Odisha News: ଭୁବନେଶ୍ବର: ରାଜ୍ୟରେ ମିଳୁଥିବା ବିଭିନ୍ନ ମସଲାର ୨୦ ପ୍ରତିଶତ ଏବେ ଅନୁପୋଯୋଗୀ। ସ୍ୱାସ୍ଥ୍ୟ ପ୍ରତି ଏହା ଘାତକ ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେପଟେ ଭାରତର ଦୁଇଟି କମ୍ପାନୀ ମସଲା ବିଦେଶରେ ବ୍ୟାନ କରାଯାଇଛି। ମସଲାକୁ ନେଇ ଆସୁଥିବା ଖବର ବର୍ତ୍ତମାନ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏହାର ସତ୍ୟତା ଜାଣିବା ଲାଗି ଖୁବଶୀଘ୍ର ଦେଶରେ ଏହାର ପରୀକ୍ଷଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଅନ୍ୟପକ୍ଷରେ ରାଜ୍ୟରେ ଏବେ ଯେଉଁ ବିଭିନ୍ନ ବ୍ରାଣ୍ଡର ମସଲା ମିଳୁଛି। ତହିଁରୁ ୨୦% ନମୁନା ଖାଇବା ଅନୁପଯୋଗୀ ରହିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)ର ଯେଉଁ ମାନଦଣ୍ଡ ରହିଛି ତାହାକୁ ପାଳନ କରିବାରେ କିଛି ବ୍ରାଣ୍ଡର ମସଲା କମ୍ପାନି ବିଫଳ ହୋଇଛନ୍ତି। ଏଥିରେ ରାଜ୍ୟର କିଛି ସ୍ଥାନୀୟ ଓ ରାଜ୍ୟ ବାହାରର ମସଲା ବ୍ରାଣ୍ଡ ରହିଛି। ଗତ ୧ବର୍ଷ ଭିତରେ ରାଜ୍ୟ ଭିତରେ ଯେଉଁ ନମୁନା ସଂଗ୍ରହ ହୋଇଛି ତହିଁରୁ ଏଭଳି ସୂଚନା ସାମ୍ନାକୁ ଆସଛି।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ରାଜ୍ୟ ଖାଦ୍ୟ ପରୀକ୍ଷାଗାର (ଏସ୍‌ଏଫ୍‌ଟିଏଲ୍‌)ରେ ଗତବର୍ଷ ଏପ୍ରିଲ ମାସରୁ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୧୨୨ଟି ମସଲା ନମୁନାର ପରୀକ୍ଷା ହୋଇଥିଲା। ଏଥିରୁ ୨୪ଟି ମସଲାର ମାନକୁ ନେଇ ପ୍ରଶ୍ନ ଉଠିଥିଲା। ପରୀକ୍ଷଣରୁ ଜଣାପଡ଼ିଥିଲା କି ୭ଟି ନମୂନା ଅସୁରକ୍ଷିତ ଓ ୧୭ଟି ନମୂନା ନିମ୍ନମାନର ରହିଥିଲା। ଥିରେ ଗରମ ମସଲା ଓ ଅନ୍ୟାନ୍ୟ ମସଲା ସବୁ ରହିଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ସାଧାରଣଭାବେ ୨ପ୍ରକାରର ନମୁନା ସଂଗ୍ରହ ହୋଇଥିଲା। ଗୋଟିଏ ସର୍ଭେଲାନ୍‌ସ ଓ ଅନ୍ୟଟି ଲିଗାଲ ନମୁନା। ଏହି ୧୨୨ଟି ମସଲା ହେଉଛି ଲିଗାଲ ନମୁନା। ତେଣୁ ମାନଦଣ୍ଡ ପାଳନରେ ବିଫଳ ହୋଇଥିବା କମ୍ପାନି ନାଁରେ ମାମଲା ରୁଜୁ କରିବା ଲାଗି ନିଷ୍ପତ୍ତି ହୋଇଛି।ସେହିପରି ବିଭିନ୍ନ ସମୟରେ ହୋଇଥିବା ସର୍ଭେଲାନ୍‌ସରେ ମୋଟ୍‌ ୪୯୨ ନମୁନା ସଂଗ୍ରହ ହୋଇଥିଲା। ତହିଁରୁ ୫ଟି ନମୁନା ଅସୁରକ୍ଷିତ ଓ ଗୋଟିଏ ନମୁନା ନିମ୍ନମାନର ରହିଥିବା ଜଣାପଡ଼ିଛି।