ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ହାର କ୍ରମଶଃ ବଢ଼ିବାରେ ଲାଗିଛି। ଅପରାହ୍ଣ ସୁଦ୍ଧା ହାରାହାରି ଭୋଟ ହାର ପ୍ରାୟ ୩୫ ପ୍ରତିଶତ ରହିଛି।  ବରଗଡ଼ରେ ୩୮.୧ ପ୍ରତିଶତ ଭୋଟ୍‍ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡ଼ା ଜିଲ୍ଲା ବି ଆସୁଛି। ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଭିତରୁ ଝାରସୁଗୁଡ଼ାରେ ଅଧିକ ଭୋଟ ହୋଇଛି। ସୁନ୍ଦରଗଡ଼ରେ ୩୬.୨% ପ୍ରତିଶତ ଭୋଟ ହୋଇଥିବା ବେଳେ ବଲାଙ୍ଗୀରରେ ପ୍ରାୟ ୩୨.୮୨, କନ୍ଧମାଳରେ ୩୫.୦୯%, ଆସ୍କାରେ ପାୟ ୩୪.୩୮% ଭୋଟ୍‍ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବବିହାରୀ ଧଳ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ସମୟରେ ଇଭିଏମ୍‍ ତ୍ରୁଟି ହେବାରୁ ସେଗୁଡ଼ିକୁ ବଦଳାଯାଇଛି। ୭ଟାରୁ ୧୨ଟା ଭିତରେ ସମୁଦାୟ ଇଭିଏମ୍‍ ବଦଳାଯାଇଛି। ଏଥିରେ ୪୮ ବ୍ୟାଲଟ ୟୁନିଟ ଓ ୪୮ ନିୟନ୍ତ୍ରଣ ୟୁନିଟ ରହିଛି। ଯଦି ଗୋଟିଏ ଅସୁବିଧା ହେଲା ତେବେ ଦୁଇଟି ଯାକ ହୋଇଥାଏ। ଏଣୁ ପ୍ରୋଟୋକଲ ଅନୁସାରେ ସମାନ ସଂଖ୍ୟାରେ ବ୍ୟାଲଟ ଓ ନିୟନ୍ତ୍ରଣ ୟୁନିଟ ବଦଳାଯାଇଥିବା କହିଛନ୍ତି ଶ୍ରୀ ଧଳ। ଏହା ସହ ୧୧୭ ଭିଭିପ୍ୟାଟ୍‍ ବଦଳାଯାଇଥିବା ସେ ମହିଛନ୍ତି ।


ବରଗଡ଼ର ସରସରାଠାରେ ଯେଉଁ ହତ୍ୟାକାଣ୍ଡ ଘଟିଛି ତା ସହ ନିର୍ବାଚନର କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ସୁରୁଖୁରରେ ଶୃଙ୍ଖଳାର ସହ ଚାଲିଥିବା କହିଛନ୍ତି ଶ୍ରୀ ଧଳ। ସେ କହିଛନ୍ତି, ଜଣେ ମନୋଜ ମହାନନ୍ଦ ଏଠାରେ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରିଛନ୍ତି। ଦୁଇଜଣଯାକ ଆସୁଥିଲେ। ମଦ ପିଇଥିଲେ। ବ୍ୟକ୍ତିଗତ କାରଣ ଯୋଗୁ ଏହି ହତ୍ୟା କାଣ୍ଡ ଘଟିଛି। ଭୁଜାଲି ଭୁସିବା ପରେ ମିର୍ଦ୍ଧାଙ୍କୁ ଚିକିତ୍ସା ପାଇ ସିଏସଚ୍‍ସି ବରଗଡ଼କୁ ପଠାଯାଇଥିଲା କିନ୍ତୁ  ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ଖସିଯାଇଛନ୍ତି। ଉଭୟ ଆଇଜି ଓ ଏସ୍‍ପି ଘଟଣାସ୍ଥଳରେ ଅଛନ୍ତି ସ୍ୱଭାବିକ ଭାବେ ନିର୍ବାଚନ କାର୍ଯ୍ୟ ଚାଲିଛି। ଏହା ନିର୍ବାଚନ ସହ କୌଣସି ସମ୍ପୃକ୍ତି ନାହିଁ। ଆଉ ଏକ ଘଟଣା କ୍ରମରେ ବହାରର ଲୋକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨୮ ନମ୍ବର ବୁଥକୁ ପ୍ରବେଶ କରିବା ନେଇ ଅଭିଯୋଗ ଆସିବା ପରେ ଏସ୍‍ଡିପିଓ ଯାଇ ପ୍ରିଜାଇଡିଂ ଅଧିକାରୀଙ୍କୁ ଗିରଫ କରାଇଥିବା ସୂଚନା ଦେଇଛନ୍ତି ଶ୍ରୀ ଧଳ।


Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର


Also Read- Two Rajyog: ୩୦ ବର୍ଷ ପରେ ବିରଳ ରାଜଯୋଗ, ୩ ରାଶିକୁ ବଡ଼ ଲାଭ