ଭୁବନେଶ୍ଵର : ଜଟଣୀ ଥାନା ଅନ୍ତର୍ଗତ ସେଞ୍ଚୁରିୟନ କଲେଜ ନିକଟରେ ବ୍ରାଉନସୁଗର ବିକ୍ରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ପଦନପୂରର ଶିବ ପ୍ରସାଦ ଦଳେଇ (୨୨), ଯାଆଁଳାର ତନ୍ମୟ ମହାରଣା (୧୯) ଓ ହରିରାଜପୂର ଅଞ୍ଚଳର ଦେବେନ୍ଦ୍ର ମଙ୍ଗରାଜ (୧୯)। ସେମାନଙ୍କ ନିକଟରୁ ୧୭ଗ୍ରାମର ବ୍ରାଉନସୁଗର ସମେତ ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ ଜବତ କରିଛି ପୁଲିସ। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ଜଟଣୀ ସ୍ଥିତ ସେଞ୍ଚୁରିୟନ କଲେଜ ନିକଟରେ ବେଆଇନ୍ ଭାବେ ନିଶା କାରବାର ବଢ଼ି ଚାଲିଥିଲା। ଆଜି ପୁଲିସର ଏକ ସ୍ପେଶାଲ ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରି ୩ଜଣଙ୍କୁ କାବୁ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ସମେତ ମୋବାଇଲ୍, ବାଇକକୁ ପୁଲିସ ଜବତ କରିଥିଲା। ଅଭିଯୁକ୍ତମାନେ କିଛି ମାସ ହେଲା ବାଲେଶ୍ଵର ଅଞ୍ଚଳରୁ ଜଣେ ବେପାରୀ ଠାରୁ ବ୍ରାଉନସୁଗର ଆଣି ବିକ୍ରି କରୁଥିଲେ। ଏ ନେଇ ଥାନାରେ ଏକ କେସ ନଂ ୪୨୨/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।