ଧାନ ମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ
Bhawanipatna close: ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି। ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ। ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ। ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।
ଭବାନୀପାଟଣା: ଧାନ କଟନୀ ଛଟନୀ ଓ ଧାନ କିଣା ଅବ୍ୟବସ୍ଥା ନେଇ ଭବାନୀପାଟଣା ରେ ଆଜି ୧୨ଘଣ୍ଟିଆ ବନ୍ଦ। ସଦର ବିଧାୟକ ସାଗର ଚରଣ ଦାସ ଏହି ବନ୍ଦ ଡାକରା ଦେଇଛନ୍ତି। ସକାଳୁ ଭବାନୀପାଟଣା ଓ କେସିଙ୍ଗାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଫସଲ ନଷ୍ଟ, ମଣ୍ଡିରେ ଅବ୍ୟସ୍ଥା ଓ କଟନିଛଟନିକୁ ନେଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ ହେଉଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସାଗର ଦାସ।
ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି। ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ। ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ। ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।