EVM-VVPAT reached at Strong Room in Odisha: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ କରିବା ଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମ ଠାରେ ପହଁଚିଛି। 


COMMERCIAL BREAK
SCROLL TO CONTINUE READING

କଡା ସୁରକ୍ଷା ମଧ୍ୟରେ ଏହି ଇଭିଏମ ଷ୍ଟ୍ରଙ୍ଗରୁମ ଠାରେ ପହଁଚିଛି। ଏହାକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସଶସ୍ତ୍ର ପୋଲିସ କର୍ମଚାରୀ ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ମୃତୟନ ହୋଇଛନ୍ତି। ଏହା ସହିତ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ରାଣ୍ଡାମାଇଜେସନ ପରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ ଏଠାକୁ ଅଣାଯାଇଛି। ଏକଥା ଗଣମାଧ୍ୟମକୁ କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା।


ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୯୦୭ ବୁଥ ରହିଛି। ଜିଲ୍ଲାର ୧୧୧-ଜୟଦେବ, ୧୧୨- ଭୁବନେଶ୍ୱର ମଧ୍ୟ, ୧୧୩- ଭୁବନେଶ୍ୱର ଉତ୍ତର, ୧୧୪- ଭୁବନେଶ୍ୱର ଏକାମ୍ର, ୧୧୫-ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ୧୧୬୬ ମତଦାନ କେନ୍ଦ୍ର ରହିଛି। ଏହି ୧୧୬୬ ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳରେ ୬୫୮ ଏବଂ ଗ୍ରାମାଞ୍ଚଳରେ ୫୦୮ ବୁଥ ରହିଛି। ଇଭିଏମ ଏବଂ ଭିଭିପ୍ୟାଟ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ୫ ଫ୍ଲୋର ମଧ୍ୟରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଟି ଲେଖାଏଁ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ହୋଇଛି। ଗୋଟିଏ ଲୋକସଭା ଏବଂ ଅନ୍ୟଟି ବିଧାନସଭା କ୍ଷେତ୍ର ପାଇଁ ଷ୍ଟ୍ରଙ୍ଗରୁମ ରହିଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଏହି ଷ୍ଟ୍ରଙ୍ଗରୁମ ନିକଟରେ ୨୪ ଘଣ୍ଟିଆ ଉପସ୍ଥିତ ରହିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। 


ବୁଧବାର (ଅପ୍ରେଲ ୧୦) ଠାରୁ ଭୋଟ ଗଣତି (ଜୁନ ୪) ଯାଏଁ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ। ଯାହାକି ଆସନ୍ତା ୩-୪ ମାସ ପର୍ଯ୍ୟନ୍ତ ଏହି ରେକଡିଂ ରହିବ। ଷ୍ଟ୍ରଙ୍ଗ ରୁମ  ଡବଲ ଲକ କରାଯିବ। ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଇଭିଏମ ଏବଂ ଭିଭିପ୍ୟାଟ ମେସିନ ମହଜୁଦ ରହିଥିବାର ଜିଲ୍ଲାପାଳ କହିଛନ୍ତି।