୩ମାସରେ ପୂରଣ ହେବ ଦୁଇ ହଜାର ବନରକ୍ଷୀ ପଦବୀ, ମନ୍ତ୍ରୀ ଦେଲେ ସୂଚନା
Forest guard: ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ବନ ବିଭାଗର ସମୀକ୍ଷା ବୈଠକରେ ବର୍ତ୍ତମାନ ସାରା ରାଜ୍ୟରେ ୩ ହଜାର ବନରକ୍ଷୀ ପଦବୀ ଖାଲିଥିବା ଜାଣିବା ପରେ ତିନି ମାସ ମଧ୍ୟରେ ସେଥିରୁ ୨ ହଜାର ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।
କେନ୍ଦୁଝର: ୩ମାସରେ ପୂରଣ ହେବ ଦୁଇ ହଜାର ବନରକ୍ଷୀ ପଦବୀ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି। ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ବନ ବିଭାଗର ସମୀକ୍ଷା ବୈଠକରେ ବର୍ତ୍ତମାନ ସାରା ରାଜ୍ୟରେ ୩ ହଜାର ବନରକ୍ଷୀ ପଦବୀ ଖାଲିଥିବା ଜାଣିବା ପରେ ତିନି ମାସ ମଧ୍ୟରେ ସେଥିରୁ ୨ ହଜାର ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଙ୍ଗଲରେ ଘଟୁଥିବା ଘଟଣାକୁ ରୋକ ଲଗାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଫଳ ସ୍ଵରୂପ ତିନି ମାସ ମଧ୍ୟରେ ଦୁଇ ହଜାର ବନରକ୍ଷୀ ପଦବୀ ପୂରଣ କରିବେ ବୋଲି କେନ୍ଦୁଝର ଗସ୍ତରେ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଆଜି ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ। ଭୁବନେଶ୍ଵର ମହାତ୍ମା ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚେତନତା ରଥକୁ ପତାକା ଦେଖାଇ ସିଗନାଲ ଦେଇଛନ୍ତି। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ଏହି ସଚେତନତା ରଥ ବୁଲିବ। ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ।