Odisha News: କେନ୍ଦୁଝରରେ ବିଷାକ୍ତ( ଚିତି ) ସାପ କାମୁଡ଼ାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟି ଥିବାବେଳେ, ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ତେବେ ମୃତକ ଛାତ୍ର ଜଣକ ହେଲେ ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ପଞ୍ଚାୟତ ଅର୍ଶଳା ଗ୍ରାମ ମୁଣ୍ଡାସାହିର କାଣ୍ଢେ ମୁଣ୍ଡାଙ୍କ ୬ବର୍ଷର ପୁଅ ଗୌରାଙ୍ଗ ମୁଣ୍ଡା। ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଗୌରାଙ୍ଗ ଏବଂ ତାର ସମ୍ପର୍କୀୟା ମାମୁଁ ଓ ଆଉ ଦୁଇ ଜଣ ସାଥି ଛୁଆ ସହିତ ବିଛଣା ପାରି ଘର ଭିତରେ ତଳେ ଶୋଇଥିଲେ।


COMMERCIAL BREAK
SCROLL TO CONTINUE READING

ରାତି ପାଖାପାଖି ୧ଟା ବେଳେ ଗୌରାଙ୍ଗ କୁ ସାପ କୁଡି ସାପଟି ଗୌରାଙ୍ଗର ମୁଣ୍ଡ ପାଖରେ ରହିଥିଲା। ତାର ମାମୁଁ ଓ ସାଥି ଛୁଆ ମାନେ ପଦାକୁ ବାହାରି ପୁଣି ବିଛଣା କୁ ଗଲା ବେଳେ ଦେଖିବାକୁ ପାଇଲେ ସାପ ଟି ଗୌରାଙ୍ଗ ମୁଣ୍ଡ ପାଖରେ ରହିଛି। ସେମାନେ ସାପକୁ ମାରି ପୋଡି ଦେଲେ। କିଛି ସମୟ ପରେ ଗୌରାଙ୍ଗ ନି ରୁ ଉଠି ଛାଟିପିଟି ହେବାରୁ ପରିବାର ଲୋକେ ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ଗୁଣିଆ ଡାକି ଗୁଣିଗାରିଡି କରିଥିଲେ। ଫଳରେ ଡାକ୍ତଖାନା କୁ ଆଣିବାରେ ବିଳମ୍ବ ହେବାରୁ ଗୌରାଙ୍ଗ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇଥିଲା।


ପରିବାର ଲୋକେ ଗୌରାଙ୍ଗ କୁ ଝୁମ୍ପୁରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଯାଞ୍ଚ କଲାପରେ ଗୌରାଙ୍ଗ କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତର ହୋଇଥିବା ଛାତ୍ରୀ ଜଣକ ହେଲେ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମ ସ୍କୁଲସାହିର ମନୁ ମୁଣ୍ଡା ଙ୍କ ୧0ବର୍ଷ ର ଝିଅ ମେଘା ମୁଣ୍ଡା । ସେ ମଧ୍ୟରେ ତଳେ ବିଛଣା ପାରି ଦୁଇ ଭଉଣୀଙ୍କ ସହିତ ସାଙ୍ଗ ହୋଇ ଶୋଇଥିଲେ। ପାଖାପଖି ରାତି ୩ଟା ବେଳେ ଡାହାଣ ହାତରେ ବୁଢା ଆଙ୍ଗୁଠିରେ ବିଲେଇ ରାମ୍ପୁଡ଼ି ଦେଲା ବୋଲି , ନିଦରୁ ଉଠିପଡି ମେଘା ବାପା, ମା '' ଙ୍କୁ କହିଲା। ବାପା ମନୁ କଥାକୁ ଗୁରୁତ୍ୱ ଦେଇନଥିଲେ। ଫଳରେ କିଛି ସମୟ ପରେ ଯେତେବେଳେ ମେଘା ଅଚେତ ହୋଇପଡିଲା। ପରିବାର ଲୋକେ ବ୍ୟସ୍ତ ହୋଇ ଝୁମ୍ପୁରା ଡାକ୍ତରଖାନାକୁ ମେଘାକୁ ଆଣିଥିଲେ। ମେଘା ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟଡାକ୍ତରଖାନା କୁ ସ୍ଥାନାସ୍ତର କରାଯାଇଥିଲା।