ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ଅଧିନସ୍ଥ ସୁନାଖଣିଆ ଅଞ୍ଚଳ ମହାନଦୀ ଗର୍ଭରେ ୩୫ ଟି ଘଡିଆଳ କୁମ୍ଭୀର ଶାବକ ଜନ୍ମ ନେଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ରହିଛି l ଘଡିଆଳ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାର ୩୪ ଦିନ ପରେ ଛୁଆ ଜନ୍ମ କରିଥାଏ ବୋଲି ଘଡିଆଳ କୁମ୍ଭୀର ରିସର୍ଚ୍ଚ ଟିମ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

୩୫ଟି ଅଣ୍ଡାରୁ ସମସ୍ତ ଅଣ୍ଡା ଛୁଆ ଜନ୍ମ ହୋଇଥିବା କୁହାଯାଇଛି। ବର୍ତ୍ତମାନ କୁଶଙ୍ଗ ମହାନଦୀର ସୁନାଖଣିଆ ବିଟ୍‌ରେ ସିସି କ୍ୟାମେରା ଦ୍ବାରା କୁମ୍ଭୀରର ଗତିବିଧୂ ଲକ୍ଷ୍ୟ କରୁଥିବାବେଳେ ମହାନଦୀର ଅପରପାର୍ଶ୍ଵ ବଳଦମରା ବିଟ୍‌ରେ ଅନ୍ୟ ଏକ ରିସର୍ଚ୍ଚ ଟିମ ମାଇ କୁମ୍ଭୀର ଓ ଶାବକଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏହି ସମୟ ମଧ୍ୟରେ  ମହାନଦୀ ଭିତରେ ମାଛମରା ଡ଼ଙ୍ଗା ଚଳାଚଳ ସମ୍ପୂର୍ଣ ଭାବେ ନିଷିଦ୍ଧ କରାଯାଇଛି l