IPS Officer Ashish Singh: ନବୀନ ପଟ୍ଟନାୟକଙ୍କ ସରକାରର ପ୍ରଭାବଶାଳୀ ଆଇପିଏସ୍ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କୁ ନେଇ ଗୃହ ବିଭାଗ ବଡ଼ ପ୍ରଶ୍ନ ଉଠାଇଛି। ଆଶିଷ  ସିଂ ଏବେ କେଉଁଠି ? ମାସେ ଛୁଟିରେ ଯାଇ ଫେରିଲେଣୀ ନା ନାହିଁ  ବୋଲି ଗୃହ ବିଭାଗ ପଚାରିଛି।  ତୁରନ୍ତ ଏସମ୍ପର୍କରେ ଜଣାଇବାକୁ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛି। ମେ ୪ରୁ ଆଶିଷ ସିଂ ଛୁଟିରେ ଯାଇଥିଲେ।


COMMERCIAL BREAK
SCROLL TO CONTINUE READING

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ନିର୍ବାଚନ ସମୟରେ ଆଇପିଏସ୍ ଅଫିସର ଡି.ଏସ କୁଟ୍ଟେଙ୍କୁ ସସପେଣ୍ତ କରାଯାଇଥିବା ବେଳେ  ଆଶିଷ ସିଂଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।  ତେବେ, ସେ ଶାରୀରିକ ଅସୁସ୍ଥତା ଦର୍ଶାଇ ଛୁଟିରେ ଚାଲି ଯାଇଥିଲେ। ତାଙ୍କର ଶାରୀରକ ଅସୁସ୍ଥତା କଣ ରହିଛି ତାର ଯାଞ୍ଚ କରିବାକୁ ନିର୍ବାଚନ କମିଶନ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏଥିଲାଗି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସେହି କମିଟି ଦ୍ବାରା ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ବସ୍ଥା ଯାଂଚ କରାଯାଇଥିଲା। ତେବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। 


କିନ୍ତୁ ଗତକାଲି ହଠାତ୍ ଆଶିଷ ସିଂ କେଉଁଠି ଅଛନ୍ତି  ? ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଲେଣୀ ? ନା ଛୁଟି ବଢାଇଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଗୃହ ବିଭାଗ ? ଏନେଇ ଅତିରିକ୍ତ ସଚିବ ମୁରଲୀ ଧର ମଲ୍ଲିକ୍ ପୋଲିସ୍ ଡିଜିଙ୍କୁ ଜବାବ୍ ମାଗିଛନ୍ତି।  ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ଆଶିଷ ସିଂ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଲେଣି ନା ନାହିଁ କିମ୍ବା ଛୁଟି ବଢାଇଛନ୍ତି, ତାର ସୂଚନା ଗୃହ ବିଭାଗ ପାଇନି। ତେଣୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ୍  ମହାନିର୍ଦ୍ଦେଶକ ଏନେଇ ଗୃହ ବିଭାଗକୁ ତୁରନ୍ତ ସୂଚନା ଦିଅନ୍ତୁ।