10th day of Anasara: ଆଜି ଅନବସରର ଦଶମ ଦିନ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ଶେଷ ପରେ ଦଶମୀରେ ଦଶମୂଳ ଲାଗି ହେବ। ଦଶମୀ ତିଥିରେ ବୈଦ୍ଯରାଜଙ୍କ ଘରୁ ଆସିଥିବା ଦଶମୂଳ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ଚକାବିଜେ ନିତି ଅନୁଷ୍ଠିତ ହେବ। ଆଉ ଏବେ ନବଯୌବନ ଦର୍ଶନ ପାଇଁ ବେଶ୍ ଅକୁଣ୍ଠ ଚିତ୍ତରେ ଚାହିଁ ବସିଛନ୍ତି ଭକ୍ତ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ପାଇପାରିବେ ଭକ୍ତ। ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଯୋରଦାର କରାଯାଇଛି। ରଥପଥ ପ୍ରସ୍ତୁତ। ଶ୍ରୀଗୁଣ୍ଡିଚା ମନ୍ଦିର ଆଉ ଜନ୍ମବେଦୀ ମହାପ୍ରଭୁଙ୍କ ଆଗମନକୁ ଚାହିଁ ବସିଛି।


COMMERCIAL BREAK
SCROLL TO CONTINUE READING

ସେପଟେ ଅଣର ସମୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଉପଚାର। ଷଷ୍ଠୀରେ ଫୁଲୁରୀ ତେଲ ଓ ତାପରେ ଚାରିଦିନ ଧରି ଓଷଲାଗି ପରେ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ପବିତ୍ର ଦଶମୀରେ ଚକାବିଜେ ନିତି ହୋଇ ବୈଦ୍ଯରାଜଙ୍କ ଘରୁ ଆସିଥିବା ଦଶମୂଳକୁ ଲାଗି କରାଯିବ ମହାପ୍ରଭୁଙ୍କୁ। ଆସନ୍ତା କାଲି ଖଳିଲାଗି ଏକାଦଶୀ, ଦ୍ୱାଦଶୀରେ ରାଜପ୍ରାସାଦ ବିଜେ,ତ୍ରୟୋଦଶୀରେ ଘଣାଲାଗି, ଚତୁର୍ଦ୍ଦଶୀରେ ବନକଲାଗି ଦୁଇଦିନ ଧରି କରାଯିବ। ଜୁନ୍ ୧୯ରେ ନବଯୌବନ ଦର୍ଶନ ଆଉ ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ସେପଟେ ପରମ୍ପରା ଅନୁଯାୟୀ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ହାତୀ ଆଖଡା ମଠ ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଣସର ଫଳଭାର ମନ୍ଦିରରେ ପହଞ୍ଚିଛି। 


ମଠ ପକ୍ଷରୁ ଶ୍ରୀମନ୍ଦିରରେ ଫଳଭାର ଦାଖଲ କରାଯାଇଛି। ମହାପ୍ରଭୁ ଧିରେଧିରେ ସୁସ୍ଥ ହେଉଥିବାରୁ ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଫଳ ଆସିଛି। ସେଥିରେ ଆମ୍ବ, ପଣସ,ସପୁରୀ,କଦଳୀ, ଅମୃତଭଣ୍ଡା ଆଦି ଅନେକ ଫଳ ଧରି ଆସିଛନ୍ତି। ବିଶ୍ୱାସ ରହିଛି ମହାପ୍ରଭୁ ସୁସ୍ଥ ହେବା ପରେ ପ୍ରଥମେ ଫଳମୂଳ ଅର୍ପଣ କରାଯାଇଥାଏ।