Advertisement
Photo Details/zeeodisha/odisha2311739
photoDetails0hindi

Shani Budh Yuti 2024: ଶନି-ବୁଧଙ୍କ କୃପାରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

Shani Budh Yuti 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୬ଟା ୪୦ ମିନିଟ୍ ସମୟରେ ଗ୍ରହ ମାନଙ୍କ ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ଶନି-ବୁଧଙ୍କ ମିଳନ ଶନି ବୁଧ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି।  ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଭାଗ୍ୟ ଫିଟାଇବାକୁ ଯାଉଛି।  ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ....

 

1/4

ବୃଷ: ଶନି-ବୁଧଙ୍କ ଏହି ମିଳନ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଏହି ଅବଧି ମଧ୍ୟରେ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବେକାରିଙ୍କୁ ଚାକିରି ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। 

 

2/4

ମିଥୁନ:  ଶନି ଓ ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ବିଦେଶରେ ପାଠ ପଢିବାର ସୁଯୋଗ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି।  ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ଦାମୀ ଉପହାର ମଧ୍ୟ ପାଇପାରନ୍ତି। 

 

3/4

ବିଛା: ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି । ଅଧା ପଡିଥିବା କାମ ପୂରା ହେବ।  ଯଦି କାହା ସହିତ ଝଗଡା ହୋଇଥାଏ। ତେବେ, ଏହି ଅବଧି ମଧ୍ୟରେ ତାହା ସେହି ଲୋକଙ୍କ ସହିତ ମନୋମାଳିନ୍ୟ ଦୂର ହୋଇଯିବ। ଏବଂ ସମ୍ପର୍କ ମଜବୁତ୍ ହେବ।  ଶିକ୍ଷା, କଳା ଓ ରିସର୍ଚ୍ଚ କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ।  ଆକସ୍ମିକ ଧନଲାଭର ଯୋଗ ରହିଛି। ବାକି ପଡିଥିବା ଟଙ୍କା ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଏକ ବଡ଼ ଡିଲ୍ ଫାଇନାଲ୍ କରିପାରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

 

4/4

ମକର: ଶନି ଓ ବୁଧଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବିଶେଷ କରି କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଦରମା ବୃଦ୍ଧି ପାଇବ। ନିଜ ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। କିନ୍ତୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ମଧ୍ୟ ଆହୁରି ଥରେ ଯୋଡି ହେବ। ଆଶାୟୀଙ୍କୁ ମନ ଲାଗି ଚାକିରି ମଧ୍ୟ ମିଳିବ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)