IAF ଓ US ନୌସେନା କଲା ମିଳିତ ଯୁଦ୍ଧ ଅଭ୍ୟାସ, ଭିଡିଓରେ ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ
Advertisement
Article Detail0/zeeodisha/odisha927522

IAF ଓ US ନୌସେନା କଲା ମିଳିତ ଯୁଦ୍ଧ ଅଭ୍ୟାସ, ଭିଡିଓରେ ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ

ଭିଡିଓରେ (Video) ଏହା ଦେଖିବାକୁ ମିଳେ ଯେ ଭାରତୀୟ ବାୟୁସେନାର (Indian Airforce) ଜାହାଜଗୁଡ଼ିକ ଆମେରିକାର ନୌସେନା (US Navy) ସହିତ ଏକ ଲାଇନରେ ଗତି କରୁଛି ଓ ଭାରତୀୟ ନୌସେନାର (Indian Navy) ଜାହାଜଗୁଡ଼ିକ ମଧ୍ୟ ଭାରତ ମହାସାଗରରେ ଦୃଶ୍ୟମାନ ହେଉଛି ।

 

ଫଟୋ (ANI)

ନୂଆଦିଲ୍ଲୀ: ଭାରତୀୟ ନୌସେନା (Indian Navy) ଓ ବାୟୁସେନା (Indian Airforce) ଆମେରିକାର ନୌସେନା (US Navy) ସହିତ ମିଳିତ ଭାବରେ ଭାରତ ମହାସାଗରରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଯୁଦ୍ଧ ଅଭ୍ୟାସ କରୁଛନ୍ତି । ଆମେରିକାର ନୌସେନା ସହିତ ଏକ ବଡ଼ ଧରଣର ଯୁଦ୍ଧ ଅଭ୍ୟାସ ବୁଧବାର ଠାରୁ ଆରମ୍ଭ ହୋଇଛି । ଯାହାର ଆଜି (ଗୁରୁବାର) ଶେଷ ଦିନ । ନ୍ୟୁଜ୍ ଏଜେନ୍ସି ANI ଭାରତୀୟ ନୌସେନା (Indian Navy) ଓ ବାୟୁସେନା ସମେତ ଆମେରିକା ନୌସେନାର ମିଳିତ ଯୁଦ୍ଧ ଅଭ୍ୟାସର (Integrated exercise) ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ କକପିଟରୁ ଫ୍ଲାଏ ପାଷ୍ଟର ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଭାରତୀୟ ବାୟୁସେନା ଜାହାଜଗୁଡ଼ିକ ଆମେରିକାର ନୌସେନା ସହିତ ଏକ ଲାଇନରେ ଗତି କରୁଛି ଓ ନିମ୍ନରେ ଥିବା ଭାରତ ମହାସାଗରରେ ଭାରତୀୟ ନୌସେନାର ଜାହାଜ ମଧ୍ୟ ଦୃଶ୍ୟମାନ ହେଉଛି । ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ଯେ ଏହି ଦୁଇ ଦିନିଆ ଯୁଦ୍ଧ ଅଭ୍ୟାସର ଲକ୍ଷ୍ୟ ହେଉଛି ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗକୁ ଆହୁରି ମଜବୁତ କରିବା ।

ଭାରତୀୟ ବାୟୁସେନା ଏହାର ଜାଗୁଆର ଯୁଦ୍ଧ ବିମାନ, ମିଗ୍ -୨୯, ସୁଖୋଇ -୩୦, ଫାଲକନ୍ ବିମାନ, ନେଟ୍ରା ବିମାନ ଓ ଆଇଏଲ୍ -୭୮ ମିଡ ସହିତ ଏହି ଯୁଦ୍ଧ ଅଭ୍ୟାସରେ ନିୟୋଜିତ ହୋଇଛି । ସେହିଭଳି ଭାରତୀୟ ଯୁଦ୍ଧ ଜାହାଜ INS କୋଚି ଓ ଟେଗ ଏବଂ ପି-୮ଆଇ ପଣ୍ଡୁବି ଶିକାରୀ ବିମାନ ମଧ୍ୟ ଆମେରିକା ସେନା ସହିତ ଏହି ଯୁଦ୍ଧ ଅଭ୍ୟାସରେ ସାମିଲ ହୋଇଛି । ଏଥି ସହିତ ଆମେରିକାର ନୌସେନା ପକ୍ଷରୁ 'ରୋନାଲଡ୍ ରେଗାନ୍' କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ଅଂଶଗ୍ରହଣ କରିଛି ।

ଅଧିକ ପଢ଼ନ୍ତୁ: ଗଛ ମାଧ୍ୟମରେ ମଧ୍ୟ ବିସ୍ତାର ହୋଇପାରେ କୋରୋନା ଭୂତାଣୁ, ବୈଜ୍ଞାନିକ କଲେ ସଚେତନ

କଣ ଷ୍ଟ୍ରାଟେଜିକ୍ ଆଉଟରିଚ୍ ଏକ୍ସରସାଇଜ?
ବିଗତ କିଛି ଦିନରୁ ଯେତେବେଳେ ଆମେରିକାର ନୌସେନାର କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ଭାରତୀୟ ମହାସାଗର ଦେଇ ଗତି କରୁଛି ସେତେବେଳେ ସେ ଭାରତୀୟ ନୌସେନା ସହିତ ଯୁଦ୍ଧ ଅଭ୍ୟାସ କରିଆସୁଛି । ଆମେରିକାର ନୌସେନାର କ୍ୟାରିଅର ଷ୍ଟ୍ରାଇକର୍ ଗ୍ରୁପରେ ରୋନାଲଡ୍ ରେଗାନ୍, କ୍ଷେପଣାସ୍ତ୍ର ବିନାଶକ ହାଲସି ଓ ଗାଇଡ୍ ମିସାଇଲ୍ କ୍ରୁଜର ସିଲୋ ସାମିଲ ରହିଛି ।