ରିକେଟରମାନେ ସୋସିଆଲ ମିଡିଆରେ ନିଜର ଆକ୍ରୋଶକୁ ଜାହିର କରୁଛନ୍ତି । ଏହି କ୍ରମରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ଟିମ୍ ଇଣ୍ଡିଆ ପରାଜୟର କାରଣ ବିଷୟରେ କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସଚିନ ତେନ୍ଦୁଲକର ଦେଲେ ବଡ ବୟାନ
ସଚିନ ତେନ୍ଦୁଲକର କହିଛନ୍ତି ଯେ ଦୁଇ ଓଭର ମଧ୍ୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ହରାଇବା ଯୋଗୁଁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ହାରିଯାଇଛି । ଟେଷ୍ଟ ଓ ODI ରେ ସର୍ବାଧିକ ରନ୍ ସ୍କୋରର କହିଛନ୍ତି ଯେ ବ୍ଲାକକ୍ୟାପ୍ ଭାବରେ ଜଣାଶୁଣା ନ୍ୟୁଜିଲ୍ୟାଣ୍ଡ ଏକ ଭଲ ଦଳ ଅଟେ ।


ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଜିତିବାପାଇଁ ବ୍ଲାକ କ୍ୟାପ୍ସଙ୍କୁ ଅଭିନନ୍ଦନ ଜଣାଇ ତେନ୍ଦୁଲକର (Sachin Tendulkar) ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଆପଣ ଭଲ ଟିମ୍ ଥିଲ ।


ସଚିନ ଆହୁରି ଲେଖିଛନ୍ତି, 'ଟିମ୍ ଇଣ୍ଡିଆ ଏହାର ପ୍ରଦର୍ଶନକୁ ନେଇ ନିରାଶ ହେବ । ମୁଁ ପ୍ରଥମରୁ ଉଲ୍ଲେଖ କରିଛି ଯେ ପ୍ରଥମ ୧୦ ଓଭର ଗୁରୁତ୍ୱପୂର୍ଣ୍ଣ ହେବ କିନ୍ତୁ ଭାରତ ମାତ୍ର ୧୦ ଟି ବଲରେ ଉଭୟ କୋହଲି ଓ ପୂଜାରାଙ୍କୁ ହରାଇଲା ଓ ଏହା ଦଳ ଉପରେ ବହୁତ ଚାପ ପକାଇଲା ।


ଅଧିକ ପଢ଼ନ୍ତୁ: କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଆଉ ଦରକାର ନାହିଁ ଦ୍ୱିତୀୟ ଡୋଜ୍: ICMR Study


ଉଭୟ କୋହଲି ଓ ପୂଜାରାଙ୍କୁ ଦ୍ରୁତ ବୋଲର କାଇଲ୍ ଜାମିସନଙ୍କ ଦ୍ୱାରା ଆଉଟ ହୋଇଥିଲେ । ଷଷ୍ଠ ଦିନରେ ସାଉଥମ୍ପମ୍ପନ୍ ପିଚରେ ମଧ୍ୟ ବାଉନ୍ସ ଦେଖିବାକୁ ମିଳିଥିଲା ।ଯାହାକି ଏକ ରିଜର୍ଭ ଦିନ ଥିଲା । କୋହଲି ୩୫ ତମ ଓଭରର ପଞ୍ଚମ ବଲରେ ଆଉଟ ହୋଇଥିବା ବେଳେ ୩୭ ଓଭରର ତୃତୀୟ ବଲରେ ପୂଜାରା ଆଉଟ ହୋଇଥିଲେ ।


ଅଧିକ ପଢ଼ନ୍ତୁ: IAF ଓ US ନୌସେନା କଲା ମିଳିତ ଯୁଦ୍ଧ ଅଭ୍ୟାସ, ଭିଡିଓରେ ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ


ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ 
ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୧୭୦ ରନ୍ କରି ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ ଥିଲା ଯାହାକୁ ଦଳ ମାତ୍ର ଦୁଇଟି ୱିକେଟ୍ ହରାଇ ହାସଲ କରିନେଇଥିଲା । ଏହା ସହିତ କିୱି ଦଳ ବିଶ୍ୱର ପ୍ରଥମ ଟେଷ୍ଟ ଚାମ୍ପିୟନ ହୋଇଛି ।