ମାଲକାନଗିରି: ଆତ୍ମସମର୍ପଣ କଲେ ୧୩ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ମାଓ ଆଦର୍ଶରୁ ମାଓବାଦୀ ବିଚ୍ୟୁତ ହେବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆତ୍ମସମର୍ପଣ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରୋତ୍ସାହନ ରାଶି ହିସାବରେ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଛି।